କ୍ରିୟା ଯୋଗର ଏକ ଜୀବନ୍ତ ଦୀପଶିଖା-ପରମହଂସ ପ୍ରଜ୍ଞାନାନନ୍ଦ
1 min read
- ସ୍ବାମୀ ଶୁଦ୍ଧାନନ୍ଦ ଗିରି
ଏଇ ଓଡ଼ିଶା ମାଟିର ଜଣେ ବିଶିଷ୍ଟ ସନ୍ତାନ ଯିଏକି ସମଗ୍ର ବିଶ୍ବରେ ଭାରତୀୟ ଯୋଗ ପରମ୍ପରା, ଧର୍ମ ସଂସ୍କୃତି ଓ ଆର୍ଷ ବିଚାରଧାରାର ପ୍ରଚାର ପ୍ରସାର କରିବାରେ ବ୍ରତୀ ଅଛନ୍ତି । ଆଜି ସେହି ବିଶ୍ବ ବନ୍ଦିତ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ୬୭ତମ ଆବିର୍ଭାବ ଦିବସ ସେ ହେଉଛନ୍ତି ଅନ୍ତର୍ଜାତୀୟ କ୍ରିୟା ଯୋଗ ସଂସ୍ଥାନର ଏବେର ଆଧ୍ୟାତ୍ମିକ ମୁଖ୍ୟ ଏବଂ ବାବାଜୀ ମହାରାଜ, ଲାହିଡି ମହାଶୟ, ଶ୍ରୀ ଯୁକ୍ତେଶ୍ବର, ପରମହଂସ ଯୋଗାନନ୍ଦ, ଏବଂ ସଦ୍ଗୁରୁ ପରମହଂସ ହରିହରାନନ୍ଦ କ୍ରିୟା ଯୋଗ ଗୁରୁ ପରମ୍ପରାର ଅଦ୍ୟତନ ଗୁରୁ ଓ ଆଚାର୍ୟ୍ୟା
ସେ କେବଳ କ୍ରିୟା ଯୋଗର ଶିକ୍ଷକ ନୁହନ୍ତି। ସେ ହେଉଛନ୍ତି କ୍ରିୟା ଯୋଗ କ’ଣ ଦେଇପାରେ ତାହାର ଜୀବନ୍ତ ଉଦାହରଣ: ଆନ୍ତରିକ ଶାନ୍ତି, ଆତ୍ମ-ସାକ୍ଷାତ୍କାର, ଓ ମାନବ ସେବା ତାଙ୍କ ଗୁରୁଭାଇ ଏବଂ ଶିଷ୍ୟ ଭକ୍ତମାନଙ୍କ ପାଇଁ ଏହି ଦିନ ହେଉଛି ହୃଦୟର ଗୁରୁପୂର୍ଣ୍ଣିମା।
“ପରମହଂସ ପ୍ରଜ୍ଞାନାନନ୍ଦ ୧୦ ଅଗଷ୍ଟ ୧୯୫୯ ମସିହାରେ ଓଡ଼ିଶାର ପଟ୍ଟାମୁଣ୍ଡାଇରେ ଜନ୍ମଗ୍ରହଣ କରିଥିଲେ। ସାନ ବେଳୁ ହିଁ ତାଙ୍କ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ଭାବ ଦେଖାଯାଉଥିଲା।”
ପରମହଂସ ପ୍ରଜ୍ଞାନାନନ୍ଦ ୧୦ ଅଗଷ୍ଟ ୧୯୫୯ ମସିହାରେ ଓଡ଼ିଶାର ପଟ୍ଟାମୁଣ୍ଡାଇରେ ଜନ୍ମଗ୍ରହଣ କରିଥିଲେ। ସାନ ବେଳୁ ହିଁ ତାଙ୍କ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ଭାବ ଦେଖାଯାଉଥିଲା। ତାଙ୍କର ଅନ୍ବେଷଣ ଶେଷ ହେଲା ଯେତେବେଳେ ସେ ସଦ୍ଗୁରୁ ପରମହଂସ ହରିହରାନନ୍ଦଙ୍କୁ ଭେଟିଲେ ପରମହଂସ ହରିହରାନନ୍ଦ ମହାରାଜ ଥିଲେ ବିଶ ଶତାବ୍ଦୀର ସର୍ବଶ୍ରେଷ୍ଠ କ୍ରିୟାଯୋଗୀମାନଙ୍କ ମଧ୍ୟରୁ ଜଣେ ଏବଂ ସେ ସ୍ବୟଂ ହିଁ ନିଜେ ପ୍ରଜ୍ଞାନାନନ୍ଦ ବାବାଙ୍କୁ ପରମହଂସ ଉପାଧିରେ ଭୂଷିତ କରି ନିଜର ଆଧ୍ୟାତ୍ମିକ ଉତ୍ତରାଧିକାରୀ ରୂପେ ଚୟନ କରିଥିଲେ ।
“ଗୁରୁଙ୍କ ମାର୍ଗଦର୍ଶନରେ ପ୍ରଜ୍ଞାନାନନ୍ଦଜୀ ମହାରାଜ କଠୋର ସାଧନା କଲେ। ସେ କ୍ରିୟା ଯୋଗ, ବେଦାନ୍ତ, ବାଇବେଲ, ପତଞ୍ଜଳି ଯୋଗସୂତ୍ର, ସମସ୍ତ ଆଗମ ଓ ନିଗମ ବିଦ୍ୟା ସହିତ ଉଚ୍ଚ କ୍ରିୟାଗୁଡ଼ିକରେ ସିଦ୍ଧି ଲାଭ କଲେ I”
ଗୁରୁଙ୍କ ମାର୍ଗଦର୍ଶନରେ ପ୍ରଜ୍ଞାନାନନ୍ଦଜୀ ମହାରାଜ କଠୋର ସାଧନା କଲେ। ସେ କ୍ରିୟା ଯୋଗ, ବେଦାନ୍ତ, ବାଇବେଲ, ପତଞ୍ଜଳି ଯୋଗସୂତ୍ର, ସମସ୍ତ ଆଗମ ଓ ନିଗମ ବିଦ୍ୟା ସହିତ ଉଚ୍ଚ କ୍ରିୟାଗୁଡ଼ିକରେ ସିଦ୍ଧି ଲାଭ କଲେ ନିଜର ଅତୁଳନୀୟ ଗୁରୁ ଭକ୍ତି, ଗୋ ଭକ୍ତି, ରାଷ୍ଟ୍ର ଭକ୍ତି, ସନ୍ଥ ପ୍ରେମ ଓ ଭକ୍ତ ବାତ୍ସଲ୍ୟ ଭାବ, ସାଧନା ସହିତ ସେବା ଭାବକୁ ସେ କରିନେଇଛନ୍ତି ଜୀବନର ବ୍ରତ ଓ ଲକ୍ଷ୍ୟ ।
ଶ୍ରୀ ଗୁରୁଦେବ ଥରେ କହିଥିଲେ, “ମୋ ଦ୍ବାରା ଆରମ୍ଭହୋଇଥିବା ସେବା ପ୍ରକଳ୍ପ ଗୁଡିକୁ ଆପଣ ସମ୍ପୂର୍ଣ୍ଣ କରିବେ” ଏହି ଗୁରୁ ବାକ୍ୟକୁ ମନ୍ତ୍ର ରୂପେ ଗ୍ରହଣ କରି ସେ ତାଙ୍କର ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି ।

ତାଙ୍କ ଜୀବନ ହେଲା ସାଧନା ଓ ସେବାର ଅପୂର୍ବ ସମନ୍ବୟା
ଜଣେ ସିଦ୍ଧ ସାଧକ ଗଙ୍କର ଜୀବନ ଓ ବାଣୀ ମାଧ୍ୟମରେ ଜନମାନସକୁ ଶକ୍ତି ପ୍ରଦାନ କରିଥାନ୍ତି। ଜଣେ ଶିକ୍ଷକ ହିସାବରେ ସେ ଆଣ୍ଟାର୍କଟିକା ଛାଡ଼ି ସମସ୍ତ ମହାଦେଶ ଭ୍ରମଣ କରି ଭାରତୀୟ ଆଧ୍ୟାତ୍ମିକ ଭାବଧାରାକୁ ଉଜ୍ଜୀବିତ ରଖିଛନ୍ତି
ଜଣେ ଲେଖକ ହିସାବରେ ସେ ରଚନା କରିଛନ୍ତି ଶତାଧିକ ପୁସ୍ତକ ଏବଂ ଜଣେ ସୁବକ୍ତା ହିସାବରେ ସେ ବିଶ୍ଵର ଜନସାଧାରଣଙ୍କୁ ଆଧ୍ୟାତ୍ମିକ ମାର୍ଗରେ ପ୍ରେରଣା ପ୍ରଦାନ କରୁଛନ୍ତି ଜ୍ଝ ତାଙ୍କ ପ୍ରବଚନ ଗୁଡ଼ିକ ବକ୍ତୃତା ନୁହେଁ, ସେଗୁଡ଼ିକ ହେଉଛି ସାଧକଙ୍କ ହୃଦୟରେ ଦିବ୍ୟ ଶକ୍ତି ସଞ୍ଚାରକାରୀ ସଂଜୀବନୀ। ସେ କ୍ରିୟା, ଧ୍ୟାନ ଏବଂ ଦୈନନ୍ଦିନ ଜୀବନରେ କ୍ରିୟାକୁ କିପରି ବ୍ୟବହାର କରିବା ଶିଖାନ୍ତି। ବିଶେଷ କରି ଭଲ ମଣିଷଟିଏ ହେବାକୁ କହନ୍ତି ।
ଜଣେ ନିଷ୍ଠାପର ସେବକ ହିସାବରେ ଗୁରୁଦେବଙ୍କ ଆଶୀର୍ବାଦରେ ସେ ଗଢ଼ିଛନ୍ତି ଅନେକ ସେବା ସଂସ୍ଥାନ ପଟ୍ଟାମୁଣ୍ଡାଇରେ ସ୍ଥାପନ କରିଛନ୍ତି ହରିହରାନନ୍ଦ ବାଳାଶ୍ରମ ସେଠାରେ ପ୍ରାୟ ସାତ ଶହ ଗରିବ ଅବହେଳିତ ଛାତ୍ରଛାତ୍ରୀ ନିଃଶୁଳ୍କ ଅଧ୍ୟୟନ କରୁଛନ୍ତି । ଅନେକ ଗୁଡ଼ିଏ ଚିକିତ୍ସା କେନ୍ଦ୍ର (ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟ)ର ସେ ପ୍ରତିଷ୍ଠାତା।
ପରମହଂସ ପ୍ରଜ୍ଞାନାନନ୍ଦଙ୍କ ମୁଖ୍ୟ ଶିକ୍ଷା: “ନିଜେ ଭଲ ମଣିଷ ହୁଅ ଏବଂ ଅନ୍ୟମାନଙ୍କୁ ଭଲ ହେବାପାଇଁ ସାହାଯ୍ୟ କର” । “ମଣିଷ ମଧ୍ୟରେ ଈଶ୍ଵରଙ୍କ ସେବା କର “
ସେ ଆଧୁନିକ ଜୀବନ ପାଇଁ କ୍ରିୟାଯୋଗର ପ୍ରାଚୀନ ବିଜ୍ଞାନକୁ ଉପସ୍ଥାପନ କରନ୍ତି। ତାଙ୍କ ଶିକ୍ଷାର ୪ ଟି ପ୍ରମ୍ଭହେଉଛି:
୧. କ୍ରିୟା ଯୋଗ: ଈଶ୍ବରଙ୍କ ପାଖକୁ ଯିବାର ସର୍ବଶ୍ରେଷ୍ଠ ରାସ୍ତା ଜ୍ଝ ସେ କ୍ରିୟାଯୋଗକୁ “ମନକୁ ଶାନ୍ତ କରିବା ଏବଂ ଆତ୍ମାକୁ ଜାଣିବାର ସବୁଠାରୁ ଦ୍ରୁତ ପଦ୍ଧତି” ବୋଲି କହନ୍ତି ଜ୍ଝ
କ୍ରିୟା କେବଳ ଶ୍ଵାସ ନୁହେଁ ଏହା ହେଉଛି “ସଚେତନତା ସହିତ ଈଶ୍ବର ସମର୍ପିତ କର୍ମ”। ଇନ୍ଦ୍ରିୟରୁ ଜୀବନୀ ଶକ୍ତିକୁ ପ୍ରତ୍ୟାହାର କରି ତାକୁ ଈଶ୍ବରଙ୍କୁ ଅର୍ପଣ କଲେ ଯୋଗୀ ପୂର୍ବ କର୍ମକୁ ଦଗ୍ଧ କରି ଆନ୍ତରିକ ଜୀବନକୁ ଆଲୋକିତ କରି ଜାଗ୍ରତ କରେ ଜ୍ଝ
୨. ସଂସାରରେ ରୁହ, କିନ୍ତୁ ସଂସାର ହୁଅ ନାହିଁ। ନଦୀ ପାର କରିବାକୁ ହେଲେ ଚଙ୍ଗା ପାଣି ଭିତରେ ରହିବ କିନ୍ତୁ ଡଙ୍ଗା ଭିତରେ ପାଣି ପଶିବ ନାହିଁ। ସେ କେବେ ବି ଶିଷ୍ୟମାନଙ୍କୁ ଘର କିମ୍ବା ଚାକିରି ଛାଡିବାକୁ କହନ୍ତି ନାହିଁ। ବରଂ ସେ କର୍ମରେ କ୍ରିୟା ଶିଖାନ୍ତି। ଯେଉଁ କର୍ମ ଈଶ୍ବର ଚେତନାରେ ଈଶ୍ବରଙ୍କୁ ଅର୍ପିତ କରି କରାଯାଏ ତାହା କ୍ରିୟା ଏହି କ୍ରିୟା ଅଭ୍ୟାସ ଯୋଗ ଅବସ୍ଥାକୁ ନେଇଯାଏ। ଯୋଗ ମାନେ, ଜୀବର ଈଶ୍ଵରଙ୍କ ସହ ସମ୍ବନ୍ଧ ନିତ୍ୟ, ଶାଶ୍ଵତ ଓ ଚିରନ୍ତନା ତେଣୁ “ତୁମର କର୍ତ୍ତବ୍ୟ କର, କିନ୍ତୁ ଫଳ ଈଶ୍ବରଙ୍କୁ ଅର୍ପଣ କର କମ୍ କଥା ହୁଅ । ଅଧିକ କାମ କର ସରଳ ହୁଅ ଆନନ୍ଦରେ ରୁହା”

ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ୬୭ତମ ଜନ୍ମଦିନ ଉପଲକ୍ଷେ
୩. ଶିଷ୍ୟ- ଗୁରୁ ସମ୍ବନ୍ଧ: ସେ ସର୍ବଦା
ଆମକୁ ମନେ ପକାଇଥାନ୍ତି: “ଗୁରୁ ବେହ ନୁହନ୍ତି । ଗୁରୁ ହେଉଛନ୍ତି ଶିକ୍ଷା, ଆଲୋକ, ତୁମ ମଧ୍ୟରେ ଥିବା ଉପସ୍ଥିତି ଗୁରୁ ଏକ ଶରୀର ନୁହେଁ। ଗୁରୁ ଏକ ତତ୍ତ୍ବ ଓ ପରମ୍ପରା ଗୁରୁ ଈଶ୍ବରଙ୍କ ସହିତ ସଂଯୋଗକାରୀ ଶକ୍ତି ଗୁରୁଙ୍କ ଉପଦେଶ ମାନି ଚାଲ, ଗୁରୁଙ୍କ ସହିତ ଆସନ୍ତ୍ର ହୁଅ ନାହିଁ।” ସେ ଆମକୁ ସମସ୍ତ ପରମ୍ପରାକୁ ସମ୍ମାନ ଦେବାକୁ କୁହନ୍ତି, କିନ୍ତୁ ଆମର ସାଧନା ଓ ପରମ୍ପରା ପ୍ରତି ନିଷ୍ଠାବାନ ରହିବାକୁ କୁହନ୍ତି। କୃତଜ୍ଞତା, ବିନମ୍ରତା, ଓ ଗୁରୁଙ୍କ ମାର୍ଗଦର୍ଶନ ପାଳନ ହିଁ ଉନ୍ନତିର ଦ୍ବାର
୪. ସାର୍ବଜନୀନ ପ୍ରେମ ଓ ସହନଶୀଳତା: ସନାତନେ ଧର୍ମରେ ମୂଳ ଥାଇ ମଧ୍ୟ ସେ ସମସ୍ତ ଧର୍ମର ସାଧକଙ୍କୁ ସ୍ବାଗତ କରନ୍ତି। “ଈଶ୍ବର ଜଣେ ରାସ୍ତା ଅନେକ”
ସେ ଶିଖାନ୍ତି ଯେ ପ୍ରକୃତ ଆଧ୍ୟାତ୍ମିକତା ତୁମେ କେତେ ସମୟ ଧ୍ୟାନ କରୁଛ, କେତେ ପ୍ରବଚନ ଦେଉଛ, କେତେ ଜ୍ଞାନ ଅଛି, ତାହା ଦ୍ବାରା ନୁହେଁ, ବରଂ ତୁମ ମଧ୍ୟରେ କେତେ ପ୍ରେମ କରୁଣା ଓ ବୈରାଗ୍ୟ ଭାବ, ସେବା ଭାବ ଅଛି ତାହା ଦ୍ବାରା ମପାଯାଏ।
୬୭ତମ ବର୍ଷର ଏକ ଯୋଗୀୟ ମହତ୍ତ୍ବ ଅଛି।
ଯୋଗୀୟ ସଂଖ୍ୟା ବିଜ୍ଞାନ ଅନୁସାରେ ୬+୭ = ୧୩, ଏବଂ ୧+୩ = ୪
ଏହି ଚାରି ହେଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ ।
୬ = କୂଟସ
୭- ସହସ୍ରାର
ଯିଏ କୂଟସରେ ରୁହେ ସିଏ ସାଧକ
ଯିଏ ସହସ୍ରାରରେ ସ୍ଥିର ରହେ ସେ ସିଦ୍ଧ।
ପରମହଂସ ଜି ଜଣେ ସାଧକ ଆଉ ସୁଦ୍ଧା ମଧ୍ୟ ମ
ଯାହାର ମନ ବୃତ୍ତା ଚିତ୍ତ ସଜା ସର୍ବଦା ସ୍ଥିର ରୁହେ ସେ ହିଁ ପ୍ରକୃତ ସିଦ୍ଧ ସାଧକ ପରମହଂସ ଜି ଙ୍କ ଜୀବନରେ ଏହା ଜୀବନ୍ତ ଓ ମୂର୍ତିମନ୍ତ।
ମୋର ଗୁରୁଭାଇ ହିସାବରେ ମୁଁ ତାଙ୍କର ବଡ଼ିମା ବଖାଣ କରୁ ନାହିଁ। କେବଳ ମୋର ତାଙ୍କ ସହିତ ବିଗତ ୪୮ ବର୍ଷର ଘନିଷ୍ଠତାରୁ ତାଙ୍କର ଦିବ୍ୟତ୍ଵର କାଣିଚାଏ ସନ୍ଧାନ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି।
ସେ କହନ୍ତି ଜୀବନ ହେଲା ସମୟ
ସମୟ ନଷ୍ଟ ମାନେ ଜୀବନ ନଷ୍ଟ
ସମୟର ସବୁପଯୋଗ ହିଁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ଆଣିଦିଏ।
ସେ ଶତାୟୁ ହୁଅନ୍ତୁ ଜ୍ଝ ନିରୋଗ ରୁହନ୍ତୁ ଆଉ ଆମମାନଙ୍କୁ ଜୀବନ ପଥରେ ଅନୁପ୍ରାଣିତ କରୁଥାନ୍ତୁ।
ହରିହାରାନନ୍ଦ ଧ୍ୟାନ କୁଟୀର, ଅମରକଣ୍ଟକ
