ହାତୀ ଦଳିଦେଲା ବୃଦ୍ଧଙ୍କୁ …
1 min read
Oplus_16908288
ଚର୍ଚ୍ଚା : ହାତୀ ଚଲାପଥରେ ଫାର୍ମହାଉସ୍ !!
ବଲାଙ୍ଗୀର,//TATKAL ODISHA//
ରିପୋର୍ଟ : ମଳୟ ମିଶ୍ର
ଲାଠୋର ବନବିଭାଗ ବେଲପଡା ଥାନା ଘାଗୁର୍ଲି ସେକ୍ସନ୍ ଅନ୍ତର୍ଗତ ଘାଗୁର୍ଲି ପତ୍ରାଜଙ୍ଗଲଠାରେ ଘାଗୁର୍ଲିର ପଙ୍କ କାଣ୍ଡ ( ୫୮ ) ନାମକ ଜଣେ ବ୍ୟକ୍ତିଙ୍କୁ ବଣୁଆହାତୀଦଳ ଗତକାଲି ବିଳମ୍ବିତ ରାତିରେ ଦଳି ଦେଇଥିବା ଜଣାପଡିଛି । ଏହି ଦଳରେ ୧୨ଟି ହାତୀ ରହିଥିବା ଓ ଗତ ପ୍ରାୟ ଦୁଇମାସ ହେବ ଏହି ହାତୀଦଳଟି ବଲାଙ୍ଗିର ଜିଲ୍ଲାର ପାଟଣାଗଡ , ଖପ୍ରାଖୋଲ, ତୁରେକେଲା ଆଦି ରେଞ୍ଜରେ ବୁଲୁଥିବା ଖବର ମିଳୁଛି ।
ରବିବାର ସକାଳୁ ଖବର ପାଇ ଲାଠୋର ରେଞ୍ଜ୍ ର ବନବିଭାଗ ଓ ବେଲପଡା ଥାନା ପକ୍ଷରୁ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଓ ମୃତବ୍ୟକ୍ତି ଜଣକ ନିକଟସ୍ଥ ଘାଗୁର୍ଲିର ନବୀନ ଚଣ୍ଡୀଙ୍କ କୁକୁଡା ଫାର୍ମ ତଥା ପାମ୍ ଚାରା ଉତ୍ପାଦନ ବଗିଚାରେ ଜଣେ ଶ୍ରମିକ ଥିବା ଲାଠୋର ରେଞ୍ଜର ଦିପ୍ତିମାନ୍ ପଣ୍ଡାଙ୍କ ଠାରୁ ପ୍ରକାଶ । ତେବେ ଫରେଷ୍ଟର ମଧୁସୂଦନ ଗଡୱା ଏହି ସେକସନରେ ଠିକ୍ ଭାବରେ ଡିଉଟି ନ କରିବାରୁ ହାତୀ ଘଉଡାଇବା ଦିଗରେ ସଠିକ୍ ସୂଚନା ଅଭାବରୁ ଏହା ଘଟିଥିବା କୁହାଯାଉଛି ।
ତେବେ ଆଶ୍ଚର୍ଯ୍ୟର ବିଷୟ ଯେ’ ଏହି ଅଞ୍ଚଳଟି ପତ୍ରାଜଙ୍ଗଲରେ ‘ହାତୀ ଚଲାପଥ’ ହୋଇଥିବା ବେଳେ ସେଠାରେ ଏକ ଫାର୍ମ ହୋଇଛି I ଏଥିଯୋଗୁଁ ହାତୀ ଯାଆସ କରି ପାରୁ ନାହାନ୍ତି I ଯଦି ଜଙ୍ଗଲ ବିଭାଗ ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଥାନ୍ତେ, ତାହାଲେ ଏଭଳି ଅଘଟଣ ଘଟି ନ ଥାନ୍ତା I

ବଡ଼ ପ୍ରଶ୍ନ, ଜଣେ ଗରିବଲୋକର ପ୍ରାଣହାନୀ ନିମନ୍ତେ କିଏ ଦାୟୀ ?
ଗତ ୨ ମାସ ମଧ୍ୟରେ ଏହି ବେଲପଡା ଅଞ୍ଚଳରେ ଦୁଇଜଣଙ୍କୁ ବଣୁଆହାତୀ ଦଳି ମାରିଦେଇଛି । ଗଲା ନୂଆଖାଇ ବେଳକୁ ନିକଟସ୍ଥ କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ଲରକି ସେକସନର ନୁନହାଡ ଗାଁ’ର ଧର୍ମୁ ନାଏକ ( ୬୨ ) ନାମକ ଜଣେ ଚାଷୀଙ୍କୁ ମଧ୍ୟ ବଣୁଆହାତୀ ଦଳି ମାରିଦେଇଥିବାର ଖବର ମିଳିଛି । ହାତୀ ମଣିଷକୁ ମାରିଲେ , ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଥିବା ବେଳେ କିଛିମାସ ତଳେ ବଙ୍ଗୋମୁଣ୍ଡା ରେଞ୍ଜର ସାନବାଙ୍କି ଗ୍ରାମର ଜଣେ ବ୍ୟକ୍ତି ଘରେ ଶୋଇଥିବା ବେଳେ ହାତୀ ତାଙ୍କୁ ମାରି ଦେଇଥିଲା । ଏହାର କ୍ଷତିପୂରଣ ଦେବାରେ ପୂର୍ବତନ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ ବିରୁଦ୍ଧରେ ଧମକଚମକ ଦେଇ ହଡପ କରିବାକୁ ଉଦ୍ୟମ କରୁଥିବା ଡିଏଫଓଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ବଲାଙ୍ଗିର ଜିଲ୍ଲାରେ ହାତି-ମଣିଷ ଲଢେଇରେ ହାତୀ ଓ ମଣିଷଙ୍କର ପ୍ରାଣହାନୀ ହେଉଥିଲେ ହେଁ , ବନବିଭାଗର ଅବହେଳା ଚର୍ଚ୍ଚାର ବିଷୟ ହୋଇଛି ।
