tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସକାଳ ପାହିଲେ ଦେଶବ୍ୟାପୀ ଧର୍ମଘଟ

1 min read

  • କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍‌କୁ କଂଗ୍ରେସ,ବାମଦଳ,ବିଜେଡିର ସମର୍ଥନ

ଭୁବନେଶ୍ୱର,/TATKAL ODISHA//
ଏମ୍‌ଜିନରେଗାର ନାଁ ପରିବର୍ତ୍ତନ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ବିରୁଦ୍ଧରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଫେବୃଆରୀ ୧୨ରେ ଓଡ଼ିଶା ସମେତ ଦେଶବ୍ୟାପୀ ଧର୍ମଘଟ ହେବ। ଏହି ଧର୍ମଘଟକୁ କଂଗ୍ରେସ, ବାମଦଳ, ବିଜେଡି ସମର୍ଥନ କରିଥିବା ସ୍ପଷ୍ଟ କରିଛନ୍ତି।


ଧର୍ମଘଟରେ ୧୦ଟି ପ୍ରମୁଖ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମିଳିତ ଭାବରେ ଡାକରା ଦେଇଛନ୍ତି।

ସେହି ସଂଗଠନ ଗୁଡ଼ିକ ହେଉଛି ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ୍‌, ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ କଂଗ୍ରେସ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ , ହିନ୍ଦ୍ ମଜଦୁର ସଭା , ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ କାଉନ୍ସିଲ୍ ଅଫ୍ ଟ୍ରେଡ୍ ୟୁନିଅନ୍ , ଲେବର ପ୍ରୋଗ୍ରେସିଭ୍ ଫେଡେରେସନ୍ , ଏବଂ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ ସମେତ ବ୍ୟାଙ୍କ କର୍ମଚାରୀ, ବୀମା କର୍ମଚାରୀ ଏବଂ ରାଜ୍ୟ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ୫୦ରୁ ଅଧିକ ସ୍ୱାଧୀନ ଗୋଷ୍ଠୀ ମଧ୍ୟ ସାମିଲ ଅଛନ୍ତି।

ଏଥିସହିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଧୀନରେ ଥିବା କୃଷକ ସଂଗଠନଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ ଦେଇଛନ୍ତି। ତେବେ ସିପଆଇ, ସିପିଏମ ଭଳି ବାମ ଦଳ, ଭାରତୀୟ ଜାତୀୟ କଂଗ୍ରେସ ଓ ବିଜୁ ଜନତା ଦଳର ଶ୍ରମିକ ସଂଗଠନ ଧର୍ମଘଯକୁ ସମର୍ଥନ ଦେଇଥିବାରୁ ତାହା ଜୋରଦାର୍ ହେବ ବୋଲି ଅଶଙ୍କା କରାଯାଉଛି।

Share

Leave a Reply