tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୫୧ ବାଙ୍ଗଲାଦେଶୀ ଚି଼ହ୍ନଟ, ତଡ଼ି ପାର ୪୯

1 min read

  • ବିଧାୟକ ଗୌତମବୁଦ୍ଧଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,//TATKAL ODISHA //

ମୋହନ ମାଝୀଙ୍କ ସରକାର ଆସିବା ପରେ ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି I

ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୧ ଜଣ ବାଂଲାଦେଶୀ I ତେବେ ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶକୁ ପଠା ଯାଇଛି I

“୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି” – ମୁଖ୍ୟମନ୍ତ୍ରୀ


ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ସେ କହିଛନ୍ତି ଯେ, ଖୋର୍ଦ୍ଧା ୨୪, କଟକ ରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟ ୧ ବାଂଲାଦେଶୀ ଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠା ଯାଇଛି I

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି I


ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରଜ୍ଜୁ କରାଯାଇଛି ବୋଲି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ I

Share

Leave a Reply