03/09/2026

tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପୋଲିସ ଏସ୍‌ଆଇ ନିଯୁକ୍ତିରେ କେଳେଙ୍କାରୀ : ତେଜିଲା ରାଜନୀତି

1 min read


– ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି
– ଅନ୍ତଃରାଜ୍ୟ ର‌୍ୟାକେଟ୍ ସକ୍ରିୟ, ସିବିଆଇ ଜରୁରୀ : କଂଗ୍ରେସ

ଭୁବନେଶ୍ୱର,//TATKAL ODISHA//


ପୋଲିସ ଏସ୍‌ଆଇ ନିଯୁକ୍ତିରେ କେଳେଙ୍କାରୀ ଅଭିଯୋଗ: ତେଜିଲା ରାଜନୀତି। ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରି ସିବିଆଇ ତଦନ୍ତ ଦାବି କରିଛନ୍ତି।

ବିଜେଡି କହିଛନ୍ତି ଯେ, ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ରାଜ୍ୟ ସରକାରଙ୍କର ପ୍ରଚ୍ଛନ୍ନ ହାତ ରହିଛି। ସିବିଆଇ ତଦନ୍ତ ଦାବିରେ ଆନେ୍‌ଦାଳନକୁ ଓହ୍ଲାଇବୁ। ପୋଲିସ ବିଭାଗରେ ହୋଇଛି ଏହି ଦୁର୍ନୀତି। ଉକ୍ତ ବିଭାଗର ଏକ ଅଂଶ ଭାବେ ରହିଥିବା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବା ଗ୍ରହଣୀୟ ନୁହେଁ। ଶନିବାର ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶ୍ନବାଚୀ ହୋଇଛି ବୋଲି କହିଥିଲେ।


 ଅନ୍ୟପକ୍ଷରେ ପନ୍ଦର ମାସ ସରକାରରେ ପନ୍ଦର ପରୀକ୍ଷାରେ ମହାଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମୁଖପାତ୍ର ଦେବାଶିଷ ନାୟକ ଏବଂ ପିସିସି ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ମିଳିତ ଭାବେ କହିଛନ୍ତି ଯେ, ଓଡ଼ିଶା ପୋଲିସ୍ ସବ୍‌ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ଯେଉଁଭଳି ବିଶାଳ ଦୁର୍ନୀତି ଓ ଅନିୟମିତତା ଦେଖା ଦେଇଛି, ତାହା ରାଜ୍ୟର ଯୁବଶକ୍ତିର ଆସ୍ଥାକୁ ଭଙ୍ଗି ଦେଇଛି। ବର୍ଷକୁ ବର୍ଷ ଧରି ପରିଶ୍ରମ କରୁଥିବା ଯୁବକମାନେ ଆଜି ଅନ୍ୟାୟରେ ଅଭିଯୁକ୍ତ ହୋଇଛନ୍ତି, ଯେଉଁଥିରେ ମୁଖ୍ୟ ଦୁର୍ନୀତିକାରୀମାନେ ସ୍ୱାଧୀନ ଘୂରୁଛନ୍ତି। ଅନ୍ତଃରାଜ୍ୟ ର‌୍ୟାକେଟ୍ ସକ୍ରିୟ ରହିଛି। ଏଥିରେ ସିବିଆଇ ତଦନ୍ତ ହେବା ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ।

Share

Leave a Reply