tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶବ୍ଦ, ସମ୍ବେଦନର  କୁଶଳୀ ଶିଳ୍ପୀ ଗିରିଜା କୁମାର ବଳୀୟାରସିଂହଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

1 min read
  • ନୂଆଦିଲ୍ଲୀ, ଭୁବନେଶ୍ୱର, କଟକ,//TATKAL ODISHA//

ଶବ୍ଦ ଓ ସମ୍ବେଦନର  କୁଶଳୀ ଶିଳ୍ପୀ ଗିରିଜା କୁମାର ବଳୀୟାରସିଂହ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି I 

କବିତା ପୁସ୍ତକ -‘ପାଦପୂରଣ’ ପାଇଁ ମିଳିଛି ସାହିତ୍ୟ ଏକାଡେମୀ ପୁରସ୍କାର

ସେ ଜଣେ ଆଗଧାଡିର ଓଡ଼ିଆ କବି ଓ ସାହିତ୍ୟିକ । 

ପୂର୍ବରୁ  ତାଙ୍କର କବିତା ସଙ୍କଳନ “ଭାରତ ବର୍ଷ” ପାଇଁ ସେ ୨୦୦୬ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହେବା ପରେ ଗିରିଜା ବାବୁଙ୍କୁ ବିଭିନ୍ନ ମହଲରୁ ଆସିଛି 

ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।

    ୯ ଡ଼ିସେମ୍ବର ୧୯୫୪ରେ ଖୋର୍ଦ୍ଧା ନାରଗୋଦାରେ ଜନ୍ମ ଗ୍ରହଣ କରିଥିବା ଗିରିଜା ବାବୁ ଏକାଧାରରେ ସାହିତ୍ୟିକ, ସାମ୍ବାଦିକ ଓ ପ୍ରକାଶକ I ତାଙ୍କ ପ୍ରକାଶନ ସଂସ୍ଥା ନାଁ ହେଉଛି କାହାଣୀ, ଏହା  ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାରରେ ସମୟ ବିନିଯୋଗ କରିଥାନ୍ତି ।

ଗିରିଜା ବାବୁଙ୍କ ସାହିତ୍ୟ କୃତି :

ଭାରତବର୍ଷ
ଚାରଣଚର୍ଯ୍ୟା
ଚତୁର୍ଦ୍ଦଶୀର ଚନ୍ଦ୍ର
କ୍ରୌଞ୍ଚମିଥୁନ
ତୃଷାତର୍ପଣ
ଶୀତଶୀର୍ଷକ
କାଲିର କବିତା
ଉତ୍ତର ମେଘ
ନୀଳ ନିର୍ବାଣ
ଡାଇରୀର ଶାଇରୀ
ପାଦପୂରଣ
ନିର୍ବାସିତ କବିତା
ଚର୍ଯାଚୟନ
କାବ୍ୟପୁରୁଷ
  • ପୁରସ୍କାର :
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୨୦୦୬ -“ଭାରତ ବର୍ଷ” 
  • ଝଙ୍କାର ପୁରସ୍କାର (କବିତା), ୨୦୦୮-ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ରତ୍ନମଣି ସ୍ମୃତି ସମ୍ମାନ, ୨୦୨୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ କବିତା ସମ୍ମାନ)
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୫- (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ କବିତା ସମ୍ମାନ)

Share

Leave a Reply