ଦୁର୍ନୀତି ଉଜାଗର କରୁଥିବା ଲୋକଙ୍କ ସୁରକ୍ଷା ଆଇନ କେବେ?
1 min read
- ଲକ୍ଷ୍ମୀ ନାରାୟଣ କାନୁନଗୋ
- ++++++++++++++++
ଜାତୀୟ ରାଜପଥ ପ୍ରଳଳ୍ପରେ ଦୁର୍ନୀତି ବିରୋଧରେ ୨୦୦୩ରେ ବାଚପେୟୀ ସରକାରଙ୍କ ସମୟରେ ପିଏମଓକୁ ଚିଠି ଲେଖିଥିବାରୁ ବିହାରରେ ଆଇଆଇଟି ଇଞ୍ଜିନିୟର ସତ୍ୟେନ୍ଦ୍ର ଦୁବେଙ୍କୁ ଚକ୍ରାନ୍ତ କରି ହତ୍ୟା କରାଗଲା।
ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବାବେଳେ ନାମ ପ୍ରକାଶ ନ କରିବାକୁ PMOକୁ ଅନୁରୋଧ କରି ଅଲଗା କାଗଜରେ ନାଁ ଲେଖିଥିଲେ ଦୁବେ।
ତଦନ୍ତ ଭାର ସିବିଆଇ ନେଲା ପରେ ଜେରାର ଦିନକ ପରେ ୨ ଅଭିଯୁକ୍ତ ଆତ୍ମହତ୍ୟା କଲେ। ମୁଖ୍ୟ ଆସାମୀ କୋର୍ଟରୁ ଖସି ମାସେ ଲୁଚିଲା। ୩ ଛୋଟ ଅଭିଯୁକ୍ତ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ବି ବଡ଼ମାନେ ଖସି ଗଲେ।
ସମସ୍ତେ ଦାବି କଲେ, Whistle Blowers Protection Act (ଦୁର୍ନୀତି ଉଜାଗର କରୁଥିବା ଲୋକଙ୍କ ସୁରକ୍ଷା ଆଇନ) ଆସୁ।

UPA-IIର ଶେଷ ସମୟରେ ୨୦୧୪ରେ ଏହା ପାସ ହୋଇ ଗେଜେଟ ନୋଟିଫିକେସନ ବାହାରିଲା।
୨୦୧୫ରେ NDA ସମୟରେ ଏହି ଆଇନରେ ଦେଶର ସୁରକ୍ଷା ଇତ୍ୟାଦି ପ୍ରସଙ୍ଗରେ ସଂଶୋଧନ ଅଣାଯିବା ଆବଶ୍ୟକ ଦର୍ଶାଇ ସଂସଦରେ ଏକ ସଂଶୋଧନ ପ୍ରସ୍ତାବ ଅଣାଗଲା, ଯାହା ୧୦ ବର୍ଷ ପରେ ବି ପାସ ହେଲା ନାହିଁ!
– ଗଙ୍ଗୋତ୍ରୀ ସଫା ନହେଲେ ଗଙ୍ଗା ସଫା ହେବନି
– ରାଜନୀତି ସଫା ନହେଲେ ଦୁର୍ନୀତି କମିବନି
– ଦେଶ ପାଣ୍ଠିରେ ଦଳ ଓ ନିର୍ବାଚନ ପରିଚାଳନା ଦର୍କାର
ଏଥିପ୍ରତି ନଜର ନ ଦେଲେ ଦୁର୍ନୀତି ଉଜାଗର କରୁଥିବା ଲୋକେ ଆଦୌ ସୁରକ୍ଷିତ ରହି ପାରିବେ ନାହିଁ I ତେଣୁ କେନ୍ଦ୍ର ସରକାର ତୁରନ୍ତ ଦୁର୍ନୀତି ଉଜାଗର କରୁଥିବା ଲୋକଙ୍କ ସୁରକ୍ଷା ଆଇନ ଆଣିବା ଜରୁରୀ I
