03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଫେବ୍ରୁଆରୀ ୧୭ ବଜେଟ୍ ଅଧିବେଶନ: ୨୦ରେ ବଜେଟ୍‌

1 min read

  • ଦୁଇଟି ପର୍ଯ୍ୟାୟରେ ବସିବ, ଏପ୍ରିଲ ୮ରେ ଶେଷ
  • ମାର୍ଚ୍ଚ ୩୧ରେ ୨୦୨୬-୨୭ର ଆପ୍ରୋସିଏସନ ବିଲ୍

ଭୁବନେଶ୍ୱର,/TATKAL ODISHA//
ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ। ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏହି ଅଧିବୋନ ଏପ୍ରିଲ ୮ ଯାଏଁ ତାହା ଚାଲିବ। ଫେବ୍ରୁଆରୀ ୨୦ରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିବେ ଆର୍ଥିକ ବର୍ଷ୨୦୨୬-୨୭ ପାଇଁ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍‌।

ଅଧିବେସନର ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟକୁ ଆରମ୍ଭ କରିବେ ବାଚସ୍ପତି ସୁରମା ପାଢ଼ୀ। ମହାମହିମ ରାଜ୍ୟପାଳ ଡ. ହରିବାବୁ କୁମ୍ବମ୍‌ପଟି ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିବେ। ଫେବ୍ରୁଆରୀ ୧୮ ଓ ୧୯ରେ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଫେବ୍ରୁଆରୀ ୨୦ରେ ଆଗତ ହେବ ଆର୍ଥିକ ବର୍ଷ୨୦୨୬-୨୭ରେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ। ବଜେଟ୍ ଉପରେ ଫେବ୍ରୁଆରୀ ୨୩ ଓ୨୪ରେ ସାଧାରଣ ଆଲୋଚନା କରାଯିବ।

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅବଧି ୨୪ରେ ଶେଷ ହେବ। ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୮ ମଧ୍ୟରେ ଗୃହ ମୂଲତବୀ ହେବ। ଏହାରି ମଧ୍ୟରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ପ୍ରସ୍ତୁତ ହେବ।

ପୁଣି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ରେ ଶେଷ ହେବ। ମାର୍ଚ୍ଚ ୯ରେ ଗୃହରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୨୬ ଯାଏ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଉପସ୍ଥାପନ ହେବ। ମାର୍ଚ୍ଚ ୩୦ରେ ବଜେଟ୍ ଅନୁମୋଦନ ପାଇଁ ଗୃହର ଅନୁମତି ଲୋଡ଼ିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ମାର୍ଚ୍ଚ ୩୧ରେ ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୬-୨୭ ଆର୍ଥିକ ବର୍ଷର ଆପ୍ରେସିଏସନ ବିଲ୍ ଆଗତ ହୋଇ ସେଇଦିନ ପାରିତ ହେବ।

ଏପ୍ରିଲ ୧ରୁ ଗୃହ ଉତ୍କଳ ଦିବସ ପାଇଁ ବନ୍ଦ୍ ରହିବ। ଏପ୍ରିଲ ୨ ଓ ଏପ୍ରିଲ ୮ରେ ପ୍ରାଇଭେଟ୍ ମେମ୍ବରଙ୍କ ବିଲ ଆଗତ ପାଇଁ ଦୁଇଦିନ ଧାର୍ଯ୍ୟ ହୋଇଛି। ଶେଷରେ ଏପିଲ ୮ରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ କରିବେ।ତେଣୁ ସୁରକ୍ଷାକୁ ତ୍ରିସ୍ତରୀୟ କରିବା ସହ କଡ଼ାକଡ଼ି କରାଯିବ।

Share

Leave a Reply