ଆରପାରିରେ ଆଦର୍ଶ ଶିକ୍ଷକ ବିଶ୍ୱନାଥ ଦାସ
1 min read
- ନୀଳଗିରି, ସନ୍ତରାଗଡିଆ //TATKAL ODISHA //
ଆଉ ଇହଜଗତରେ ନାହାନ୍ତି ସନ୍ତରାଗଡିଆ ସରକାରୀ ଉଚ୍ଚ ନୋଡାଲ ହାଇ ସ୍କୁଲର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବିଶ୍ୱନାଥ ଦାସ I
ବଉଳଗଡିଆସ୍ଥ ନିଜ ବାସ ଭବନରେ ପବିତ୍ର ପୌଷ ପୂର୍ଣମୀରେ ତାଙ୍କର ପରଲୋକ ଘଟିଛି I
ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା I
ସ୍ବର୍ଗତ ଦାସ ପିଲା ଦିନରୁ ଥିଲେ ମେଧାବୀ ଛାତ୍ର I ଗଣିତ ଓ ଇଂରାଜୀ ବିଷୟରେ ତାଙ୍କର ଦକ୍ଷତା ଥିଲା I ପିଲାମାନଙ୍କୁ ସେ ଖୁବ ଆଦର କରୁଥିଲେ I ଶ୍ରଦ୍ଧା ଓ ଭକ୍ତିରେ ଛାତ୍ର ଛାତ୍ରୀମାନେ ବିଶ୍ୱନାଥ ସାର -ବି ବୋଲି ସମ୍ବୋଧନ କରୁଥିଲେ I

ସ୍ବର୍ଗତ ଦାସ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, କବି, ନାଟ୍ୟକାର ଓ ଗବେଷକ I ବହୁ ଉପାଦେୟ ପୁସ୍ତକ ସେ ରଚନା କରିଥିଲେ I ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମହିମା ଉପରେ ତାଙ୍କର ବିରଳ ପୁସ୍ତିକା ପାଠକଙ୍କ ମହଲରେ ବେଶ ଆଦୃତ ରହିଛି I
- ନିକଟରେ ସରକାରୀ ସ୍ୱୀକୃତିପ୍ରାପ୍ତ ପ୍ରଯୋଜନା ସଂସ୍ଥା SABITRI FILMS ଦ୍ୱାରା ପ୍ରସ୍ତୁତ ଏବଂ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ଦେଶିତ ସନ୍ତରାଗଡ଼ିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଉପରେ ଡକ୍ୟୁ ଫିଲ୍ମ -“ଅଙ୍କୁରଦଗମରୁ ମହାଦ୍ରୁମ “ରେ ବିଶ୍ୱନାଥ ସାର ବୟସାଧିକ୍ୟ ସତ୍ୱେ ସୁଟିଂ ସ୍ଥଳକୁ ଆସି ନିଜର ମତ ଦେଇଥିଲେ I ତାହା ଅବିସ୍ମରଣୀୟ ହୋଇ ରହିବ I ତାଙ୍କର ପ୍ରତିଟି ଭାଷା ଆମ ମାନଙ୍କ ପାଇଁ ଉପାଦେୟ ହୋଇ ରହିବ I
ଶନିବାର ବିଶ୍ୱନାଥ ସାରଙ୍କ ମୃତ୍ୟୁ କଥା ପ୍ରଚାର ହେବା ମାତ୍ରେ ବହୁ ପୁରାତନ ଛାତ୍ର ଛାତ୍ରୀ ଶେଷ ଦର୍ଶନ କରିବା ସହ ତାଙ୍କ ସାବଧାରାରେ ପୁଷ୍ପାର୍ଘ୍ୟ ଅର୍ପଣ କରିଛନ୍ତି I
ଦେଖନ୍ତୁ.. ଡକ୍ୟୁ ଫିଲ୍ମରେ ବିଶ୍ୱନାଥ ସାରଙ୍କ ସୁଚିନ୍ତିତ ମତ
- JUST TOUCH … & SEE DOCU FILM
ବାବା ପଞ୍ଚଲିଙ୍ଗେଶ୍ୱର ଦେବଚୁଡ଼ ପାହାଡ଼ ନିମ୍ନଭାଗରେ ଥିବା ସନ୍ତରାଗଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ଉପରେ ସାବିତ୍ରୀ ଫିଲ୍ମ ଦ୍ୱାରା ପ୍ରସ୍ତୁତ ଡକ୍ୟୁ ଫିଲ୍ମ ଉପରେ ଆଦର୍ଶ ଶିକ୍ଷକ ବିଶ୍ୱନାଥ ଦାସ ଯେଉଁ ମତ ଦେଇଥିଲେ.. ତାହା ପୁଣି ଥରେ ଦେଖନ୍ତୁ…
SABITRI FILMS
BHUBANESWAR
EMPANELED PRODN UNIT, I&PR GoO
https://youtu.be/LBYE-juMPj0?si=8rGO3w7H5MDzdpdH
