tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୁରୁଖୁରୁରେ ଗୃହ ଚାଲିବା ପାଇଁ ବାଚସ୍ପତିଙ୍କ ଅପିଲ

1 min read
  • ବିଧାନସଭାରେ ବସିଲା ସର୍ବଦଳୀୟ ବୈଠକ
  • ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର,//TATKAL ODISHA//: 

ରାତି ପାହିଲେ ଆରମ୍ଭ ହେବ  ବିଧାନସଭାର ବଜେଟ୍ ଅଧିବେଶନ । ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ-ଶାସକ ମୁହାଁମୁହିଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି I ତେଣୁ ଗୃହ ସରଗରମ ହେବା ନିଶ୍ଚିତ I ଏହି କାରଣରୁ ଗୁହ ସୁରୁଖୁରୁରେ ଚାଲିବା ପାଇଁ  ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ସବୁ ଦଳଙ୍କୁ ନିବେଦନ କରିଛନ୍ତି I 

 ପୂର୍ବ ଘୋଷଣାନୁସାରେ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସି ସର୍ବଦଳୀୟ ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ ଥିଲେ । 

ବଜେଟ୍ ଅଧିବେଶନ ଫେବ୍ରୁଆରି ୧୭ ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।  ପ୍ରଥମ ଦିନ ରାଜ୍ଯପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ ।  ୨୦ ରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିବେ ।

    ବୈଠକ ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ବଜେଟ ଉପସ୍ଥାପନ ଯୋଗୁଁ ଏଥର ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ I ଗୃହ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ଏହା ଉପରେ ସବୁ ଦଳର ନେତାମାନଙ୍କ ସହ  ଆଲୋଚନା କରିଛି I ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି I  

    ଅନ୍ୟପକ୍ଷରେ ବିଧାନସଭା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବି ସବୁ ଦଳକୁ ଗୃହରେ ଶାନ୍ତି ବଜାୟ ପାଇଁ ଅପିଲ କରିଛନ୍ତି I

Share

Leave a Reply