03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏସସି,ଏସ୍‌ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ବୃଦ୍ଧି: ୨୦୨୬ ଡିସେମ୍ବର ପହିଲାରୁ ଲାଗୁ

1 min read

ଭୁବନେଶ୍ୱର,//TATKAL ODISHA//

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁଓଡ଼ିଶା ସରକାର ପ୍ରାକ୍‌-ମାଟ୍ରିକ ଛାତ୍ରବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରିଛନ୍ତି। ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବ। ଏହି ବର୍ଦ୍ଧିତ ଛାତ୍ରବୃତ୍ତି ୨୦୨୫-୨୬ ଶିକ୍ଷାବର୍ଷର ଡିସେମ୍ବର ମାସ ପହିଲାରୁ ଲାଗୁ କରାଯିବ।


ଛାତ୍ରଙ୍କୁ ପୂର୍ବରୁ ବାର୍ଷିକ ୧୦,୫୦୦ ଟଙ୍କା ମିଳୁଥିଲା। ଏବେ ୧୬ ହଜାର ଟଙ୍କା ମିଳିବ। ସେହିଭଳି ଛାତ୍ରୀଙ୍କୁ ୧୧ ହଜାର ଟଙ୍କା ମିଳୁଥିଲା।
ଏବେ ୧୭ ହଜାର ଟଙ୍କା ମିଳିବ। ସର୍ବାଧିକ ୧୦ ମାସ ପାଇଁ ଏହି ଛାତ୍ରବୃତ୍ତି ମିଳିବ।

କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ସେ କହିଛନ୍ତି ଯେ, ଏସ୍‌ସି,ଏସ୍‌ଟି ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ଅଧ୍ୟନ କରୁଥିବା ଅନ୍ତେବାସୀଙ୍କ ପ୍ରାକ୍‌-ମାଟ୍ରିକ୍ ଛାତ୍ରବୃତ୍ତି ବଢ଼ିଛି। ଅନ୍ୱେଷା ଛାତ୍ରାବାସରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପ୍ରାକ୍‌-ମାଟ୍ରିକ ଛାତ୍ରବୃତ୍ତି ବାର୍ଷିକ ୧୧ ହଜାରରୁ ୧୭ ହଜାରକୁ ବୃଦ୍ଧି କରାଯାଇଛି। ଏସ୍‌ସି,ଏସ୍‌ଟି ବିଭାଗ ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣ ପଢ଼ୁଥିବା ଅନ୍ତେବାସୀଙ୍କ ମେସ୍ ପରିଚାଳନା ଖର୍ଚ୍ଚ ଯଥା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ବଢ଼ିଛି। ଏହି ଯୋଜନାରେ ଛାତ୍ର ପିଛା ବାର୍ଷିକ ୧୧ ହଜାର ଟଙ୍କା ପରିବର୍ତ୍ତେ ୧୬ ହଜାର ଟଙ୍କା ଏବଂ ଛାତ୍ରୀଙ୍କୁ ୧୭ ହଜାର ଦିଆଯିବ। ଏହି ଛାତ୍ରବୃତ୍ତି ସଂଶୋଧନ ଦ୍ୱାରା ବିଦ୍ୟାଳୟରେ ଅଧ୍ୟୟନରତ ଅନୁସୂଚିତ ଜନଜାତି ବର୍ଗର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଉନ୍ନତମାନର ଓ ପରିମାଣର ପୁଷ୍ଟିକର ଖାଦ୍ୟ ପାଇପାରିବେ।

Share

Leave a Reply