ପ୍ରସନ୍ନ କୁମାର ହୋତାଙ୍କ ପରିବର୍ଦ୍ଧିତ ଗଳ୍ପ ସଂକଳନ ‘ଯୁଗଳବନ୍ଦୀ’ ଉନ୍ମୋଚିତ
1 min read
- ବରେଣ୍ୟ ସାହିତ୍ୟିକ ଉପସ୍ଥିତ
ଭୁବନେଶ୍ୱର//TATKAL ODISHA//
ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ପ୍ରସନ୍ନ କୁମାର ହୋତାଙ୍କ ପରିବର୍ଦ୍ଧିତ ଗଳ୍ପ ସଂକଳନ ‘ଯୁଗଳବନ୍ଦୀ’ ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୫ରେ ଉନ୍ମୋଚିତ ହୋଇଛି I
ରବିବାର ସ୍ଥାନୀୟ ପ୍ରଦର୍ଶନୀ ପଡିଆ ପୁସ୍ତକ ମେଳାରେ ସହିଦ ବାଜି ରାଉତ ମଞ୍ଚରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଓ ଗୀତିକାର ଦେବଦାସ ଛୋଟରାୟ, ସେନାପତି, ହରପ୍ରସାଦ ଦାସ ଓ ଶାଳନ୍ଦୀ ପ୍ରକାଶନୀ ସଂସ୍ଥାର ପ୍ରକାଶକ ପରେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପୁସ୍ତକ ସମ୍ପର୍କିତ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି I
ଶେଷରେ ପ୍ରସନ୍ନ କୁମାର ହୋତା ଗଳ୍ପ ଲେଖିଲା ବେଳେ କିଛି ଅଭିଜ୍ଞତା ବଖାଣିଥିଲେ I
