tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଖୋଲିବ ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ଗୁମର?

1 min read

  • ତଦନ୍ତ କରିବେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର,//TATKAL ODISHA//
ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ୍ ଏବଂ ଆଇପିଏସ୍ ଅଫିସର ରବିକାନ୍ତଙ୍କ ୨୦୨୨-୨୩ ଓ ୨୦୨୩-୨୪ରେ ଅନେକ ବାର ବିଦେଶ ଗସ୍ତ କରିଛନ୍ତି। ଅର୍ଥ ଖର୍ଚ୍ଚ ହିସାବର ତାଳମେଳ ରହିନାହିଁ। ଏହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।


ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ।


ବିଭିନ୍ନ ଆରଟିଆଇ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହ ଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ।
ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୁପ୍ତ ରଖାଯାଇଛି, ତେଣୁ ତଥ୍ୟ ଗୁଡ଼ିକର ତାଳ-ମେଳ ରହୁନାହିଁ।


ସାମାଜିକ କର୍ମୀମାନେ ଯେତେ ଅଭିଯୋଗ କରିଥିଲେ ହେଁ ଏହାକୁ କେହି ଗୁରୁତ୍ୱ ଦେଇନାହାନ୍ତି। ତେଣୁ ରାଜ୍ୟ ସରକାର ଅଭିଯୋଗ ଆଧାରରେ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି।


ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବେ।

Share

Leave a Reply