ସିନ୍ଧେକେଲା- ଭୁଷ୍ ଲାଡ୍ ରାସ୍ତାକାମରେ ଖୋଲା ଦୁର୍ନୀତି??
1 min read
Oplus_16908288
ଉପାନ୍ତଓଡ଼ିଶାର ରାସ୍ତାନିର୍ମାଣରେ କୋଟି କୋଟି ହରିଲୁଟ୍ !
ବଲାଙ୍ଗୀର, ଭୁବନେଶ୍ୱର //TATKAL ODISHA//
- ରିପୋର୍ଟ : ମଳୟ ମିଶ୍ର
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ଉନ୍ନୟନ କାମର କେହି ମାଆବାପ ନଥିଲା ପରି କାମ ଚାଲିଛି । ଅଞ୍ଚଳର ଉନ୍ନୟନ ନିମନ୍ତେ ସରକାରଙ୍କ ଅର୍ଥ ଅନୁଦାନରୁ କୋଟି କୋଟି ଟଙ୍କାର ରୀତିମତ ଲୁଟ୍ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ସରକାରୀ ଯନ୍ତ୍ରୀ, ନିର୍ବାଚିତ ଲୋକପ୍ରତିନିଧି ଓ ଠିକାଦାରଙ୍କ ମିଳିତ ବାଟମାରଣାରେ ପର୍ଯ୍ୟବେଶିତ ହୋଇଛି ଏହି ଡିଭିଜନର ଉନ୍ନୟନ କାମ । ସବୁ କୁଆଡେ ବଲାଙ୍ଗୀର,ଟିଟିଲାଗଡ ଓ କଣ୍ଟାବାଞ୍ଜି ବଡ଼ ନେତାଙ୍କ ଛତ୍ରଛାୟା ତଳେ ଚାଲିଛି ବୋଲି ଲୋକେ କହୁଛନ୍ତି ।
- ଉଦାହରଣତଃ ଉନ୍ନୟନ କାମ ନିଷେଧ କରାଯାଉଥିବା ଏହି ବର୍ଷାଋତୁରେ ମଧ୍ୟ ସିନ୍ଧେକେଲା – ପୁଟୁପଡା- ସାଲେବରଟ- ଝଲପ- ଭୁଷଲାଡ ପ୍ରାୟ ୫.୫ କିମି ଗ୍ରାମ୍ୟରାସ୍ତାକାମ ଯେଉଁଭଳି ଯନ୍ତ୍ରୀଙ୍କ ଅଉପସ୍ଥିତି ଓ ବିନା ପ୍ରତ୍ୟେକ୍ଷ ତଦାରଖରେ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଦେଖାଯାଇଛି , ଏହା ଆଶ୍ଚର୍ଯ୍ୟଜନକ !
ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ କଣ୍ଟାବାଞ୍ଜି ଆର୍ ଡି ସବ୍- ଡିଭିଜନର ଏହି ରାସ୍ତା ପ୍ରଶସ୍ତିକରଣ ଓ ଗାର୍ଡୱାଲ୍ କାମକୁ କଣ୍ଟାବାଞ୍ଜିର ମୋହିତ ଅଗ୍ରବାଲ୍ ନାମକ ଜଣେ ଯୁବ ଠିକାଦାର କରୁଥିବା କହିଛନ୍ତି । ତେବେ ଦିନକୁ ୩୫୦ ଟଙ୍କାର କୁଲି ମଜୁରୀ , ବିଶୃଙ୍ଖଳିତ ଶ୍ରମିକ ସୁରକ୍ଷା ଓ ନିମ୍ନମାନର ସିମେଣ୍ଟ, ଗେଟି ଆଦି ବ୍ୟବହାର କରାଯାଇ ଅସଂଲଗ୍ନ ଭାବେ ଠାଏ ଠାଏ ଚାଲିଥିବା ଏହି ନିର୍ମାଣ କାମ ପ୍ରତି ସ୍ଥାନୀୟ ଗ୍ରାମବାସୀମାନଙ୍କର ତୀବ୍ର ଅସନ୍ତୋଷ ରହିଛି । ଏପରିକି ରାସ୍ତାରେ ପକାଯାଉଥିବା ମାଟି , ସ୍ପଲ୍ ଓ ଉଦ୍ ବୃତ୍ତ ସାମଗ୍ରୀଗୁଡିକ ବର୍ଷାରେ ଧୋଇଯାଇ ସେମାନଙ୍କର ଧାନଚାଷ କରାଯାଇଥିବା ଚାଷଜମିକୁ ପୋତି ପକାଉଥିବା ଜନୈକା ବୟସ୍କା ମହିଳା ଚାଷୀ ଅଭିଯୋଗ କରନ୍ତି ।
ନିରପେକ୍ଷ ତଦନ୍ତ ହେଲେ ଅସଲ ଗୁମର ଖୋଲିବ

ଗୋଟିଏ ପାର୍ଶ୍ବରେ ଅଳ୍ପ କେତେକ ସ୍ଥାନରେ ଛାଡି ଛାଡି ରାସ୍ତାର ଲେଭେଲ ଠାରୁ ପ୍ରାୟ ଦୁଇ / ତିନିଫୁଟ୍ ତଳେ ଶସ୍ତାସିମେଣ୍ଟ , ଜରିବସ୍ତା ଓ ଅଳ୍ପ ଗେଟିରେ ଫସକା ଭାବରେ ଅର୍ଦ୍ଧନିର୍ମିତ ଗାର୍ଡୱାଲ୍ କାମରେ ବ୍ୟାପକ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି ।

କିଛିଦିନ ତଳେ ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଅଜିତ ସ୍ବାଇଁ ଓ ସହକାରୀ ଯନ୍ତ୍ରୀ ପ୍ରଦୀପ ଲାଲ୍ ଙ୍କୁ ଫୋନ୍ ଯୋଗେ ପଚରାଯିବାରୁ ସେମାନେ ଏଡାଇ ଯାଇ ଏଷ୍ଟିମେଟ୍ ବିଷୟରେ ପରେ କହିବେ ବୋଲି କହିଥିଲେ ।
ଟିଟିଲାଗଡ ଡିଭିଜନ ଅଫିସରେ ପ୍ରାୟ କେହି ରହନ୍ତିନାହିଁ , ବଲାଙ୍ଗୀର ଓ ପାଟଣାଗଡ ଯୁଗ୍ମ ଦାୟିତ୍ବରେ ରହିଥିବା ନିର୍ବାହୀ ଯନ୍ତ୍ରୀ ବା ଅଧୀକ୍ଷଣ ଯନ୍ତ୍ରୀ କେବେ ଅଫିସରେ ନ ଥା’ନ୍ତି ଓ ଜଣେ ଅର୍ଥ ଅଧିକାରୀ ଦାୟିତ୍ବରେ ଥିବା ଅଣଓଡିଆ ଅଧିକାରୀ ସେ ‘ ମୁଁ ବାହାର ଲୋକ , କିଛି ଜାଣେନାହିଁ ‘ କହି ସୂଚନା ଦେବାକୁ ଟାଳି ଦେଉଥିବା ବେଳେ ଜଣେ ମହିଳା ଏଷ୍ଟିମେଟର ‘ ଆମେ କାଗଜପତ୍ର କାମ କରୁ , ଫିଲ୍ ଡ ସମ୍ପର୍କରେ କୌଣସିପ୍ରକାର ସୂଚନା ଦେଇପାରିବୁ ନାହିଁ ଇତ୍ୟାଦି କହି ଏଡାଇଯାଇଥିଲେ ।
ତେଣୁ ସୂଚନାଫଳକ ନ ଥିବା ଏହି କୋଟି କୋଟି ଟଙ୍କାର ରାସ୍ତାନିର୍ମାଣ କାମର ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ ସରକାରଙ୍କ ଠାରେ ଦାବି କରନ୍ତି । (କ୍ରମଶଃ)
