ଆନ୍ତର୍ଜାତୀୟ ସଂଗୀତ ଆଲବମରେ ଓଡ଼ିଆ ଝିଅ ଡ.ବିଜୟଶ୍ରୀଙ୍କ ଗୀତ, ଶୁଣନ୍ତୁ…

0
  • ଜୁରୀଚ, ସ୍ଵିଜରଲାଣ୍ଡ//TATKAL ODISHA//
  • EXCLUSIVE REPORT//MUSIC//

**************************************************

କେନ୍ଦ୍ରାପଡ଼ାର ଝିଅ I ନୀଳଗିରିର ବୋହୁ I ରସାୟନ ବିଜ୍ଞାନର ଛାତ୍ରୀ I ଥିଲେ ଅଧ୍ୟାପିକା I ଚାକିରୀ ଛାଡ଼ି ଚାଲିଗଲେ ସୁଦୂର ସ୍ଵିଜରଲାଣ୍ଡ I ଏବେ ସେ ଆନ୍ତର୍ଜାତିକ ସ୍ତରରେ ‘ଷ୍ଟାର ସିଙ୍ଗର’ I ତାଙ୍କ ନାଁ ଡ଼ଃ ବିଜୟଶ୍ରୀ ସାମଲ I

ସେମି କ୍ଲାସିକାଲ ଗୀତରେ ତାଙ୍କର ପକ୍କଡ଼ ରହିଛି I ନିକଟରେ ତାଙ୍କର ଏକ ହିନ୍ଦୀ ଗୀତ ସ୍ଵିଜରଲାଣ୍ଡରେ ରିଲିଜ ହୋଇଛି I

ସେଇ ଗୀତଟି ସୁପର ହିଟ ହୋଇଛି I ଆସନ୍ତୁ ୟୁଟୁବରେ ଲୋଡ଼ ହୋଇଥିବା ସେଇ ଗୀତଟି ଆସନ୍ତୁ ଶୁଣିବା…

ସେଇ ସୁମଧର ଗୀତଟି…

+++++++++++++++++++++++++++++++++++++++

ମଲ୍ଟିପଲ୍ ଗ୍ରାମି ବିଜେତା ପ୍ରଡ୍ୟୁସରଙ୍କ ଦ୍ଵାରା ନିର୍ମିତ ଆନ୍ତର୍ଜାତୀୟ ସଂଗୀତ ଆଲବମରେ ଓଡିଶାର ଡ.ବିଜୟଶ୍ରୀ ସାମଲ

କେନ୍ଦ୍ରାପଡ଼ା ଓଡିଶାର ମୂଳ ବାସିନ୍ଦା ତଥା ବିଦେଶ ମାଟିରେ ବେଶ ନାମ କମେଇଥିବା ସଂଗୀତଞ୍ଜ ଡ଼.ବିଜୟଶ୍ରୀ ସାମଲ ଆସନ୍ତା ଜୁନ ୧୭ ୨୦୨୨ ତାରିଖ ରେ ବିଶ୍ଵ ସ୍ତରରେ ମୁକ୍ତି ଲାଭ କରୁଥିବା ଅନ୍ତର୍ଜାତୀୟ ସଂଗୀତ ଆଲବମ୍ ରେ ଅଂଶଗ୍ରହଣ କରିଛନ୍ତି | ଏହି ଆଲବମ୍ ଟି ଲୋକପ୍ରିୟ ଅନ୍ତର୍ଜାତୀୟ ସଂଗୀତ ବ୍ୟାଣ୍ଡ ‘ସ୍ନାର୍କି ପପି’ ଓ ଚାରି ଥର GRAMMY ପୁରସ୍କାର ବିଜେତା ମାଇକେଲ୍ ଲିଗ୍ ଏବଂ ବିଲ ଲରେନସ ଙ୍କ ଦ୍ଵାରା ନିର୍ମିତ ହୋଇଛି ଏବଂ ଏଥିରେ ବିଜୟାଶ୍ରୀ ସାମଲଙ୍କ ସ୍ବରଚିତ ଗୀତ ‘ଚାନ୍ଦ କେ ଫୂଲ’ ସ୍ଥାନ ପାଇଛି.

ସ୍ଵିଜରଲାଣ୍ଡରେ KIIT ଓ KISS ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ସହ ଗାୟିକା ଡ଼ଃ ବିଜୟଶ୍ରୀ ସାମଲ…


ଆଲବମରେ ଜାଜ୍, ଫଙ୍କ, ପପ୍ ଏବଂ ୱାର୍ଲ୍ଡ ମ୍ୟୁଜିକ୍ ଭଳି ବିଭିନ୍ନ ସଙ୍ଗୀତ ଶୈଳୀକୁ ନେଇ ସଂଗୀତପ୍ରସ୍ତୁତ କରାଯାଇଛି ଓ ବିଭିନ୍ନ ଦେଶର ପେସାଦାର ସଂଗୀତଜ୍ଞ ମାନେ ଏଥିରେ କାମ କରିଛନ୍ତି.
ମାଇକେଲ ଏବଂ ବିଲ ‘ଚାନ୍ଦକେ ଫୂଲ’ ବିଷୟ ରେ କହନ୍ତି, “ଗୀତଙ୍କ ଗହଳିରେ ତତ୍କ୍ଷଣାତ ସ୍ପଷ୍ଟ ବାରି ହେଇପଡୁଥିବା ‘ଚାନ୍ଦ କେ ଫୂଲ’, ପ୍ରଥମ ମୁହୂର୍ତ ରୁ ମନ୍ତ୍ରମୁଗ୍ଧ କରି ହସ ଖୁସିଭରା ତରଙ୍ଗରେ ତା ସହିତ ଭସେଇ ନେଇଯାଏ.


କଣ୍ଠ ଓ ବଂଶୀ ର ଯୁଗଳ ବନ୍ଦୀ ରେ ତାର-ସପ୍ତକ ରେ ମଖମଲି ଶଯ୍ୟା ଟିଏ ତିଆରି ହେଇଚି, ଯାହା ଏଇ ଗୀତ ଟିକୁ ଏକ ସୁନ୍ଦର ସ୍ବପ୍ନ ପରି ଅନୁଭବ କରାଉଛି. ଭାରତୀୟ ଏବଂ ଦକ୍ଷିଣ ଆମେରିକୀୟ ପରମ୍ପରାର ଅତି ଉଚକୋଟିର ଆକର୍ଷଣୀୟ ମିଶ୍ରଣ ହୋଇଛି ଏଇ ଗୀତରେ | ଏହା ନିଶ୍ଚିତ ଭାବରେ ଏକ କର୍ଣ୍ଣ କୀଟ/ ear-worm”.
ବିଜୟଶ୍ରୀଙ୍କ ଗୀତ ‘ଚାନ୍ଦ କେ ଫୁଲ’ ୨୦୨୨ ମସିହା ମେ ୨୦ ତାରିଖ ଦିନ ଏବଂ ସମ୍ପୂର୍ଣ୍ଣ ଆଲବମ୍ ‘ Conflict – Beyond Music , Vol 3 ‘ ଜୁନ୍ 17th 2022 ରେ ବିଶ୍ୱ ବ୍ୟାପୀ ମୁକ୍ତିଲାଭ କରୁଛି ।
2019 ମସିହାରେ ରେ ହିନ୍ଦୁସ୍ତାନୀ କ୍ଲାସିକାଲ କଣ୍ଠଶିଳ୍ପୀ ବିଜୟଶ୍ରୀ ସାମଲ ଙ୍କୁ ସ୍ୱିଜରଲ୍ୟାଣ୍ଡର ବିୟଣ୍ଡମ୍ୟୁଜିକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା. ବିୟଣ୍ଡମ୍ୟୁଜିକ ବିଶ୍ଵ ପ୍ରସିଦ୍ଧ ଗାୟିକା ଟିନା ଟର୍ନର ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଆନ୍ତର୍ଜାତୀୟ କଳାକାରମାନଙ୍କ ମିଳିତ ଉଦ୍ୟମରେ ତିଆରି କରାଯାଇଥିବାଏକ ଉଚ୍ଚକୋଟିର ମ୍ୟୁଜିକାଲ୍ ପ୍ଲାଟଫର୍ମ ଅଟେ | ଏହି ଅନୁଷ୍ଠାନ ପ୍ରତି ବର୍ଷ ନିର୍ଦ୍ଦିଷ୍ଟ ଏକ ସଂଗୀତ ଥିମ୍ କୁ ନେଇ ଅନ୍ତର୍ଜାତୀୟ ଅରିଜିନାଲ ମ୍ୟୁଜିକ ପ୍ରତିଯୋଗିତା ଆୟୋଜନ କରିଥାଏ ଏବଂଗ ବିଶ୍ୱ ପ୍ରସିଦ୍ଧ ସଂଗୀତଞ୍ଜ ମାନେ ଏହି ପ୍ରତିଯୋଗିତାର ବିଜେତା ମାନଙ୍କୁ ମନୋନୀତ କରିଥାନ୍ତି. ବିଜେତାମାନେ ପରେ ବିୟୁଣ୍ଡ ମ୍ୟୁଜିକ୍ ଦ୍ୱାରା ପ୍ରଯୋଜିତ ଆନ୍ତର୍ଜାତୀୟ ସଂଗୀତ ଆଲବୁମରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇଥାନ୍ତି. ଏହି କ୍ରମ ରେ 2022 ମସିହାରେ ସର୍ବମୋଟ ୧୪୦ ଟି ଗୀତ ଓ ୮୫୦ ଜଣ ପେସାଦାର ସଂଗୀତଞ୍ଜ ବିୟଣ୍ଡମ୍ୟୁଜିକ Vol.3 ଆଲବମ ଲାଗି ହୋଇଥିବା ପ୍ରତଯୋଗିତା ରେ ଭାଗ ନେଇଥିଲେ. ଚାରିଥର ଗ୍ରାମୀ/ GRAMMY ପୁରସ୍କାର ବିଜେତା ଓ ବିଶ୍ୱ ପ୍ରସିଦ୍ଧ ସ୍ନାର୍କୀପପି ବ୍ୟାଣ୍ଡର ସଂଗୀତଞ୍ଜ ଯୋଡି ମାଇକେଲ୍ ଲିଗ୍ ଏବଂ ବିଲ୍ଲ ଲରେନ୍ସ ୨୦୨୧/୨୦୨୨ ଲାଗି ଏହାର ପ୍ରଜ୍ୱଯୋକ ଥିଲେ. ପ୍ରଯୋଜକ ମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ସର୍ବମୋଟ ୧୬ଟି ଗୀତ ମଧ୍ୟରେ ବିଜୟଶ୍ରୀ (ଇଣ୍ଡିଆ), ନିକ ଲେଗସି (କାନାଡ଼ା), ସୋଫି କାଶପଅରୋଭା (ସ୍ୱିଡ଼େନ), ଗୋଯୁବ (ଚିଲି) ଙ୍କ ‘ଚାନ୍ଦ କେ ଫୂଲ’ ମଧ୍ୟ ମନୋନୀତ ହେଇଥିଲା |
ସଂଗୀତ କ୍ଷେତ୍ରରେ ବିଶ୍ୱର ସର୍ବଶ୍ରେଷ୍ଟ ଏକାଡେମୀ ଗ୍ରାମୀ ସମ୍ମାନିତ କଳାକାର ମାନଙ୍କ ସହ କାମ କରିବାରେ ବିଜୟଶ୍ରୀ ହେଉଛନ୍ତି ଓଡିଶା ରୁ ପ୍ରଥମ. ଏହା ଏକ ବିରଳ କୃତିତ୍ୱ ନିଶ୍ଚୟ. ୨୦୧୯ ମଧ୍ୟ ବିଜୟଶ୍ରୀ ମଲ୍ଟିପଲ୍ ଗ୍ରାମି ବିଜେତା ପ୍ରଡ୍ୟୁସର Lyari Klein ଙ୍କ ସହିତ କାମ କରିଥିଲେ ଓ ବିଜୟଶ୍ରୀ ଙ୍କ ଗୀତ ‘Our Colors’ iTunes US ରେ ନ.୧ ରହିଥିଲା. ଏହାର ଭିଡ଼ିଓ ‘Bill Board’ release କରିଥିଲା.
ସଂଗୀତ ଛଡ଼ା. ବିଜୟଶ୍ରୀ Chemistry / ରସାୟନ ବିଜ୍ଞାନ ରେ ଡ଼କ୍ଟରେଟ/PhD କରିଛନ୍ତି, ଏବଂଗ କିଛି ବର୍ଷ ଅଧ୍ୟାପନା କରିଛନ୍ତି.
ବିଗତ କିଛି ବର୍ଷ ଧରି ବିଜୟଶ୍ରୀ Switzerland ରେ କାର୍ଯ୍ୟରତ ଅଛନ୍ତି.s

Leave A Reply

Your email address will not be published.