ଶିକ୍ଷକଙ୍କ ପାଇଁ କମିଟି ଗଠନ : ଅଶୋକ କୁମାର ତ୍ରିପାଠୀ ଅଧ୍ୟକ୍ଷ
1 min read
- ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
- ୬ ମାସରେ ଅଧ୍ୟକ୍ଷ ଦେବେ ରିପୋର୍ଟ
- ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କ ଦାବି ପୂରଣ ହେବ
ଭୁବନେଶ୍ୱର,//TATKAL ODISHA//
ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ଦାବି ପୂରଣ ହେବ I ରାଜ୍ୟ ସରକାର seamankବିଭିନ୍ନ ପ୍ରକାରର ଦାବି ଉପରେ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଉକ୍ତ କମିଟିର ଅଧ୍ୟକ୍ଷ ରହିବେ । ଛଅ ମାସ ଭିତରେ ତାଙ୍କ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।
ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିବୃତ୍ତି ଜରିଆରେ ଏହି ବଡ଼ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ପ୍ରକାର ସରକାରୀ ଏବଂ ଅନୁଦାନପ୍ରାପ୍ତ ଓ ଅଣ- ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ରହିଅଛି । ଏହି ଶିକ୍ଷାନୁଷ୍ଠାନଗୁଡିକର ବିଭିନ୍ନ ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀ ସଂଘ ସେମାନଙ୍କର ବିଭିନ୍ନ ପ୍ରକାରର ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିଆସୁଛନ୍ତି । ସେମାନଙ୍କର ଏହି ଦାବୀ ଉପରେ ବିଭିନ୍ନ ସମୟରେ ଆଲୋଚନା ମଧ୍ୟ କରାଯାଇଅଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଗୁରୁତ୍ଵର ସହ ବିଚାର କରି ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କର ଦାବୀ ସମୂହର ଅନୁଶୀଳନ ନିମନ୍ତେ ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉକ୍ତ କମିଟି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ପଷ୍ଟ କରିଛନ୍ତି।(ଜିତେନ୍ଦ୍ର)
