03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମୁଖ୍ୟମନ୍ତ୍ରୀଙ୍କ ପନ୍ଦର ସୂତ୍ରୀ ଫର୍ମୁଲା’ କାର୍ଯ୍ୟକାରୀ ଉପରେ ଅନୁଙ୍କ ଗୁରୁତ୍ୱ

1 min read

ଭୁବନେଶ୍ୱର,//TATKAL ODISHA//

ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା ସହ ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ଭଳି ‘ମୁଖ୍ୟମନ୍ତ୍ରୀଙ୍କ ପନ୍ଦର ସୂତ୍ରୀ ଫର୍ମୁଲା’ କାର୍ଯ୍ୟକାରୀ ପାଇଁ ନୂଆ ମୁଖ୍ୟ ସଚିବ ଅନୁ ଗର୍ଗ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି I

   ଶୁକ୍ରବାର ଲୋକସେବା ଭବନରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରଥମ ସଚିବସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମସ୍ତ ବିଭାଗର ସଚିବମାନଙ୍କ ସହିତ ଦୀର୍ଘ ଆଲୋଚନା କରିଛନ୍ତି।

   ଅନୁ ଗର୍ଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବାକୁ ପଡ଼ିବ I ଭିଜନ ଡକ୍ୟୁମେଣ୍ଟ ଭିତ୍ତିରେ ଲକ୍ଷ୍ୟ ହାସଲ ପାଇଁ ପ୍ରଥମେ ୨ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରକଳ୍ପ ଗୁଡିକର ଗୁଣାତ୍ମକତା ବଜାୟ ରଖିବାକୁ ପଡ଼ିବ I ସେହିପରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ କରାଯିବା ପାଇଁ ପ୍ରକଳ୍ପଓ୍ୱାରୀ ତଦାରଖ ନିମନ୍ତେ ଖସଡ଼ା ପ୍ରସ୍ତୁତି ବି କରିବାକୁ ହେବ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି I 

Share

Leave a Reply