tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଜୟଙ୍କ ବିଜୟ: ରଚିଲେ ନୂଆ ଇତିହାସ

1 min read


କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ୮୩,୭୪୮ ଭୋଟ୍ ବ୍ୟବଧାନରେ ବିଜୟୀ

ଭୁବନେଶ୍ୱର,ନୂଆପଡା//TATKAL ODISHA//


ଜୟଙ୍କ ବିଜୟ। ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଜୟ ଢୋଲକିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କ ଠାରୁ ଜୟ ୮୩ ହଜାର ୭୪୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ରେକର୍ଡ଼ କରିଛନ୍ତି। ନୂଆ ଇତିହାସ ସେ ସୃଷ୍ଟି କରିଛନ୍ତି।

ଜୟ ଢୋଲକିଆ -୫୮. ୨୭% ଭୋଟ

ଘାସିରାମ ମାଝୀ -୧୮. ୮୭% ଭୋଟ

ସ୍ନେହାଙ୍ଗିନୀ ଛୋରିଆ -୧୮. ୦୭% ଭୋଟ

ମୋଟ ପ୍ରାର୍ଥୀ ୧୪, ନୋଟାରେ ଭୋଟ -୨୨୪୮


 ଶନିବାର ଗଣମାଧ୍ୟମକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆରଏସ୍ ଗୋପାଳନ କହିଛନ୍ତି ଯେ, ପ୍ରଥମେ ସକାଳ ୮ରେ ପୋଷ୍ଟାଲ ବାଲାଟ୍ ଗଣାଯାଇଥିବାବେଳେ ସକାଳ ସାଢ଼େ ୮ରେ ୩୫୮ ବୁଥ୍‌ର ଇଭିଏମ୍ ଗଣତି ଆରମ୍ଭ ହୋଇଥିଲା। ଏଥିପାଇଁ ୧୪ଟି ଟେବୁଲ୍‌ରେ ତାଲିମପ୍ରାପ୍ତ କର୍ମଚାରୀ ୨୯ଟି ରାଉଣ୍ଡରେ ଭୋଟ୍ ଗଣତି କରିଥିଲେ।

“ନୂଆପଡ଼ା ବାସୀଙ୍କ ଠାରେ କୃତଜ୍ଞ ବୋଲି ପ୍ରକାଶ କରିଥିଲେ। ସେ କହିଥିଲେ, ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି। ଆମ ନିର୍ବାଚନ ମଣ୍ଡଳୀକୁ ସାଧାରଣ ଜନତାଙ୍କ ପରାମର୍ଶରେ ନୂଆ ରୂପରେ ଗଢ଼ିବାକୁ ଚେଷ୍ଟା କରିବି” -ଜୟ

ପ୍ରଥମ ରାଉଣ୍ଡ ଭୋଟ୍ ଗଣତିର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ଥିଲେ। ସେ ମୋଟ୍ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସର ଘାସିରାମ ମାଝୀ ୪୦, ୧୨୧ ଖଣ୍ଡ ଭୋଟ୍ ଓ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮,୪୦୮ ଖଣ୍ଡ ଭୋଟ୍ ପାଇଛନ୍ତି।


 ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନରେ ଚୂଡ଼ାନ୍ତ ମତଦାନ ହାର ୮୩.୪୫ ପ୍ରତିଶତ ଥିଲା। ମୋଟ୍ ୨,୫୪,୪୮୭ ଭୋଟରଙ୍କ ମଧ୍ୟରୁ ୨,୧୨,୩୮୫ଜଣ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୦୩, ୮୧୭ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧,୦୮,୫୬୩। ଚୂଡ଼ାନ୍ତ ମତଦାନ ହାର ମୋଟ୍ ୮୩.୪୫% ଥିଲା।


 ସହ ଏହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା । ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ଭୋଟ ଦେଇଛନ୍ତି। ଅର୍ଥାତ
୪,୭୪୬ ମହିଳା ଭୋଟର ଅଧିକ ଭୋଟ ଦେଇଥିଲେ।

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ମୋଦୀ ଲେଖିଛନ୍ତି ଯେ,”ବିପୁଳ ଭୋଟ୍‌ରେ ବିଜେପିକୁ ଜିତାଇଥିବାରୁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ। “ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରେରଣା ଓ ଶକ୍ତି ମିଳିଛି: ମୁଖ୍ୟମନ୍ତ୍ରୀ


ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ବିଜୟ ଆମ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି। ଏହି ବିଜୟ ଐତିହାସିକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ସାମାଜିକ ଗଣାମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂଆପଡ଼ାବାସୀ ବିରୋଧୀ ଦଳମାନଙ୍କର ଅପପ୍ରଚାର ଓ ମିଥ୍ୟା ପ୍ରତିଶୃତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିକାଶକୁ ସମର୍ଥନ କରି ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ସ୍ପଷ୍ଟ ଜନାଦେଶ ଦେଇଛନ୍ତି। ଆମେ ନୂଆପଡ଼ାର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଆପଣମାନଙ୍କ ସହଯୋଗରେ ଆମେ ସମୃଦ୍ଧ ନୂଆପଡ଼ା ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଶ୍ଚୟ ସଫଳ ହେବା ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।

ଜୟ ଢୋଲକିଆଙ୍କୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା



 ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମ୍ପର୍କରେ ଧର୍ମେନ୍ଦ୍ର ଏକ୍ସରେ ବିଜେପିର ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ତଥା ଆମ ଦଳ ଉପରେ ବିଶ୍ୱାସ କରି ଭୋଟ ଦେଇଥିବାରୁ ନୂଆପଡ଼ାର ଜନସାଧାରଣ ଏବଂ କଠିନ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି । ଆମର ଡବଲ ଇଞ୍ଜିନ ସରକାର ନୂଆପଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।


Share

Leave a Reply