tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆପଡା କାଲମିଦାଦରରେ ହୀରା, କେନ୍ଦୁଝର ଗୋପୁର-ଜଳଡ଼ିହିରେ ସୁନାଖଣି

1 min read

Oplus_16908288

ଭୁବନେଶ୍ବର,//TATKAL ODISHA//:

ଓଡିଶାର ନୂଆପଡା ଜିଲ୍ଲା ଅନ୍ତର୍ଗତ କାଲମିଦାଦର ଅଞ୍ଚଳରେ ହୀରା ଓ ମାଣିକ୍ ପଥର ସନ୍ଧାନ ମିଳିଛି। ସେହିପରି କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକ ଅନ୍ତର୍ଗତ ଗୋପୁର-ଜଳଡ଼ିହି ଅଞ୍ଚଳରେ ସୁନାପଥର ଥିବାର ସନ୍ଧାନ ମିଳିଛି I 

   ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା।

 ମନ୍ତ୍ରୀ କହିଛନ୍ତି ଯେ, ଓଡିଶା ମାଟି ତଳେ କେବଳ ଲୁହା ଓ ବକ୍ସସାଇଟ ନୁହେଁ,  ହୀରା ଓ ମାଣିକ ପଥରର ସନ୍ଧାନ ମିଳିଛି। ସେହିପରି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ହିଞ୍ଜିଳିବାହାଲ-ଜିଲିଙ୍ଗିବାର ମାଣିକ ପଥର ଖଣି ଥିବାର ସନ୍ଧାନ ମଧ୍ୟ ମିଳିଛି। ସେ ନେଇ ମଧ୍ୟ ଅଧିକ ଅନୁସନ୍ଧାନ ଚାଲିଛି।

  ମନ୍ତ୍ରୀ କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ମଦନାସାହି-କାଞ୍ଜିଆ ଅଞ୍ଚଳରେ ତମ୍ବାବାହୀ ପଥର ସହିତ ସୁନା ଥିବାର ଆକଳନ ହୋଇଛି । 

  ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଆଦାସ-ରାମପାଲ୍ଲୀ ଅଞ୍ଚଳରେ ତମ୍ଵା ପଥର, ଗ୍ରାଫାଇଟ୍, ନିକେଲ ସହିତ ସୁନା ଥିବାର ଜଣାଯାଇଛି I 

Share

Leave a Reply