tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ

1 min read

ନୀଳଗିରି, ବାଲେଶ୍ୱର//TATKAL ODISHA//

ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡିଆ ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ଅଷ୍ଟମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉଦ୍ଘାଟନ ଦିବସରେ ସ୍ଥାନୀୟ ସନ୍ତରାଗଡିଆ ହସ୍ପିଟାଲର ଡକ୍ଟର ଇଶ୍ୱର ପ୍ରଧାନ ବାର୍ଷିକ କ୍ରୀଡା ଉତ୍ସବରେ ଯୋଗଦାନ ଦେଇ ଶିଶୁ ମାନଙ୍କର ଶାରୀରିକ ଦକ୍ଷତା ଖେଳ ମାଧ୍ୟମରେ ପ୍ରତିପାଦନ କରିବାର ଆବଶ୍ୟକତା ରହିଛି ବୋଲି ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୁଇଦିନ ଧରି ଶିଶୁ ମାନଙ୍କର ସଟଫୁଟ୍, ବାଇଗଣ ଖିଆ,ଏକ ଗୋଡିଆ ଦୌଡ, ରଙ୍ଗ ଚିହ୍ନଟ, ସନ୍ତୋଳନ ଖେଳ, ଗଣିତ ଖେଳ, ଝୋଟି ଆଦି ପ୍ରତିଯୋଗିତା ହୋଇଥିଲା।

ବାର୍ଷିକ କ୍ରୀଡା ଉତ୍ସବର ଶେଷ ଦିନରେ ମାଆ ମାନଙ୍କର ଶିଶୁ ମାନଙ୍କୁ ଯୋତା ପିନ୍ଧା ଓ ମ୍ୟୁଜିକ ଚେୟାର ଖେଳ ପ୍ରତିଯୋଗିତା ହୋଇଥିଲା। ମୋଟ୍ ତିନୋଟି ବିଭାଗ ଶିଶୁ କଳିକା,ଶିଶୁ ବର୍ଗ ଓ ବାଲ୍ ବର୍ଗ ମଧ୍ୟରେ ଖେଳ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା।


ଶିଶୁ ବିକାଶ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶଶିକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଉଦଯାପନ ଦିବସରେ ସନ୍ତରାଗଡିଆ ସ୍ଥିତ ଵାଵା ପଞ୍ଚଲିଙ୍ଗେଶ୍ଵର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ହୋଇ ପାଠ ପଢ଼ିବା ସହ ନିଜ ଶରୀରକୁ ଖେଳ କସରତ୍ ଦରକାର ବୋଲି ଉଦବୋଧନ ଦେଇଥିଲେ । ଶେଷରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିଶୁ ଵିକାଶର ସମ୍ପାଦକ ଅଜିତ୍ କୁମାର ପାଣିଗ୍ରାହୀ

ମୁଖ୍ୟବକ୍ତା ଭାବରେ ଶିଶୁ ମାନଙ୍କର ଶାରୀରିକ ଦକ୍ଷତା ସହିତ ମାନସିକ ଦକ୍ଷତା ଖେଳ ମାଧ୍ୟମରେ ପ୍ରତିପାଦନ ହେବା ଆବଶ୍ୟକ ବୋଲି ମାର୍ଗଦର୍ଶନ କରିଥିଲେ।
ବିଦ୍ୟାଳୟର କ୍ରୀଡ଼ା ପ୍ରମୁଖ ପ୍ରିୟରଞ୍ଜନ ବେହେରା, ଗୁରୁଜୀ କାର୍ତ୍ତିକେଶ୍ୱର ବାରିକ୍ ପରିଚୟ ପ୍ରଦାନ କରିଥିଲେ ଓ ପଦ୍ମିନୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।, ଗୁରୁମା ମଧୁସ୍ମିତା ବାରିକ,ଵନୀତା ରାଣୀ ଖଟୁଆ,ନିର୍ମଳା ଜେନା,ସାଇପ୍ରଭା ପାଣିଗ୍ରାହୀ, ସୁଲୋଚନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply