ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା: ଟପ୍ପ ୧୦ଙ୍କୁ ସବୁ ମହାଲରୁ ଶୁଭେଚ୍ଛା, ଅଭିନନ୍ଦନ
1 min read
ଭୁବନେଶ୍ୱର, କଟକ //TATKAL ODISHA//
ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ପରୀକ୍ଷା-୨୦୨୪ର ଫଳ ମଙ୍ଗଳବାର ସନ୍ଧ୍ୟରେ ପ୍ରକାଶ ପାଇଛି।
ଓଡ଼ିଶା ପ୍ରଶାସନିକ ସେବା, ୨୦୨୪-୨୫ ରେ କୃତକାର୍ଯ୍ୟ ହୋଇଥିବା ଟପ ୧୦ ଓ ଅନ୍ୟ ପ୍ରତ୍ୟାଶାବାଦୀ ବନ୍ଧୁମାନଙ୍କୁ ସବୁ ମହାଲରୁ ବହୁତ ଶୁଭେଚ୍ଛା ଓ ଶୁଭକାମନା ମିଳିଛି ।
ବୁବୁନୁ ସାହୁ ଟପ୍ପର ହୋଇଥିଲା ବେଳେ ଦ୍ଵିତୀୟ ସ୍ଥାନରେ ଶୋଭନା ମହାନ୍ତି ଓ ତୃତୀୟରେ ଜିତମିତ୍ର ସାହୁ ରହିଛନ୍ତି I
ସେହିପରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଗୌରୀଶଙ୍କର ମନ୍ଦିର ଗଳିର ସୁନାଝିଅ କନକ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ (୪ର୍ଥ) ରାଙ୍କ ହାସଲ କରିଛନ୍ତି । ଟପ ୧୦ରେ ଅନ୍ୟ ପ୍ରାର୍ଥୀ ଅଛନ୍ତି I

ଶୀର୍ଷ ୧୦ ସ୍ଥାନରେ ଥିବା କୃତୀ ପ୍ରାର୍ଥୀ:
- ୧. ବୁବୁନ ସାହୁ (ଟପ୍ପର)
- ୨. ଶୋଭନା ମହାନ୍ତି
- ୩. ଜିତମିତ୍ର ସାହୁ
- ୪. କନକ ଜୈନ
- ୫. ସଂଗ୍ରାମ ପ୍ରଧାନ
- ୬. ଅମନ ଗୋଏଲ
- ୭. ଶାନ୍ତନୁ କୁମାର ଶତପଥୀ
- ୮. ନୀତେଶ କୁମାର ବାରିକ
- ୯. ଶୀତଲ ପାତ୍ର
- ୧୦. ଈତିଶ୍ରୀ ଜେନା
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ଏହି ସଫଳତା ପାଇଥିବା କୃତିବିତଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି ତତ୍କାଳ ଓଡ଼ିଶା ଆଶା କରୁଛି ।
