ଶୂନ୍ୟ ମୃତ୍ୟୁହାର ଉପରେ ସରକାରଙ୍କ ଫୋକସ୍: ପୂଜାରୀ
1 min read
ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଲିଙ୍ଗଗତ ସମାନତା ବୃଦ୍ଧି ଶୀର୍ଷକ ଜାତୀୟ କର୍ମଶାଳା
ଭୁବନେଶ୍ୱର,TATKAL ODISHA//
ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଘଟୁଥିବା ଆପଦକାଳୀନ ସ୍ଥିତିରୁ ଆମେ ଯେଉଁ ପରିଚାଳନାଜନିତ ଅଭିଜ୍ଞତା ଆହରଣ କରୁଅଛୁ ସଂକଟ ସମୟରେ ସେସବୁର ଉପଯୋଗ କରି ଜନସାଧାରଣଙ୍କୁ ସୁରକ୍ଷା ଦେବା ତଥା ଶୂନ୍ୟ ମୃତ୍ୟୁହାର ନିଶ୍ଚିତ କରିବା ଦିଗରେ ସରକାର ସବୁବେଳେ ପ୍ରୟାସ କରି ଆସୁଛନ୍ତି।
ବୁଧବାର ଲିଙ୍ଗଗତ ସମାନତାର ଅଭିବୃଦ୍ଧି ଓ ବିପର୍ଯ୍ୟୟଜନିତ ଆପଦ ହ୍ରାସ ସୁନିଶ୍ଚିତ କରୁଥିବା ପ୍ରଶାସନ ନିମନ୍ତେ ଜାତୀୟ କର୍ମଶାଳାରେ ଯୋଗଦେଇ ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏହି ଦୁଇଦିନିଆ କର୍ମଶାଳା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା), ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ) ସହଯୋଗରେ ସାରା ଭାରତରେ ବିପର୍ଯ୍ୟୟଜନିତ ଆପଦ ହ୍ରାସ କ୍ଷେତ୍ରରେ ଦାୟତ୍ୱସଂପନ୍ନ ପ୍ରଶାସନ ନିଶ୍ଚିତ ଭାବେ ମାର୍ଗଦର୍ଶନ ଦେବ । ଏହି କାର୍ଯ୍ୟକ୍ରମରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା, ଓଡ଼ିଶା ସରକାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘ ସଂସ୍ଥା ବିକାଶ ସହଭାଗୀ ଶିକ୍ଷା ପ୍ରତିଷ୍ଠାନ ଏଥିରେ ଯୋଗଦେଇଥିଲେ ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ସହ ଓଡ଼ିଶା ଆଜି ଅନ୍ୟମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଛି । ଏହା ହେଉଛି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସରକାରଙ୍କର ପ୍ରତିଶ୍ରୁତିବଦ୍ଧତା, ଆନ୍ତରିକତା ଓ ନିଷ୍ଠାପର ଭାବରେ ଦାୟିତ୍ୱ ସମ୍ପାଦନର ନିଚ୍ଛକ ଉଦାହରଣ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଚାଳନା ନିର୍ଦ୍ଦେଶକ ଦେଓରଞ୍ଜନ କୁମାର ସିଂହ କହିଲେ ଯେ, ଓଏସ୍ଡିଏମ୍ଏ ସବୁବେଳେ ଗୋଷ୍ଠୀଗତ ସହଭାଗିତା ତଥା ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଆମେ ନିରନ୍ତର ଭାବେ ଚେଷ୍ଟାରତ । ଆମେ ସବୁବେଳେ ଆପଦକାଳୀନ ସ୍ଥିତିର ସାମ୍ନା କରିବା ପାଇଁ ପ୍ରାକ୍ ପ୍ରସ୍ତୁତି ଓ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଉଛୁ ଏବଂ ଜରୁରୀକାଳୀନ ସ୍ଥିତିରେ ଜନସାଧାରଣଙ୍କ ନିକଟତର ହୋଇ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ସବୁବେଳେ ଚେଷ୍ଟା କରିଆସୁଛୁ ।
ସମ୍ମଳନୀରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷଜ୍ଞମାନେ ସେମାନଙ୍କର ସୁଚିନ୍ତିତ ମତ ଉପସ୍ଥାପନ କରିବା ସହ ଅନ୍ତର୍ଭୁକ୍ତୀକରଣକୁ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏଥିରେ ଦେଶର ବିଭିନ୍ନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରସ୍ପର ମଧ୍ୟରେ ଉତ୍ତମ ବ୍ୟବସ୍ଥାଜନିତ ପଦକ୍ଷେପ ଆଦାନ ପ୍ରଦାନ ଓ ନବସୃଜନ କ୍ଷେତ୍ରରେ ଅଂଶୀଦାର ଓ ବିପର୍ଯ୍ୟୟ ଆପଦ ହ୍ରାସଜନିତ ଇକୋସିଷ୍ଟମ୍?କୁ ଆଗକୁ ବଢ଼ାଇ ନେବା ପାଇଁ ସହଯୋଗର ରଣନୀତି ଠିକ୍ କରିବା ଭଳି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍ଫର୍ମ ସାବ୍ୟସ୍ତ ହୋଇପାରିଛି ।
ଓଡ଼ିଶାର ପ୍ରତିଶ୍ରୁତିବଦ୍ଧତାକୁ ଦୃଢ଼ ଭାବେ ସମର୍ଥନ କରି ଉପସ୍ଥିତ ଅଂଶଗ୍ରହଣକାରୀମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ, ଜଳବାୟୁ ପରିବର୍ତ୍ତନଜନିତ ବିପଦ ଦିନକୁ ଦିନ ତୀବ୍ର ହେଉଛି । ଏଥିପାଇଁ ବ୍ୟାପକ ଜନସଚେତନତା, ଆନ୍ତରିକତା, ନିଷ୍ଠା ଓ ଦାୟିତ୍ୱପୂର୍ଣ୍ଣ ଭାବରେ ପରିବେଶର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଓଏସ୍ଡିଏମ୍ଏ, ୟୁଏନ୍ଏଫ୍?ପିଏ ଏବଂ ସହଭାଗୀ ସଂସ୍ଥଗୁଡ଼ିକ ଏକ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ସହ ବିଜ୍ଞାନ ଓ ବୈଷୟିକ ଶିକ୍ଷା ଆଧାରିତ ପଦକ୍ଷେପ ବିପର୍ଯ୍ୟୟ ପରିଚାଳନାକୁ ନିଶ୍ଚିତ ଭାବରେ ଆଗକୁ ବଢ଼ାଇବା ପାଇଁ ପ୍ରୋତ୍ସାହିତ କରିବ ଓ ଏଥିରେ ସମସ୍ତ ବର୍ଗର ଭାଗୀଦାରି ସାବ୍ୟସ୍ତ ହୋଇପାରିବ ।
