tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶାରେ ଜନ୍ମ ନେବାକୁ ଯାଉଛି ନୂଆ ସଂଗଠନ-‘ସ୍ୱାଭିମାନ ମଞ୍ଚ’

1 min read

Oplus_16908288

  • ଆଞ୍ଚଳିକ ଦଳ ଖୁବଶୀଘ୍ର

ଭୁବନେଶ୍ଵର//TATKAL ODISHA//

ଭାରତୀୟ ରାଜନୀତିକ ମୈଦାନରୁ ଆଞ୍ଚଳିକ ଦଳସବୁ ପ୍ରଭାବ ଶୂନ୍ୟ ହେଉଥିବା ବେଳେ ଓଡ଼ିଶାରେ ଗୋଟିଏ ନୂଆ ସଂଗଠନ ଗଢ଼ା ଯାଇଛି I ଆଗାମୀ ସାତ ତାରିଖରେ ଅନୁଷ୍ଠାନିକ ଭାବେ ଉକ୍ତ ସଂଗଠନର ଜନ୍ମ ଜାତକ ବିଷୟରେ ଅବଗତ କରାଯିବ I ଲୋକଙ୍କ ସମର୍ଥନ ଆଧାରରେ ଆଗକୁ ନୂଆ ରାଜନୈତିକ ଦଳ ଭାବେ ମୁଣ୍ଡ ଟେକିବ I

ରାଜ୍ୟରେ ବିଜେଡ଼ି ଭଳି ଏକ ଆଞ୍ଚଳିକ ଦଳର ପରାଜୟ ପରେ, ଆଞ୍ଚଳିକବାଦ୍କୁ ନେଇ ଅନେକ ସଂଗଠନ ଜନ୍ମ ନେଇଛି। ନିକଟରେ ବିଜୁ ଲିଗାସକୁ ଆଧାର କରି ଓଡ଼ିଶା ନାଗରିକ ମଞ୍ଚ ଜନ୍ମ ନେଇଛି। କଂଗ୍ରେସକୁ ଦୁର୍ବଳ କରିବାକୁ ବରିଷ୍ଟ ରାଜନେତା ମହମ୍ମଦ ମୋକିମ ଓଡ଼ିଶା ଜନତା କଂଗ୍ରେସ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଛନ୍ତି।

Oplus_16908288

ଦୌଡ଼ରେ ସାମ୍ୱାଦିକ ସୁଧାଂଶୁ ପାତ୍ର ଓଡ଼ିଶା ସ୍ୱାଭିମାନ ମଞ୍ଚ ନାମକ ଆଉ ଏକ ସଂଗଠନ ପାଇଁ ଆହ୍ବାନ ଦେଇଛନ୍ତି। ଯାହାକି ଆସନ୍ତା ଜୁନ୍ ୭ ତାରିଖରେ ଘୋଷଣା ହେବ ବୋଲି ତାଙ୍କର ସୋସିଆଲ ମିଡିଆରେ ଜଣାଇଛନ୍ତି।

ତେବେ ସୁଧାଂଶୁ ବାବୁଙ୍କ ସଂଗଠନ ଆଗକୁ କେତେ ପ୍ରଭାଵ ବିସ୍ତାର କରିବ, ତାରି ଉପରେ ସମସ୍ତଙ୍କ ନଜର ରହିଛି।

Share

Leave a Reply