03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଧାନସଭାର ଐତିହାସିକ ଶୀତ ଅଧିବେଶନ ଆରମ୍ଭ

1 min read
  • ଶୋକ ପ୍ରସ୍ତାବ ପରେ ଗୃହ ମୂଳତବି
  • ସୁରକ୍ଷା ବ୍ୟବସ୍ଥା ହୋଇଛି ତ୍ରିସ୍ତରୀୟ

ଭୁବନେଶ୍ୱର,//TATKAL ODISHA//

ସପ୍ତଦଶ ବିଧାନସଭା ପଞ୍ଚମ ତଥା ଶୀତ ଅଧିବେଶନ ଆରମ୍ଭ ହୋଇଛି। ଏହା ହେବ ଐତିହାସିକ I ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିବେ। ତାହା ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ହେବ। ଫଳରେ ବିଧାନସଭାକୁ ନୂଆ ରୂପରେ ସଜାଯାଇଛି I

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିବେ

  • ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟକୁ ଆରମ୍ଭ କରିଥିଲେ ବାଚସ୍ପତି ସୁରମା ପାଢ଼ୀ I ଶୋକ ପ୍ରସ୍ତାବ ଆଗତ କରି ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ବିଧାୟକ ମହେନ୍ଦ୍ର ପ୍ରସାଦ ମହାପାତ୍ର, କୃଷ୍ଣ ଚନ୍ଦ୍ର ମଲ୍ଲିକ ଏବଂ ପୂର୍ବତନ କନେଷ୍ବଳ ସରୋଜ କୁମାର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I  ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ, ସିପିଏମ ସଭ୍ୟ ଲଷ୍ମଣ ମୁଣ୍ଡା ଓ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବକୁ ଗ୍ରହଣ କରି ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ I

   ଚଳିତ ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ରେ ତାହା ଶେଷ ହେବ। ଏହି ଅଧିବେଶନ କାଳରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୦ ଆର୍ଥିକ ବର୍ଷରୁ ପ୍ରଥମ କାମଚଳା ବଜେଟ୍ ଉପସ୍ଥାପନା କରିବେ।
 

ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଥିମଧ୍ୟରେ ନାରୀ ନିର୍ଯ୍ୟାତନା, ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଅନ୍ୟତମ। ଫଳରେ ଅଧିବେଶନ ସର୍‌ଗରମ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

 

ଗୃହକୁ ସୁରୁଖୁରୁରେ ଚାଲିବା ପାଇଁ ବିରୋଧୀ ସଭ୍ୟଙ୍କୁ ଅପିଲ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଏନେଇ ବୁଧବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଶୀତ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୈାପଦୀ ମୁର୍ମୁ ଗୃହକୁ ସମ୍ଭୋଦିତ କରିବେ। ତାହା ଆମ ପାଇଁ ଗର୍ବର ବିଷୟ। ଏଥିସହ ମୁଖ୍ୟମନ୍ତ୍ରୀ ପ୍ରଥମ କାମଚଳା ବଜେଟ୍ ଉପସ୍ଥାପନା କରିବେ। ସେଥିପାଇଁ ଅଧିବେଶନର ଗୁରୁତ୍ୱ ଅନେକ। ତେଣୁ ବିରୋଧୀ ସଭ୍ୟମାନେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ତ୍ରିସ୍ତରୀୟ କରାଯାଇଛି। ବିଭିନ୍ନ ସ୍ଥାନରେ ସିସିଟିଭି ଖଞ୍ଜା ଯାଇଛି। ବିଧାନସଭା ଭିତର ଓବାହାରେ ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ ଫୋର୍ସ। ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାର୍ଡ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ୱରେ ରହିଛନ୍ତି। ଲୋୟର୍ ପିଏମ୍‌ଜିରେ ୧୪୪ ଧାରା ଜାରି କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ବି କରାଯାଇଛି

 । 

Share

Leave a Reply