କଳିଙ୍ଗବିହାର କେ-୭ ପ୍ଲଟ୍ ଧାରୀଙ୍କୁ ମିଳିଲା ଆଶ୍ବସ୍ତି : ୨୦୦ରୁ ଅଧିକ ମାମଲାର ଫଇସଲା
1 min read
Oplus_16908288
- ୩୫ ବର୍ଷରୁ ଊର୍ଦ୍ଧ୍ବ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ !
- ରାଜସ୍ବ ପର୍ଷଦ ସଦସ୍ୟଙ୍କ ନିର୍ଦ୍ଦେଶକ୍ରମେ କେ-୭ ଜମି ରେକର୍ଡ ଅସଙ୍ଗତି ଦୂର
ଭୁବନେଶ୍ବର, //TATKAL ODISHA// EXCLUSIVE //
ଦୀର୍ଘ ୩୫ ବର୍ଷର ଅପେକ୍ଷା, ଦୌଡ଼ାଦୌଡ଼ି ଓ ଯନ୍ତ୍ରଣାର ଅନ୍ତ ଘଟିଛି। କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମର ହିତାଧୂକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି।
ରାଜସ୍ବ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ତ୍ବରିତ ଓ ଲୋକାଭିମୁଖୀ ପଦକ୍ଷେପ ଯୋଗୁଁ ୨୦୦ ରୁ ଅଧୂକ ମାମଲାର ଫଇସଲା ହୋଇଛି I ଏବେ ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍ ରେକର୍ଡ ଅଫ୍ ରାଇଟ୍ସ (ROR) ହେବ I ଏହାର ସଂଶୋଧନ ପାଇଁ ଭୁବନେଶ୍ବର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

TATKAL ODISHAକୁ ସତ୍ୟବ୍ରତ ସାହୁ କହିଛନ୍ତି ଯେ,
- ୧୯୯୧ ମସିହାରେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିକଶିତ କଳିଙ୍ଗବିହାର କେ-୭ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ଆବଣ୍ଟନ ପରେ ହିତାଧୂକା କାରୀମାନେ ନିଜ ଜମିକୁ ନେଇ ନିଶ୍ଚିନ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ବ ରେକର୍ଡରେ ଦେଖାଦେ ଦେଇଥିବା ଅସଙ୍ଗତି ସେମାନଙ୍କ ପାଇଁ ୩୫ ବର୍ଷର ଦୀର୍ଘ ସମସ୍ୟାର କାରଣ ପାଲଟିଥିଲା।
- ୨୦୧୩-୧୪ ମସିହାର ଶେଷ ବନ୍ଦୋବସ୍ତ ସମୟରେ ଆବଣ୍ଟିତ ପ୍ଲଟ୍ ଗୁଡ଼ିକର RORରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାମରେ ଭିନ୍ନ ଭିନ୍ନ ଜମି ପରିମାଣ ରେକର୍ଡ ହୋଇଥିଲା। ଫଳରେ, ବିଡିଏରୁ ବୈଧ ଭାବେ ପ୍ଲଟ୍ ଆବଣ୍ଟନ ପାଇଥିବା ହିତାଧୂକାରୀମାନେ ନିଜ ନାମରେ ROR ପାଇବା ପାଇଁ ବର୍ଷ ବର୍ଷ ବର୍ଷ ଧରି ଅଫିସରୁ ଅଫିସ ଦୌଡ଼ିବା ସହ ଅନେକ ଆକ ଓ ମାନସିକ ଅସୁବିଧା ଭୋଗିଥ୍ଲେ
- ମାମଲାଗୁଡ଼ିକର ତ୍ବରିତ ସମାଧାନ ପାଇଁ ମାନ୍ୟବର ସଦସ୍ୟଙ୍କ ନିର୍ଦ୍ଦେଶକ୍ରମେ କେ-୭ ସମ୍ପର୍କିତ ୨୦୦ ରୁ ଅଧୂ ଅଧୂକ ମାମଲାର ଏକତ୍ର ଶୁଣାଣିକୁ ପ୍ରାଥମିକତା ଦିଆଯାଇଥିଲା I ମାମଲାଗୁଡ଼ିକର ମିଳିତ କ୍ଷେତ୍ର ତଦନୁ ପାଇଁ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧୂକାରୀମାନଙ୍କୁ ନେଇ ଏକ ମିଳିତ ଦଳ ଗଠନ କରାଯାଇଥିଲା।
- ଏହି ଦଳ ପ୍ରାଥମିକତା ଭିତ୍ତରେ ସରଜମିନ ତଦନ୍ତ କରି ଆବଣ୍ଟନ ଅନୁଯାୟୀ ପ୍ରକୃତ ଜମିର ପରିମାଣ ଚିହ୍ନଟ କରିଥିଲେ। ରେକର୍ଡରେ ଥିବା ଜମି ପରିମାଣ ଓ ପ୍ରକୃତ ଜମିର ଅବସ୍ଥିତି ମଧ୍ୟରେ ଥିବା ଅସଙ୍ଗତି ଯାଞ୍ଚ କରାଯାଇ ବିସ୍ତୃତ ରିପୋର୍ଟ ମାନ୍ୟବର ସଦସ୍ୟ, ରାଜସ୍ବ ପର୍ଷଦଙ୍କ ନିକଟରେ ଦାଖଲ କରାଯାଇଥିଲା।
- ମିଳିତ ତଦନୁ ରିପୋର୍ଟ ଓ ସମ୍ପୂକୁ ଦସ୍ତାବିଜ ଆଧାରରେ ୧୦ ସେପ୍ଟେମ୍ବର ୨୦୨୬ରେ ମାନ୍ୟବର ସଦସ୍ୟ, ରାଜସ୍ବ ପର୍ଷଦ କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍ମିମ୍ ସମ୍ପର୍କିତ ୨୦୦ ରୁ ଅଧୂକ ମାମଲାର ଫଇସଲା କରିଛନ୍ତି।
ଚୂଡ଼ାନ୍ତ ନିର୍ଦ୍ଦେଶରେ ଭୁବନେଶ୍ବର ତହସିଲଦାରଙ୍କୁ ଆବଣ୍ଟନ ଅନୁଯାୟୀ ସମ୍ପୂକୁ ଜମିର ଏରିଆ ଓ ନାମରେ ଆବଶ୍ଯ ଶ୍ୟକୀୟ ସଂଶୋଧନ କରି ଦୁଇ ମାସ ମଧ୍ଯରେ ହିତାଧୂକାରୀମାନଙ୍କ ନାମରେ ହାଲ୍ ଆରଓଆର ପ୍ରସ୍ତୁତ ରିବାକୁ ନିର୍ଦ୍ଦେଶ ଦିଆଯାଇଛି I
- ଏହି ନିଷ୍ପତ୍ତି କେ-୭ ଅଞ୍ଚଳର ହିତାଧୂକାରୀମାନଙ୍କ ପାଇଁ କେବଳ ଏକ ରାୟ ନୁହେଁ, ବରଂ ୩୫ ବର୍ଷର ଅପେକ୍ଷ, ଅସୁବିଧା, ଦୌଡ଼ାଦୌଡ଼ି ଓ ମାନସିକ ଯନ୍ତ୍ରଣାର ଅନ୍ତ ଘଟିଛି ବୋଲି ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି।

ଏହା ଏକ ଐତିହାସିକ ପଦକ୍ଷେପ । ଫଳରେ ଆବଣ୍ଟିତ ପ୍ଲଟ୍ ଧାରୀମାନେ ନିଜ ନାମରେ ROR ପାଇବା ସହ ଆବଣ୍ଟନ ପରବର୍ତ୍ତୀ ବିଭିନ୍ନ ସରକାରୀ ସେବା ଓ ସୁବିଧା ପାଇବାରେ ଆଉ ପୂର୍ବଭଳି ବାଧା ସମ୍ମୁଖୀନ ହେବେନାହିଁ।
“ଲୋକଙ୍କ ଜମି ସମ୍ପର୍କିତ ୩୫ ବର୍ଷର ସମସ୍ୟାକୁ ପ୍ରାଥମିକତା ଦେଇ ଏତେ ସଂଖ୍ୟକ ମାମଲାର ତ୍ବରିତ ଫଇସଲା ଓ ରେକର୍ଡ ସଂଶୋଧନ ପାଇଁ ସମୟସୀମା ଧାର୍ଯ୍ୟ କରାଯିବା ରାଜସ୍ବ ପ୍ରଶାସନରେ ଏକ ନୂଆ ଦିଗ ଖୋଲିଛି।”
ଏହାକୁ ଲୋକାଭିମୁଖୀ ଓ ନାଗରିକ-କେନ୍ଦ୍ରିତ ପ୍ରଶାସନର ଏକ ଜ୍ବଳନ୍ତ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
କେ-୮ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ର ହିତାଧୂକାରୀମାନଙ୍କ ବି ସମାନ ଜମି ରେକର୍ଡ ସମସ୍ୟାର ସମାଧାନ ଦିଗରେ ମଧ୍ଯ ବିଡିଏ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଫଳରେ କେ-୭ ପରେ କେ-୮କୁ ନେଇ ମଧ୍ଯ ହିତାଧୂକାରୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି।
