ଦଳ ବିରୋଧୀ ବୟାନ ମହଙ୍ଗା, ମୋକିମ କଂଗ୍ରେସରୁ ବିଦା
1 min read
- ମୋକିମ ଏବେ ବିଜେପିର କ୍ରୀଡ଼ନକ : ଦାସ
ଭୁବନେଶ୍ୱର,//TATKAL ODISHA//
ଏଆଇସିସିର ଅଧ୍ୟକ୍ଷ ମଳ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଙ୍କୁ ବିଦ୍ରୁପ ଏବଂ ଆଗାମୀ ଦିନରେ ‘ଭକ୍ତ ଦାସଙ୍କ ପାଇଁ ଅଡ଼ୁଆ’ ବୟାନ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରିନାହିଁ। ମୋକିମ୍ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗ କରି କଂଗ୍ରେସ ତାଙ୍କୁ ଦଳରକୁ ବହିଷ୍କାର କରିଛି।
ସୋମବାର ଏହି ସୂଚନା ଦେଇଛନ୍ତି କଂଗ୍ରେସର ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ। ସେ କହିଛନ୍ତି ଯେ, ମୋକିମ୍ ବିଜେପିର କ୍ରୀଡ଼ନକ ସାଜିଛନ୍ତି। ତାଙ୍କ ମୁହଁରେ ଏବେ ବିଜେପିର ଭାଷା। ଯେଉଁ ଦଳରେ ସେ ରହି ବିଧାୟକ ହୋଇଥିଲେ ଏବଂ ତାଙ୍କ ଝିଅ ବିଧାୟିକା ହୋଇଛନ୍ତି, ସେଇ ଦଳକୁ ସେ ନିନ୍ଦା କରିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ଦଳ ପ୍ରତି ତାଙ୍କର ଆନୁଗତ୍ୟତା ନାହିଁ। ନିଜ ସ୍ୱାର୍ଥ ପାଇଁ ସେ ବିଭିନ୍ନ ଗଣମାଧ୍ୟମରେ ଗତ ପାଞ୍ଚ ଦିନ ଧରି ଦଳ ବିରୋଧୀ ବୟାନ ଦେଇ ଚାଲିଛନ୍ତି। ତେଣୁ ଏଆଇସିସିର ନିର୍ଦ୍ଦେଶକ୍ରମେ ପିସିସି ସଭାପତି ଭକ୍ତ ଦାସଙ୍କ ଦସ୍ତଖତରେ ତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟର ନିଲମ୍ବନ କରାଯାଇଛି ବୋଲି ଅରବିନ୍ଦ ସ୍ପଷ୍ଟ କରିଛନ୍ତି।
