tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି : ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା କର

1 min read
  • ଓଡ଼ିଶା ହାତରୁ କୋଟିଆ ଖସି ଯାଉଥିବା ଭଳି ଲାଗୁଛି: ବିଜେଡି ସୁପ୍ରିମୋ

ଭୁବନେଶ୍ୱର,//TATKAL ODISHA//
ସ୍ଥିତି ଗମ୍ଭୀର ହେବା ପୂର୍ବରୁ ରାଜ୍ୟ ସରକାର ‘କୋଟିଆ ସମସ୍ୟା’ର ସ୍ଥାୟୀ ସମାଧାନ କରନ୍ତୁ। ନିଜ ପ୍ରତିଶ୍ରୁତି ରକ୍ଷା କରି ରାଜ୍ୟର ଭୌଗୋଳିକ ଅଖଣ୍ଡତା ରକ୍ଷା କରନ୍ତୁ। ନହେଲେ ଓଡ଼ିଶା ହାତରୁ କୋଟିଆ ଖସି ଯାଉଥିବା ଭଳି ଲାଗୁଛି।

ବୁଧବାର ଏହି ମର୍ମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି।


ନବୀନ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ, ଗତ ଅକ୍ଟୋବର ୧୯ରେ ସେ କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖିଥିଲେ। ଏହାର ଉତ୍ତର ଅକ୍ଟୋବର ୨୭ରେ ମିଳିଥିଲା।

ହେଲେ ଏହା ପରେ ମଧ୍ୟ କୋଟିଆର ସ୍ଥିତିରେ କୌଣସି ସୁଧାର ଆସିନାହିଁ। ବରଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଏବଂ ମୁହାଁମୁହିଁ ସ୍ଥିତି ବଢ଼ୁଥିବା ନେଇ ରିପୋର୍ଟ ମିଳୁଛି। ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି ।


ନବୀନ ଚିଠିରେ ପୁଣି ଉଲ୍ଲେଖ କରିଛନ୍ତି ଯେ, ଆନ୍ଧ୍ର ଓ ଓଡ଼ିଶାରେ ଏନ୍‌ଡ଼ିଏ ସରକାର ଅଛି। ହେଲେ ଓଡ଼ିଶାକୁ ଆନ୍ଧ୍ର ଆଦୌ ଗୁରୁତ୍ୱ ନଦେଇ ଜୋର୍ ଜବର୍‌ଦସ୍ତ ନିର୍ବାଚନ କରିବା ଆଦୌ ଶୁଭଙ୍କର ନୁୁହେଁ। ତେଣୁ ସ୍ଥିତି ଜଟିଳ ହେବା ପୂର୍ବରୁ ରାଜ୍ୟ ସରକାର ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଆବଶ୍ୟକ।


ରାଜ୍ୟର ସୀମା ଓ ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଜୁରୁରୀ ବୋଲି ନବୀନ ପୁଣି ଥରେ ଅନୁରୋଧ କରିଥିଲେ।

Share

Leave a Reply