ସାଇକେଲରେ ଶବକୁ ନେଇ ଥାନାକୁ ଗଲେ ଗାଁଲୋକେ
1 min read
Oplus_16908288
- ବାଲେଶ୍ୱର ଜିଲ୍ଲା ଖଇରା ହରିପୁର ଗାଁରେ ଘଟଣା
- ପୋଲିସ ନ୍ୟାୟ ଦେଉ ନଥିବା ଅଭିଯୋଗ
ସୋରୋ, ବାଲେଶ୍ୱର //TATKAL ODISHA//
କେନ୍ଦୁଝରର ଜିତୁ ମୁଣ୍ଡା ବ୍ୟାଙ୍କକୁ ଶବ ବୋହି ନେଇ ଯିବା ଘଟଣାକୁ ଲୋକେ ଭୁଲି ନ ଥିଲା ବେଳେ ଅନୁରୂପ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ହରିପୁର ଗାଁରେ ହୋଇଛି I
ଗାଁ ଲୋକେ ଶବକୁ ସାଇକେଲରେ ନେଇ ଖଇରା ଥାନାକୁ ଯାଉଥିବା ଦେଖିବାକୁ ମିଳିଛି ।
ଛାତ ପକେଇବାକୁ କେନ୍ଦ୍ର କରି ହରିପୁର ଗାଁରେ ଗଣ୍ଡଗୋଳ ହୋଇଥିଲା I ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ। ଆଉ ଜଣେ ଏବେ ଜୀବନ ସହିତ ସଂଗ୍ରାମ କରୁଛନ୍ତି ।

ହେଲେ ପୋଲିସକୁ ଯେତେ ଗୁହାରି କଲେ ବି ଉଚିତ ନ୍ୟାୟ ଦେଲା ନାହିଁ I
ଏହାର ପ୍ରତିବାଦରେ ଗାଁ ଲୋକେ ଶବକୁ ନେଇ ଥାନାକୁ ଯାଉଛନ୍ତି I ଥାନାରେ ପହଂଚିବା ପରେ ଥାନା ବାବୁ ତାହା ଦେଖି ଚକିତ ହୋଇଛନ୍ତି I
ସାରା ରାଜ୍ୟରେ ଏହି ସମ୍ବେଦନଶୀଳ ଘଟଣାଟି ହଇଚଇ ସୃଷ୍ଟି କରିଛି I
ହେଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା I
