tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ତୃଣମୂଳ ସ୍ତରରେ ବିଜେପିର ସଂଗଠନକୁ ମଜଭୁତ୍ କରିବା ଉପରେ ଗୁରୁତ୍ୱ

1 min read

ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ

  • ଗାଁ ଗହଳିରେ ପହଞ୍ଚିବ କେନ୍ଦ୍ର, ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା
  • ଗୁରୁମନ୍ତ୍ର ଦେଲେ ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ପ୍ରଭାରୀ, ସାଧାରଣ ସଂପାଦକ

ଭୁବନେଶ୍ୱର,//TATKAL ODISHA//
ବିଜେପିର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜଭୁତ୍ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ରାଜ୍ୟର କୋଣ ଅନୁକୂଣରେ ପହଞ୍ଚାଇବା ନେଇ ବିଜେପି ନେତୃବୃନ୍ଦ ନିଷ୍ପତ୍ତି ନେିଛନ୍ତି।
ଗୁରୁବାର ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ବିଜେପିର ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ବିଧାନସଭା ପ୍ରାର୍ଥୀଙ୍କୁ ନେଇ ଏନେଇ ଏକ ବିଶେଷ ପ୍ରଦେଶସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ବିସ୍ତୃତ ଆଲୋଚନା ସହ ଗୁରୁମନ୍ତ୍ର ଦେଇଛନ୍ତି।


ବୈଠକ ସଂପର୍କରେ ଗୁରୁବାର ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବୈଠକରେ ବିଶେଷ କରି ପାର୍ଟୀର ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା, ବୁଥ୍ ଠାରୁ ଆରମ୍ଭ କରି ଜିଲ୍ଲା କମିଟି ଗଠନ; ମଣ୍ଡଳ କମିଟି ଓ ବିଭିନ୍ନ ମୋର୍ଚ୍ଚା କମିଟି ଗଠନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସମସ୍ତ କାର୍ଯ୍ୟକୁ ତୁରନ୍ତ କିପରି ସମାପ୍ତ କରାଯିବ ତାର ଯୋଜନା ପ୍ରସ୍ତୁତ କରାଗଲା । ସେହିପରି ଗରିବମାନଙ୍କ କଲ୍ୟାଣ ଓ ଉତଥାନ ପାଇଁ ‘ଭିବି-ଜି-ରାମ୍‌ଜି’ ଯୋଜନାର ତୃଣମୂଳ ସ୍ତରରେ ସଫଳ ରୂପାୟନ ଓ କାର୍ଯ୍ୟାନ୍ୱୟନ କରାଯିବାକୁ ପ୍ରାଧାନ୍ୟ ଦିଆଯାଇଛି।
ଭାରତୀୟ ଜନତା ପାର୍ଟି ଏକ ରାଜନୈତିକ ଦଳ ଏବଂ ସବୁବେଳେ ନିର୍ବାଚନ ପାଇଁ ପୂର୍ବ ଓ ପୂର୍ଣ୍ଣ ପ୍ରସ୍ତୁତ ଥାଏ । ସେହି ଆଧାରରେ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ନିର୍ବାଚନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

Share

Leave a Reply