ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ‘ଶ୍ରେଷ୍ଠ ପ୍ରଶାସକ’
1 min read
- ଓଟିଭି ପକ୍ଷରୁ ମିଳିବ ଏହି ସମ୍ମାନ
ଭୁବନେଶ୍ୱର //TATKAL ODISHA //
ଉଦୀୟମାନ ପ୍ରଶାସନିକ ଅଧିକାରୀ ତଥା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ‘ଶ୍ରେଷ୍ଠ ପ୍ରଶାସକ’ ଭାବେ ମନୋନୀତ ହୋଇଛନ୍ତି I
ନିଜର କାର୍ଯ୍ୟ ଦକ୍ଷତା, ଧାର୍ଯ୍ୟ ସମୟ ଭିତରେ ସଠିକ ନିଷ୍ପତ୍ତି ଓ ସାଧାରଣ ଜନତାଙ୍କ ପାଇଁ ଲୋକହିତକର ମହାତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତି କରିବା ଯୋଗୁଁ ଦିଲ୍ଲୀପକୁ ଏହି ସମ୍ମାନଜନକ ସମ୍ମାନ ମିଳୁଛି I
ଲୋକଙ୍କ ଭୋଟ ଆଧାରରେ ଶ୍ରେଷ୍ଠ ପ୍ରଶାସନିକ ଅଧିକାରୀ ମନୋନୀତ ହୋଇଛନ୍ତି I ଓଟିଭି ସିଟିଜନ ଆୱାର୍ଡ ପକ୍ଷରୁ ଏହା ଅନଲାଇନ ଜରିଆରେ ମତାମତ ନିଆଯାଇଛି I
ଦିଲ୍ଲୀପ ଦୁଇ ପ୍ରତିଦ୍ବନ୍ଦୀ ଜିଲ୍ଲାପାଳଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି I
- TATKAL ODISHAକୁ ଦିଲ୍ଲୀପ କହିଛନ୍ତି ଯେ, ସାଧାରଣ ଲୋକଙ୍କ ମୁହଁରେ ହସ ଦେଖିବାକୁ ମୁଁ ସର୍ବଦା ଗୁରୁତ୍ୱ ଦେଇ ଆସିଛି I ଦୁଆର ମୁହଁରେ ପ୍ରଶାସନ ପହଞ୍ଚୁ ମୁଁ ଚାହେଁ.. ସେଥିପାଇଁ ନିଷ୍ଠାର ସହ ସରକାରୀ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରାଥମିକତା ଦେଇଛି I ମୋତେ ଶ୍ରେଷ୍ଠ ପ୍ରଶାସକ ଭାବେ ମନୋନୀତ କରିଥିବାରୁ ମୁଁ କୃତଜ୍ଞ I

