‘ଶୈକ୍ଷିକ ବାତାବରଣ ଭିତରେ ସଂସ୍କାର,ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଜରୁରୀ’
1 min read
Oplus_16908288
- ସନ୍ତରାଗଡିଆସ୍ଥ ବିକାଶ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକୋତ୍ସବ
ନୀଳଗିରି,//TATKAL ODISHA//
“ଜୀବନର ଚଲା ପଥରେ ନିଜକୁ ପ୍ରତିଷ୍ଠିତ କରିବାକୁ ହେଲେ ପିଲା ଦିନରୁ ବଡ଼ ସ୍ବପ୍ନ ଦେଖିବାକୁ ହେବ I ଆଉ ସେଇ ସ୍ବପ୍ନକୁ ବାସ୍ତବ ରୂପରେ ପରିଣତ କରିବା ନିମନ୍ତେ ପ୍ରଚେଷ୍ଟା କରିବାକୁ ପଡ଼ିବ I ଅପରପସକ୍ଷରେ ପ୍ରତିଟି ଶିକ୍ଷାନୁଷ୍ଠାନ ଏକ ଶୈକ୍ଷିକ ବାରବାରଣ ସୃଷ୍ଟି କରିଵା ସହ ମୂଲ୍ୟବୋଧ ଭିତ୍ତିକ ଓ ସଂସ୍କାର ଯୁକ୍ତ ଶିକ୍ଷାକୁ ଗୁରୁତ୍ୱ ଦେବା ବାଞ୍ଛନୀୟ I”
ନୀଳଗିରି ଉପଖଣ୍ଡସ୍ଥ ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡିଆର ଶିଶୁ ବିକାଶ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭୁବନେଶ୍ୱରରେ ଅବସ୍ଥାପିତ ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି I
ରବିବାର ଅନୁଷ୍ଠିତ ଏହି ମନୋଜ୍ଞ କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ରବିନ୍ଦ୍ର କୁମାର ରଣାଙ୍କ ଅଧ୍ୟକ୍ଷତା କରିଥିଲେ I
ମୁଖ୍ୟବକ୍ତା ଭାବରେ ବାବା ପଞ୍ଚଲିଙ୍ଗେଶ୍ଵର କଲେଜର ଇଂରାଜୀ ବିଭାଗର ଅବସର ପ୍ରାପ୍ତ ଅଧ୍ୟାପିକା ଜ୍ୟୋତିର୍ମୟୀ ନାୟକ ପରିବାର କୈନ୍ଦ୍ରିକ ସମାଜର ଭଲ ମଣିଷ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଶିଶୁ ବିକାଶ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବୀବରଣୀ ପାଠ କରିଥିଲେ ଓ ଶିଶୁ ବିକାଶ ର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
“ସନ୍ତରାଗଡିଆ ଅଞ୍ଚଳର ଆଦର୍ଶ ଶିକ୍ଷକ ସ୍ବର୍ଗତ ଉପେନ୍ଦ୍ର ନାଥ ପଟ୍ଟନାୟକଙ୍କ ସ୍ମୃତିରେ ଚଳିତ ବର୍ଷ “ଉପେନ୍ଦ୍ରନାଥ ପଟ୍ଟନାୟକ ସ୍ମୁତି ସମ୍ମାନ” ପୁରସ୍କାର ପ୍ରଦାନ କରାଯାଇଛି… ଏହି ପୁରସ୍କାର ପ୍ରତି ବର୍ଷ ଦିଆଯିବ“
ଚଳିତ ଶିକ୍ଷା ୨୦୨୫-୨୬ ବର୍ଷ ଠାରୁ ମୁଖ୍ୟ ଅତିଥି ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ଦ୍ୱାରା ସନ୍ତରାଗଡିଆ ଅଞ୍ଚଳର ଆଦର୍ଶ ଶିକ୍ଷକ “ଉପେନ୍ଦ୍ରନାଥ ପଟନାୟକ ସ୍ମୁତି ସମ୍ମାନ” ପୁରସ୍କାର ପ୍ରଦାନ କରିଥିଲେ ଓ ଏହି ପୁରସ୍କାର ପ୍ରତି ବର୍ଷ ଦିଆଯିବ ବୋଲି ମୁଖ୍ୟ ଅତିଥି ଜିତେନ୍ଦ୍ର ପଟ୍ଟନାୟକ ଘୋଷଣା କରିଥିଲେ ।

ଶିଶୁ ବିକାଶ ବିଦ୍ୟା ମନ୍ଦିର, ସନ୍ତରାଗଡିଆର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ ପ୍ରଥମ ଥର କରି ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲି ,ପୂର୍ବତନ ପଞ୍ଚମ ଶ୍ରେଣୀର ସର୍ବୋଚ୍ଚ ନମ୍ବର ପାଇଁ ଛାତ୍ରୀ ଆଦ୍ୟାଶା ଆଗୁଆଡ, ସନ୍ତରାଗଡିଆ ବିଦ୍ୟାଳୟର ମେଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ତନ୍ମୟ କୁମାର ସ୍ବାଇଁଙ୍କୁ ପ୍ରତିଭା ସମ୍ମାନ ପୁରସ୍କୁତ କରିଥିଲେ। ଶିଶୁ ବିକାଶ ବିଦ୍ୟା ମନ୍ଦିର, ସନ୍ତରାଗଡିଆ ର ଉପଦେଷ୍ଟା ସଦସ୍ୟ ସୁରେନ୍ଦ୍ର କୁମାର ରାଉଳ ସଭାକାର୍ଯ୍ୟ ଶେଷରେ ଧନବାଦ ଜ୍ଞାପନ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଶିଶୁମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୁରୁମା ସସ୍ମିତା ସ ,ଗୁରୁମା ନିର୍ମଳା ଜେନା ଓ ଗୁରୁମା ମଧୁସ୍ମିତା ମଞ୍ଚ ପରିଚାଳନା କରିବା ସହିତ ଗୁରୁଜୀ କାର୍ତ୍ତିକେଶ୍ୱର ବାରିକ୍, ଗୁରୁଜୀ ପ୍ରିୟରଞ୍ଜନ ବେହେରା,ଗୁରୁମା ଵନୀତାରାଣୀ ଖଟୁଆ,ଗୁରୁମା ସାଇପ୍ରଭା ପାଣିଗ୍ରାହୀ,ଗୁରୁମା ପଦ୍ମିନୀ ରାଉଳ,ଗୁରୁମା ସଞ୍ଜନା ମହାରଣା, ଶିଶୁ ସେବିକା ସୁଲୋଚନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
ନୃତ୍ୟଶିଳ୍ପୀ ପ୍ରଶାନ୍ତ କୁମାର ରାଉତ, ପରିଚାଳନା ସମିତିର ସଭ୍ୟା ଶର୍ମିଷ୍ଠା ପାଣିଗ୍ରାହୀ ଓ ସଭ୍ୟା ମମତାରାଣୀ ପାଣିଗ୍ରାହୀ ଓ ଉପଦେଷ୍ଟା ସଦସ୍ୟ ଟୁନୁ ପଟ୍ଟନାୟକ ପ୍ରମୁଖ ମୁଖ୍ୟ ଭୂମିକାରେ ରହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I
