ସିବିଏସଇ ଦଶମ ପରୀକ୍ଷାରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ବାଜିମାତ: ଆୟୁଷ୍ମାନ ଟପ୍ପର
1 min read
ଭୁବନେଶ୍ୱର//TATKAL ODISHA//
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦଶମ ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଯାଇଛି ।
ସ୍ଥାନୀୟ ନିଜଗଡ଼ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ଛାତ୍ର ଆୟୁଷ୍ମାନ ମହାପାତ୍ର ପାଞ୍ଚଟି ବିଷୟରେ ଶତପ୍ରତିଶତ (୧୦୦ %) ମାର୍କ ରଖି ବିଦ୍ୟାଳୟ ଟପ୍ସର ହୋଇଥିବା ବେଳେ ୧୫ ପ୍ରତିଶତ ଛାତ୍ରଛାତ୍ରୀ ୯୫ % ଏବଂ ୨୦ ପ୍ରତିଶତ ୩୫% ଛାତ୍ରଛାତ୍ରୀ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ସଂସ୍କୃତ,ଓଡ଼ିଆ, ଇଂରାଜୀ ସାମାଜିକ ବିଜ୍ଞାନ, ଆର୍ଟିଫିସିଏଲ ଇନଟିଲିଜେଣ୍ଟ, ଗଣିତ ବିଷୟରେ ଛାତ୍ରଛାତ୍ରୀମାନେ ଶହେରୁ ଶହେ ମାର୍କ ରଖ୍ ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି ।ରେଜଲ୍ଟ ପ୍ରକାଶ ପାଇବା ପରେ ବିଦ୍ୟାଳୟରେ ଖୁସି ଏବଂ ଉତ୍ସାହର ମାହୋଲ ଖେଳିଯାଇଥିଲା । ଆଦିତ୍ୟ ବିର୍ଲା ଗ୍ରୁପ ସ୍କୁଲର ଶିକ୍ଷା ବିଭାଗର ଉପଦେଷ୍ଟା ଡ଼. ଏସ. ଗାଙ୍ଗୁଲି କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।
ଏହି ସଫଳତା ପାଇଁ ଆଦିତ୍ୟ ବିର୍ଲା ସ୍କୁଲର ଅଧକ୍ଷ କୌଶିକ ଆଚାର୍ଯ୍ୟ, ରେକ୍ଟର ସ୍ନେହାଶିଷ ମୁଖାର୍ଜୀ, ପ୍ରଧାନ ଶିକ୍ଷୟିତ୍ରୀ ଅଙ୍କିତା ଘୋଷାଲ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।
