ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଲେ ସିଏସ : କହିଲେ, ସ୍ଥିତି ଦେଖି ଡ୍ୟାମ ଗେଟ ଖୋଲିଲୁ
1 min read
- ଦୋଷୀ ଅଧିକାରୀ ଦଣ୍ଡ ଦେବୀର ଉତ୍ତର ଦେଇ ନାହାନ୍ତି
ଭୁବନେଶ୍ୱର // TATKAL ODISHA//
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ I ଉତ୍ତର ମୁଖ୍ୟମନ୍ତ୍ରୀ ଦେବା କଥା I ନବୀନଙ୍କ ପୂର୍ବ ଚିଠିରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ I
ଅଥଚ ଦ୍ଵିତୀୟ ଚିଠିର ଉତ୍ତର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦେଇଛନ୍ତି I
ନବୀନଙ୍କ ଅଭିଯୋଗ ଥିଲା, ” ଗଞ୍ଜାମ ବନ୍ୟା ମନୁଷ୍ୟକୃତ I ସରକାର କିଛି ସତର୍କତା ପଦକ୍ଷେପ ନେଇନାଁହାନ୍ତି I ଡ୍ୟାମରୁ ଆଗୁଆ ଗେଟ ଖୋଲା ଯାଇ ନାହିଁ I ଦୋଷୀଙ୍କୁ ଦଣ୍ଡ ମିଳୁ I”
ବୁଧବାର ସାମ୍ବାଦିକଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ’
“ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା। ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିମି ବର୍ଷା ହୋଇଥିଲା। ଆଉ କିଛି ସ୍ଥାନ ଇତିହାସରେ ସର୍ବାଧିକ ବର୍ଷାର ରେକର୍ଡ ବି କଲା।”
ଲଗାତାର ୩ ଦିନ ବର୍ଷା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହେଲା।
ସେ କହିଛନ୍ତି,
୧୯୯୦ ଓ ୨୦୧୩ରେ ହୋଇଥିବା ପ୍ରବଳ ବର୍ଷାଠୁ ବି ଅଧିକ ଥିଲା। ୨୦୧୩ରେ ଫାଇଲିନ୍ ବର୍ଷା ଠାରୁ ବି ୬୫% ଅଧିକ ବର୍ଷା ଥିଲା। ଫାଇଲିନ୍ ସମୟରେ ଗୋଟିଏ ଦିନ ବର୍ଷା ଥିଲା, ମାତ୍ର ଏଥର ୩ ଦିନ ବର୍ଷା।
ଋଷିକୁଲ୍ୟା ଓ ବାହୁଦାର କ୍ୟାଚମେଣ୍ଟ ଏରିଆର ୧୦% ପାଣି ଡ୍ୟାମ୍କୁ ଯାଏ। ଅବଶିଷ୍ଟ ପାଣି ସିଧାସଳଖ ନଦୀକୁ ଯାଏ, ସେଥିରେ ଆଉ ନିୟନ୍ତ୍ରଣ ନାହିଁ। ମାତ୍ର ଡ୍ୟାମ୍ରୁ ଜଳ ନିଷ୍କାସନ ନେଇ ଯାହା କରାଯିବା କଥା କରାଯାଇଛି। ଏଥର ମଧ୍ୟ ଅନୁଧ୍ୟାନ କରି ଯନ୍ତ୍ରୀମାନେ ଡ୍ୟାମ୍ର ପାଣି ଖସାଇଥିଲେ।
ଫାଇଲିନ୍ ସମୟରେ ଯେପରି ପାଣି କମା ଯାଇଥିଲା, ଏଥର ମଧ୍ୟ ହୋଇଛି।
- ଅଧିକ ଗେଟ୍ ଖୋଲି ଦିଆଯାଇଥିବା ଅଭିଯୋଗର ମଧ୍ୟ ରଖିଲେ ଜବାବ। ଡ୍ୟାମ୍ ନିରାପତ୍ତା ହେଉଛି ପ୍ରାଥମିକତା, ଏଥିରେ ରିସ୍କ ନେଇ ହେବନି। ଯେଉଁ ଅନୁସାରେ ପାଣି ଆସିଲା, ସେହି ଅନୁସାରେ ଗେଟ୍ ଖୋଲିଲେ।
ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଭିଯୋଗର ଵି ଉତ୍ତର ରଖିଛନ୍ତି ଗର୍ଗ I
ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ଶୁଣିଛି, ସେଣ୍ଟ୍ରାଲ ଟିମ୍ ରିପୋର୍ଟ ଦେଇ ସାରିଛନ୍ତି। ସେଣ୍ଟ୍ରାଲ ଟିମ୍ ଅଭୂତପୂର୍ବ ବର୍ଷା ପାଇଁ ପରିସ୍ଥିତି ସୃଷ୍ଟି ହେଲା କହିଛନ୍ତି। ବିଦ୍ୟୁତ ଓ ପିଇବା ପାଣି ଆଦି ନେଇ ସମସ୍ୟା ପ୍ରାୟତଃ ଦୂର ହୋଇସାରିଛି।
ତେବେ ନବୀନ ଯେଉଁ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ତାର ସ୍ପଷ୍ଟ ଉତ୍ତର ମୁଖ୍ୟ ସଚିବ ଦେଇ ନାହାନ୍ତି I
ଦେଖନ୍ତୁ ନବୀନ କଣ କହିଥିଲେ…
// BIG CONTROVERSY //
ଗଞ୍ଜାମ ବନ୍ୟା ମନୁଷ୍ୟକୃତ: ନବୀନଙ୍କ ଟାର୍ଗେଟ୍ରେ କିଏ?
https://tatkalodisha.in/naveen-letter-to-cm/
