03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଏକତାର ପ୍ରତୀକାମୂକ ଅନୁଷ୍ଠାନ- ଏକତ୍ର ବାଲେଶ୍ୱର

1 min read

  • ଭୁବନେଶ୍ୱ ବୁଦ୍ଧ ମନ୍ଦିରରେ ଆରମ୍ଭ ହୋଇଛି ‘ମହାମିଳନ’

ଭୁବନେଶ୍ୱର,//TATKAL ODISHA//

ଉତ୍କର୍ଷକଳା ଉତ୍କଳର ସାଂସ୍କୃତିକ, ଅର୍ଥନୀତିକ ଓ ଐତିହାସିକ ନାଭିକେନ୍ଦ୍ର ରୂପେ ସୁବିଦିତ ବାଲେଶ୍ୱର ସାହିତ୍ୟ, କଳା, ସଂସ୍କୃତି, ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ଜିଲ୍ଲା। ପ୍ରାଚୀନ ଉତ୍କଳର ନୌବାଣିଜ୍ୟର ଏହା ପ୍ରାଣକେନ୍ଦ୍ର। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନମୁଗ୍ଧକର। ପାନ, ଧାନ, ମୀନରେ ପରିପୂର୍ଣ୍ଣା I ସମୁଦ୍ର,ନଦନଦୀ, ସବୁଜ ଅରଣ୍ୟାନୀ ଓ ପର୍ବତ ପରିବେଷ୍ଟିତ ହୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି। ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଏକତ୍ର ବାଲେଶ୍ବର’ର ସୃଷ୍ଟି I ବାଲେଶ୍ବରିଆଙ୍କ ଏକତାର ପ୍ରତୀକାମୂକ ଅନୁଷ୍ଠାନ ।

    ଶନିବାର ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଏକତ୍ର ବାଲେଶ୍ୱରର ମହାମିଳନ ଆରମ୍ଭ ହୋଇଛି I ଏଥିରେ ମୁଖ୍ୟ ଅତିଥି ଗୋବିନ୍ଦ ଚନ୍ଦ୍ର ଦାସ, ଡ଼ଃ ଅଦୈତ ପାତ୍ର, ଓଡିଶୀ ନୃତ୍ୟଙ୍ଗନା ସୁଜାତା ମହାପାତ୍ର, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର,ବିଶିଷ୍ଟ ସାହିତ୍ୟିକ ନିରଞ୍ଜନ ପଣ୍ଡା, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମୋନିକା ଦାସ ଏବଂ ପୂର୍ବତନ ପ୍ରଶାସକ ନିରଞ୍ଜନ ସାହୁଙ୍କ ଭଳି ବହୁ ବିଦ୍ୱାନ ଅତିଥି ଭାବେ ଯୋଗ ଦେଇଛନ୍ତି I

ସଭାରେ ସଂସ୍ଥାର ଉପ ସଭାପତି କେଶୁ ଦାସ ଅତିଥି ପରିଚୟ ପ୍ରଦାନ ସହ ରାମଜୀବନ ଗୋଛାୟତ ସ୍ୱାଗତ ଭାଷଣ ଦେଇଛନ୍ତି I ସମ୍ପାଦକ ବିବରଣୀ ପାଠ କରିଛନ୍ତି ସରୋଜ ଦାସ I

ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି I ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ବିସ୍ତୃତ ଆଲୋଚନା ହୋଇଛି I

     ଭୁବନେଶ୍ଵର, କଟକ ଓ ପୁରୀରେ ବସବାସ କରୁଥିବା ଲୋକମାନଙ୍କର ଏକ ଅନନ୍ୟ ସହଭାଗିତା ଓ ସମଭାଗିତା ତାର ଉଦ୍ୟମ। ଆମର ବାଲେଶ୍ଵର ସୁଜଳା, ସୁଫଳା ଓ ଶସ୍ୟଶ୍ୟାମଳା ଓଡ଼ିଶାର ଉତ୍ତର ସୀମାନ୍ତ । ଏହାର ଉତ୍ତର ପୂର୍ବରେ ପଶ୍ଚିମବଙ୍ଗ ଓ ଦକ୍ଷିଣ ପୂର୍ବରେ ବଙ୍ଗୋପସାଗର ଭୌଗଳିକ ସ୍ଥିତିକୁ ମନୋରମ କରି ଗଢ଼ିତୋଳିଛି। 

ଏହାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ପ୍ରବାସୀ ବାଲେଶ୍ଵରିଆ ଏକତ୍ରିତ ହୋଇ ଜିଲ୍ଲାର ପ୍ରଗତିକୁ ବେଗଶୀଳ କରିବାକୁ ପ୍ରତିଶ୍ରୁତିବଦ୍ଧ। ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ସୁରକ୍ଷା ନିମନ୍ତେ ଆମେ ବଦ୍ଧ ପରିକର। ଶିଶୁ, ମହିଳା ଓ ବୟୋଜ୍ୟେଷ୍ଠମାନଙ୍କ ସୁରକ୍ଷା ନିମନ୍ତେ ଆମେ ସଜାଗ ଓ ସଚେତ। ପ୍ରଗତି ଓ ଗଠନମୂଳକ କାର୍ଯ୍ୟର ଭିଭିଭୂମି, ଯୋଜନା ଓ ତାର ସଫଳ ରୂପାୟନ ନିମନ୍ତେ ଆମେ ସହଭାଗିତା ଓ ସହଯୋଗରେ ଆସ୍ଥା ପ୍ରକଟ କରୁ |

ରାଜଧାନୀ ଓ ତାହାର ଆଖ ପାଖରେ ଥାଇ ପ୍ରଶାସନିକ ଓ ସାଂଗଠନିକ ସାହାଯ୍ୟ ଉପଲବ୍ଧ କରାଇବା ଆମର ମୁଖ୍ୟ ଆଭିମୁଖ୍ୟ। ଏଥିପାଇଁ ବାଲେଶ୍ଵର ବାସୀଙ୍କ ସହିତ ସମନ୍ବୟ ରକ୍ଷା କରି ବହୁମୁଖୀ ପ୍ରକଳ୍ପ ଓ ଯୋଜନାର ଖସଡ଼ା ପ୍ରସ୍ତୁତ କରି ସେଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ ଆମେ କୃତ ସଂକଳ୍ପ । ତା’ଛଡ଼ା ବିକ୍ଷିପ୍ତ ଭାବରେ ପ୍ରବାସୀ ବାଲେଶ୍ଵରିଆ ମାନଙ୍କୁ ଏକତ୍ରିତ କରି ଏକ ସାଂସ୍କୃତି ସଂଗଠନ ମାଧ୍ୟମ ସମ୍ମିଳିତ ହେବୁ ଏବଂ ଆମର ସଂକଳ୍ପକୁ ସଫଳ କରିବୁ । ରେ ଆମେ ମେ

ସମସ୍ତଙ୍କ ପରାମର୍ଶ, ଉପଦେଶ ଗ୍ରହଣ କରି ଏହାକୁ ଲୋକମୁଖୀ ଓ ଜନପ୍ରିୟ ଆନ୍ଦୋଳନରେ ପ୍ରବର୍ତନ କରିବାକୁ ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ ।

Share

Leave a Reply