02/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବୈଜୟନ୍ତ ପୁଣି ନୀତିନ୍ ନବୀନଙ୍କ ନୂଆ ଟିମ୍‌ରେ ଉପାଧ୍ୟକ୍ଷ

1 min read
  • ଓଡ଼ିଶା ରାଜନୀତି ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,//TATKAL ODISHA//
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପୁଣି ଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ନବୀନ ଘୋଷଣା କରିଥିବା ନୂତନ କେନ୍ଦ୍ରୀୟ ସାଙ୍ଗଠନିକ ଟିମ୍‌ରେ ସାମିଲ ହୋଇଛନ୍ତି । ସେହିଭଳି ପୁରୀ ସାଂସଦ ସମ୍ବିତ ପାତ୍ର ବି ଉତ୍ତର ପୂର୍ବ ସଂଯୋଜକ କାର୍ଯ୍ୟ ସମ୍ପାଦନ କରିବେ। ଓଡ଼ିଶା ରାଜନୀତି ଦୃଷ୍ଟିକୋଣରୁ ମଧ୍ୟ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ।


ନୀତିନ୍ ନବୀନ ନୂଆ ଟିମ୍‌ରେ ମୋଟ୍ ୧୩ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ତାଲିକାରେ ବୈଜୟନ୍ତଙ୍କୁ ଛାଡ଼ି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ତିରଥ ସିଂ ରାୱତ୍‌, ରାମ ମାଧବ, ଡି ପୁରନ୍ଦେଶ୍ୱରୀ, ରେଖା ବର୍ମା, ଭର୍ସାବେନ ନରେନ୍ଦ୍ରଭାଇ, ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ଏମ୍ ନାଗରାଜ, ତାରିକ୍ ମନସୁର ଓ ମଧୂଚନ୍ଦ୍ର କର ସାମିଲ ହୋଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ବିଜେପି ସଂଗଠନରେ ଯୋଗ ଦେଇଛନ୍ତି। ତାଙ୍କୁ ଜାତୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ଏହାସହ ମହିଳା ଓ ଯୁବ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇଛି।
ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ବିଜେପି ସଭାପତି ନୀତିନ କହିଛନ୍ତି, ମୋର ପୂର୍ଣ୍ଣ ବିଶ୍ୱାସ ଯେ’ ସମସ୍ତ ଦଳର ସଦସ୍ୟ, ସେମାନଙ୍କର କର୍ମୀ ଭଳି ମନୋଭାବ ସହ ସଂଗଠନକୁ ଆହୁରି ମଜବୁତ୍ କରିବେ। ‘ବିକଶିତ ଭାରତ’ ପାଇଁ ସଂକଳ୍ପ ଏବଂ ଜାତୀୟ ସେବାର ଲକ୍ଷ୍ୟକୁ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି ପ୍ରକାଶ କରିଛନ୍ତି।

Share

Leave a Reply