03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କ୍ୟାବିନେଟ୍‌ ମୋହର: ଢେଙ୍କାନାଳ ଗଜମରାରେ ୧୭,୨୫୦ କୋଟି ନିବେଶ, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ

1 min read

  • ୨୦ ହଜାରଙ୍କୁ ମିଳିବ ନିଯୁକ୍ତି ସୁଯୋଗ
  • ଗଜମରାରେ ୧୧୦୦ ଏକର ଜମି ଚିହ୍ନଟ୍


ଭୁବନେଶ୍ୱର,//TATKAL ODISHA//
ଓଡ଼ିଶାରେ ଢେଙ୍କାନାଳ ଜିଲ୍ଲା ଗଜମରା ଠାରେ କଲ୍ୟାଣୀ ଗ୍ରୁପ୍ ଦ୍ୱାରା ଏକ ସମନ୍ୱିତ ଅଟୋମୋଟିଭ୍‌, ଏରୋସ୍ପେଶ୍ ଏବଂ ପ୍ରତିରକ୍ଷା ଉପକରଣ ଉତ୍ପାଦନ କମ୍ପେ୍ଲକ୍ସ ହେବ। ଏନେଇ ୧୧୦୦ ଏକର ଜମି ଚିହ୍ନଟ ହୋଇଛି। ଏଥିପାଇଁ ୧୭, ୨୫୦ କୋଟି ଟଙ୍କାର ନିବେଶ ହେବା ସହ ୪୮୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ୫୫୦୦ ପରୋକ୍ଷ ଭାବେ ୨୦ ହଜାର ନିଯୁକ୍ତି ସୃଷ୍ଟି ହେବ।

ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ୩୫ ତମ ବୈଠକ ବସିଥିଲା। ଏଥିରେ ମୋଟ୍ ୧୦ଟି ବିଭାଗର ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ତନ୍ମଧ୍ୟରେ ଜଳସମ୍ପଦ, ଶିଳ୍ପ, ସମବାୟ, ଆଇଟି, ଆଇନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଓଡ଼ିଆ ଭାଷା ଓ ସଂସ୍କତି ଏବଂ ଖଣି ଓ ଇସ୍ପାତ ବିଭାଗରେ ପ୍ରସ୍ତାବ ଅନ୍ତର୍ଭୁକ୍ତ।

୧୦ ବିଭାଗର ୧୨ ପ୍ରସ୍ତାବରେ କ୍ୟାବିନେଟ ମୋହର

ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଲ୍ୟାଣୀ ଗ୍ରୁପ୍ ଦ୍ୱାରା ଏକ ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପୋନେଟ୍‌, ଏରୋସ୍ପେଶ୍‌, ପ୍ରତିରକ୍ଷା ସାମଗ୍ରୀ ଆଦି ପ୍ରସ୍ତୁତ ହେବ ।

ଶିଳ୍ପ ବିଭାଗ ପ୍ରସ୍ତାବ ଉପରେ କ୍ୟାବିନେଟ ବୈଠକରେ ମୋହର ବାଜିଛି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟ ସମବାୟ ନୀତି ୨୦୨୬କୁ ଅନୁମୋଦନ ମିଳିଛି। ପ୍ରାରମ୍ଭିକ ଭାବେ ଏହି ନୀତି ୨୦୩୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପରିକଳ୍ପନା କରାଯାଉଛି।

ଏହି ନୀତିର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସମବାୟର ସ୍ୱତଃ ଅଭିବୃଦ୍ଧି ପାଇଁ ଏକ ସ୍ଥାୟୀ ଆଇନଗତ, ନିୟାମକ ଏବଂ ଆର୍ôଥକ ଢାଞ୍ଚା ପ୍ରଦାନ କରିବା। ସମବାୟ ମାଧ୍ୟମରେ କୃଷି-ପ୍ରକ୍ରିୟାକରଣ, ଗୋଦାମ, ଯୋଗାଣ ଶୃଙ୍ଖଳା ଭିତ୍ତିଭୂମି ଏବଂ ବଜାର ସଂଯୋଗକୁ ପ୍ରୋତ୍ସାହିତ କରିବା। ଏହି ନୀତି ରାଜ୍ୟର ସମବାୟ ଆନ୍ଦୋଳନକୁ ଏକ ନୂତନ ଦିଗ ଓ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ନର୍ସିଂ ସେବା ନିୟମ ୨୦୨୫କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ନେଇ ଆଇନକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଛନ୍ତି। ଓପିଏସ୍‌ସି ଢାଞ୍ଚାରେ ଆୟୋଗରେ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ହେବେ। ସେହିପରି ଜଳସମ୍ପଦର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ପ୍ରଦାନ କରାଯାଇଛି। ରାଜ୍ୟ କ୍ୟାବିନେଟ୍‌ର ବି ମୋହର ବାଜିଛି ବୋଲି ଶ୍ରୀମତି ଗର୍ଗ ପ୍ରକାଶ କରିଛନ୍ତି। (ଜିତେନ୍ଦ୍ର)

Share

Leave a Reply