03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଉନ୍ମୋଚନ ହେଲା ବିଜୟ ପଟ୍ଟନାୟକଙ୍କ ‘ଜନବାର୍ତ୍ତା’ 

1 min read

oplus_136314880

  • ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲ ବି ଲୋକାର୍ପିତ
  • ସୋମ୍ୟ ବାବୁ କହିଲେ,ଓଡ଼ିଆ ସ୍ୱାଭିମାନର ସ୍ୱରହେଉ

ଭୁବନେଶ୍ୱର, //TATKAL ODISHA//

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ବହୁ ଚର୍ଚିତ ଓଡ଼ିଆ ସ୍ୱାଭିମାନର ସ୍ୱର ‘ଜନବାର୍ତ୍ତା’ ସାପ୍ତାହିକ ସମ୍ବାଦପତ୍ର,  ଡିଜିଟାଲ ଚ୍ୟାନେଲ ଓ ୱେବ୍‌ ପୋର୍ଟାଲ ଉନ୍ମୋଚନ ହୋଇଛି I

  ରବିବାର ଫେବୃଆରୀ ୨୨ରେ ଭାରତୀୟ ବିଦ୍ୟାଭବନ, ଖାରବେଳ ନଗର, ୟୁନିଟ-୩, ଭୁବନେଶ୍ବରରେ ପୂର୍ବାହ୍ନ ଦଶଟାରେ ତାହା ଲୋକାର୍ପଣ ହୋଇଛି I 

oplus_136314880

     ଉନ୍ମୋଚନ ଉତ୍ସବରେ ସମ୍ବାଦର ପୂର୍ବତନ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଆଉଟଲୁକର ପୂର୍ବତନ ସମ୍ପାଦକ ରୁବେନ ବାନାର୍ଜୀ,ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ରାଷ୍ଟ୍ରଦୂତ ମଳୟ ମିଶ୍ର ପ୍ରମୁଖ ଯୋଗଦେଇ ନିଜର ସୁଚିନ୍ତିତ ମତ ଦେଇଛନ୍ତି I

ରବି ଦାସଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉତ୍ସବରେ ଉଦଘାଟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, “ଡିଜିଟାଲ ଯୁଗରେ ମୋବାଇଲ ପ୍ରେମରେ ଲୋକେ ପଡିଯାଇଛନ୍ତି I ଟେଲିଭିଜନ ସୁକୁ ସୁକୁ ହେଉଛି I ଏଭଳି ସ୍ଥିତିରେ ‘ଜନବାର୍ତ୍ତା’ ସାପ୍ତାହିକ ଖବରକାଗଜ ପ୍ରକାଶ କରିବା ନେଇ ସାହସ କରିବା କିଛି କମ କଥା ନୁହେଁ I ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ I ତେଣୁ ଧନୀ ରାଜ୍ୟରେ ଗରିବ ଲୋକଙ୍କର ସ୍ୱାଭିମାନର ସ୍ୱର ହେଉ ଏହି ସାପ୍ତାହିକ, ଏତିକି ମୋର କାମନା I “

ସଂସ୍ଥାପକ ବିଜୟ କୁମାର ପଟ୍ଟନାୟକ କହିଥିଲେ, “ବଗିଚାରେ ଅନେକ ଫୁଲ ଫୁଟୁଛି I ଆଉ ଏକ ନୂଆ ଫୁଲ ଫୁଟିଲେ କିଛି କ୍ଷତିନାହିଁ I ହେଲେ ମତ ସ୍ପଷ୍ଟ I ଓଡ଼ିଶା ପାଇଁ କିଛି କରିବାର ମୁଁ ସ୍ୱପ୍ନ ଦେଖିଛି I ସେଇ ସ୍ୱପ୍ନ ମେଡ଼ିଆ ଦ୍ୱାରା ହିଁ ସମ୍ଭବ ହେବ I ଜନତାଙ୍କ ପାଇଁ ସାପ୍ତାହିକ ‘ଜନବାର୍ତ୍ତା’ ‘ସ୍ଵାଭିମାନୀ ଓଡିଆଙ୍କ ସ୍ୱର’ ଭାବେ ପ୍ରତିଫଳିତ ହେବ। ମିଳିତ ପ୍ରଚେଷ୍ଟାରେ ତାହା ଫଳବତୀ ହେବ I”

ମଳୟ ମିଶ୍ର କହିଛନ୍ତି ଯେ, “ଓଡ଼ିଆ ସ୍ୱାଭିମାନ ସୁରକ୍ଷା ପାଇଁ ସମସ୍ତେ ଲଢେଇ କରିବା ଜରୁରୀ I କେବଳ କଥାର ନୁହେଁ, ବାସ୍ତବରେ ତାହା ପ୍ରତିଫଳନ ହେବା ଆବଶ୍ୟକ I ତାହା ହିଁ ଅସଲ ଅସ୍ମିତା I”

ରୁବେନ ବାନାର୍ଜୀ କହିଛନ୍ତି ଯେ, “ଓଡ଼ିଶା ମୋର ପରୀକ୍ଷାଗାର I ମୁଁ ସବୁବେଳେ ପରୀକ୍ଷା ଦେଉଛି I ବିଜୟ ବାବୁ ଏଇ ଯେଉଁ ଖବର କାଗଜ ପ୍ରକାଶ କରିଛନ୍ତି, ବହୁତ ଭଲ କଥା I ଏବେ ମେଡ଼ିଆ ବିପଦରେ I କଣ୍ଠରୋଧ କରାଯାଉଛି I ପୂର୍ବଠାରୁ ଏବେ ଅଧିକ I ଜନବାର୍ତ୍ତା ଛୋଟ ହୋଇପାରେ, ହେଲେ ସ୍ୱର ଶାଣିତ ହେବ I”

Share

Leave a Reply