DM ପବ୍ଲିକ ସ୍କୁଲର କେଳେଙ୍କାରୀ? ପ୍ରମାଣ ନଷ୍ଟ ପାଇଁ କସରତ?

0

ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀଙ୍କ ନାଁରେ ଥାନାରେ ଏତଲା ପରେ ସରକାର କଠୋର 

– ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ସ୍କୁଲ କତୃପକ୍ଷ ଚଞ୍ଚକତା କରି ବିଦା କରିଥିବା ଶିକ୍ଷାୟତ୍ରୀଙ୍କୁ ବେଆଇନ ନୋଟିସ

ଭୁବନେଶ୍ୱର,//TATKAL ODISHA//

ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳିବା ଓ କାର୍ଯ୍ୟରତ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଦୁର୍ବ୍ୟବହାର ଘଟଣାରେ ଆଇନ ଜାଲରେ ଛନ୍ଦି ହୋଇ ହରଡ଼ଘଣାରେ ପଡ଼ିଥିବା ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀଙ୍କୁ DM ପବ୍ଲିକ ସ୍କୁଲର କର୍ତ୍ତୃପକ୍ଷ ଅଯଥା ସୁରକ୍ଷା ଦେଇ ବିପଦକୁ ସ୍ୱାଗତ କରିଥିବା ଚର୍ଚ୍ଚା ହେଉଛି I

ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ ପାଇଁ ତିନି ଦିନ ଧରି ସ୍କୁଲରେ ରୁଦ୍ଧଦ୍ୱାର କସରତ ଚାଲିଵା ସହ ଚଞ୍ଚକତା କରି ବିଦା କରିଥିବା ଶିକ୍ଷାୟତ୍ରୀଙ୍କୁ ବେଆଇନ ନୋଟିସ ଦିଆଯାଇଛିI ସ୍କୁଲର ଏଭଳି କେଳାଙ୍କାରୀର ଗୁମର ବିଭିନ୍ନ ଗଣମାଧ୍ୟମରେ ଫିଟିବା ପରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଜଣାପଡ଼ିଛି I ଫଳରେ ସ୍କୁଲର ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି ଅଧିକାଂଶ ଅଭିଭାବକ ଓ କର୍ମଚାରୀ I 

ମୋ ମତରେ ସ୍କୁଲ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ଅଭିଯୁକ୍ତ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀଙ୍କୁ ଚାକିରୀରୁ ବହିଷ୍କାର ସହ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ I”

–ପ୍ରତ୍ୟକ୍ଷଦର୍ଶୀ କର୍ମଚାରୀ

  Tatkal odishaକୁ ସ୍କୁଲର ପ୍ରତ୍ୟକ୍ଷଦର୍ଶୀ ଜଣେ କର୍ମଚାରୀ କହିଛନ୍ତି ଯେ, ଯେଉଁ ଦିନ ଠାରୁ ସରୋଜ ସାର ଆସିଲେଣି ସେବେଠାରୁ ସ୍କୁଲ ବଦନାମ ହୋଇଛି I ତାଙ୍କୁ ସୁରକ୍ଷା ଦେବା ଉଚିତ ନୁହେଁ I କାରଣ ତିନି ଦିନ ଧରି ସ୍କୁଲରେ କବାଟ କିଳି ପ୍ରମାଣ ନଷ୍ଟ ପାଇଁ ପ୍ରଚେଷ୍ଟା ଚାଲିଛି I ବେଆଇନ ଫାଇଲ କାର୍ଯ୍ୟ ସହ ପୂର୍ବରୁ ସିସିଟିଭି ନ ଥିବା ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ତରବରିଆ ସିସିଟିଭି ଲଗାଯାଇଛି I ଗ୍ରୀଷ୍ମ ଛୁଟିରେ ପିଲା ନ ଆସିବା ସୁଯୋଗରେ ଏବଂ ଅନ୍ୟ ସିସିଟିଭି ଓ ବିଦ୍ୟୁତ ବନ୍ଦ କରି ସାରଙ୍କ ରୁମରେ ସିସିଟିଭି ଲଗାଯାଇଛି I ମୁଁ ଭାବୁଛି ଏଥିରେ ସଫଳତା ମିଳିବ ନାହିଁ I କ୍ୟାମରା ଲୋକେ ସ୍କୁଲ ପ୍ରବେଶ ବେଳର ଦୃଶ୍ୟ ନିଶ୍ଚୟ ରେକର୍ଡ ହୋଇଥିବ I ମୋ ମତରେ ସ୍କୁଲ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ଅଭିଯୁକ୍ତ  ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀଙ୍କୁ ଚାକିରୀରୁ ବହିଷ୍କାର ସହ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ I” 

ସମ୍ପୃକ୍ତ କର୍ମଚାରୀଙ୍କ କଥା ଶତ ପ୍ରତିଶତ ଶତ ବୋଲି ଲାଗୁଛି I କାରଣ ଶିକ୍ଷୟିତ୍ରୀଙ୍କୁ ନୋଟିସ ପରେ ତାହା ସ୍ପଷ୍ଟ ହୋଇଛି I ଦ୍ଵିତୀୟରେ ସ୍କୁଲ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ସିସିଟିଭି ନ ଥିବା ସୁଯୋଗରେ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀ ଶିକ୍ଷୟିତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କଥା ଅଭିଯୋଗ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନ ନେଇ ତାଙ୍କ ରୁମରେ ସିସିଟିଭି ଲଗାଇ ତାଙ୍କ ଅପରାଧକୁ ଘଣ୍ଟ ଘୋଡାଇଛି I ଏହା ତଦନ୍ତ ସାପେକ୍ଷ ବୋଲି ଦାବି ହୋଇଛି I 

ଥାନାରେ ଏତଲା କାହିଁକି?  

ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର, ଅଶାଳୀନ ଭାଷା ଓ ଚଞ୍ଚକତା କରି ଚାକିରିରୁ ବିଦା କରିବା ଘଟଣାରେ  DM PUPLIC ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀଙ୍କ ନାଁରେ  ବରଗଡ଼ ଥାନାରେ ଏତଲା ଦାୟର ହୋଇଛି I ଦୁର୍ବ୍ୟବହାରର ଶିକାର ହୋଇଥିବା ଜଣେ ଶିକ୍ଷୟିତ୍ରୀ ବରଗଡ଼ ଥାନାରେ ଗତ 22 ଏପ୍ରିଲ 2024ରେ କେସ ଦାୟର କରିଛନ୍ତି I ସମାନ ଦୁର୍ବ୍ୟବହାରରେ ଶିକାର ସହ ଚାକିରୀ ହରାଇଥିବା ସ୍କୁଲର ଅନ୍ୟ ଶିକ୍ଷୟିତ୍ରୀମାନେ ଘଟଣାର ତଦନ୍ତ ସହ ଅଧ୍ୟକ୍ଷ ସରୋଜ କୁମାର ପାଢ଼ୀଙ୍କୁ ବହିଷ୍କାର ସହ କଠୋର ଦଣ୍ଡ ଦାବି କରିଛନ୍ତି I 

  କେସ ନଂ 282/2024 ୠଜୁ କରି ଥାନାଧିକାରୀ ତୃପ୍ତି ରଞ୍ଜନ ନାୟକ ଏସଆଇ ଏ. କର ତଦନ୍ତ ନିର୍ଦେଶ ଦେଇଛନ୍ତି I ଅଧ୍ୟକ୍ଷଙ୍କ ନାଁରେ ସମ୍ପୃକ୍ତ ଥାନାର ଥାନାଧିକାରୀ ଭାରତୀୟ ପିଙ୍ଗଳ କୋର୍ଡ଼ର 294 ଓ 506 ଦଫା ଲାଗୁ କରି ତଦନ୍ତ ଆରମ୍ଭ କରିଛନ୍ତି I ଫଳରେ ସ୍କୁଲର ଭାବମୂର୍ତ୍ତି ଉପରେ ଦାଗ ଲାଗି ଯାଇଛି I

ତେବେ ଓଡ଼ିଶା ସରକାର ମହିଳା ସୁରକ୍ଷା ପାଇଁ ଅନେକ ଜରୁରୀ ପଦକ୍ଷେପ ନେଉଥିବାବେଳେ ପୀଡିତା  ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ମିଳିବା ଦରକାର ବୋଲି କିଛି ଅଭିଭାବକ ମତ ଦାବି କରିଛନ୍ତି I

ଏହା ସତ୍ୱେ  ସମ୍ବେଦନଶୀଳ ଘଟଣାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ସ୍କୁଲ କର୍ତୃପକ୍ଷ ତରବରିଆ ଭାବେ ଅଧ୍ୟକ୍ଷଙ୍କୁ ବିଦା ନ କରି ପ୍ରମାଣ ନଷ୍ଟ କରିବା ପାଇଁ କସରତ କରିଥିବା ଅଭିଯୋଗ ହୋଇଛି I

DM ସ୍କୁଲ, ଅଧ୍ୟକ୍ଷଙ୍କ ପୂର୍ଵ କାରନାମା 

     ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ 316 ଓ ସାଇ ମନ୍ଦିର ସନ୍ନିକଟ ବାସୁଆଘାଇ ଗାଁରେ ରହିଛି ଏହି ଡିଏମ ପବ୍ଲିକ ସ୍କୁଲ I 2015ରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସ୍କୁଲରେ  ସରୋଜ କୁମାର ପାଢ଼ୀ 2018ରୁ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି I ହେଲେ ସେ ଆରମ୍ଭରୁ କିଛିନା କିଛି ବିବାଦରେ ଛନ୍ଦି ହୋଇଛନ୍ତି I ଏବେ ସ୍କୁଲରେ ପ୍ରାୟ ନବେ ପ୍ରତିଶତ ମହିଳା ଶିକ୍ଷୟିତ୍ରୀ ଥିବାବେଳେ ଅଧ୍ୟକ୍ଷ ଓ ଅଳ୍ପ କିଛି ପୁରୁଷ ଷ୍ଟାଫ ଅଛନ୍ତିI କାଁ ଭାଁ କିଛି ଜଣଙ୍କୁ ଛାଡ଼ି ଦେଲେ ଅଧିକାଂଶ ଶିକ୍ଷୟିତ୍ରୀଙ୍କୁ ଅଧ୍ୟକ୍ଷ ଶ୍ରୀ ପାଢ଼ୀ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି I ଏପରିକି ଯେଉଁ ଶିକ୍ଷୟିତ୍ରୀ ଦରମା ଵା ଛୁଟି କଥା କହନ୍ତି ତାଙ୍କୁ ଅଧ୍ୟକ୍ଷ ନିଜ ପ୍ରକୋଷ୍ଠକୁ ଡାକି ସିସି ଟିଭି ନ ଥିବା ସୁଯୋଗରେ ମନଇଛା ଆଶାଳୀନ ଭାଷାରେ ଗାଳି ଦେଇଥାନ୍ତି I ନୂଆ ଏକାଡେମୀକ ସେସନ ପୂର୍ବରୁ ଅଧ୍ୟକ୍ଷ ଜାଣିଶୁଣି ଦରମା ନବଢ଼ାଇ ବିଭିନ୍ନ ଆଳ କରି ଶିକ୍ଷୟିତ୍ରୀମାନଙ୍କୁ ବିଦା କରିଥାନ୍ତି I ଚଳିତ ବର୍ଷ 31 ମାର୍ଚ୍ଚ  ପୂର୍ବରୁ ଏମିତି ଛଅ ଜଣ ଶିକ୍ଷୟିତ୍ରୀଙ୍କୁ ଅନ୍ୟାୟ ଭାବେ ବିଦା କରିଥିବା ଜଣାପଡ଼ିଛି I ସରକାରୀ ନିୟମକୁ ଫୁ କରି ସମ୍ପୃକ୍ତ ଅଧ୍ୟକ୍ଷ ଓ ସ୍କୁଲ କର୍ତ୍ତୃପକ୍ଷ ରାଜଧାନୀ ଛାତି ଉପରେ ଏମିତି ଦ୍ରୌରାତ୍ମ୍ୟ ଜାରି ରଖିଥିଲେ ହେଁ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ I

 ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ସମ୍ପୃକ୍ତ ଡିଏମ ସ୍କୁଲ ଅଧ୍ୟକ୍ଷଙ୍କ ପୂର୍ଵ କେଳେଙ୍କାରୀ ବି ପଦାକୁ ଆସିଛି I

ଜଣେ ଶିକ୍ଷୟିତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, “ମହିଳାଙ୍କୁ କେମିତି ବ୍ୟବହାର କରିବା କଥା ସରୋଜ କୁମାର ପାଢ଼ୀ ଜାଣି ନାହାନ୍ତି I ତାଙ୍କ ଭାଷାରେ ନିୟନ୍ତ୍ରଣ ନାହିଁ I କଥା କଥାକେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରନ୍ତି I ଲାଜ ଓ ଭୟରେ ମହିଳା ଶିକ୍ଷୟିତ୍ରୀ କାହାକୁ କିଛି କହନ୍ତିନାହିଁ I ପୂର୍ବରୁ ସେ ଯେଉଁ ସ୍କୁଲରେ ଥିଲେ ସେଠି ବି ସେହି ସମାନ ସ୍ଥିତି ହେବାରୁ ରାତାରାତି ସେ ଭୁବନେଶ୍ୱର ପଳାଇ ଆସିଛନ୍ତି I ତେଣୁ ତାଙ୍କୁ ସ୍କୁଲରୁ ବହିଷ୍କାର ସହ କଠୋର ଦଣ୍ଡରେ ଦଣ୍ଡିତ ହେବା ଦରକାର I”

 ଅନୁରୂପ ମତ ଦେଇଛନ୍ତି ଆଉ ଜଣେ ଶିକ୍ଷୟିତ୍ରୀ I ସେ କହିଛନ୍ତି ଯେ, “ସ୍କୁଲ ସାରା ସିସି ଟିଭି ଲାଗିଥିଲା ବେଳେ ଅଧ୍ୟକ୍ଷ ନିଜ ପ୍ରକୋଷ୍ଠରେ ତାହା ଲଗାଇ ନାହାନ୍ତି I ସେଥିପାଇଁ ସେ ନିଜ କୋଠରୀକୁ ଡାକି ମନଇଛା ଅସଭ୍ୟ ଆଚରଣ କରନ୍ତି I ଏସବୁ ଭଷାରେ ବ୍ୟକ୍ତ କରି ହେବ ନାହିଁ I  ସରକାରଙ୍କ ଗଣଶିକ୍ଷା ବିଭାଗ ଏକଥା ଜାଣନ୍ତୁ I ମୋର ଦାବି ତାଙ୍କୁ ଦଣ୍ଡ ମିଳୁ I”

ସ୍କୁଲ ପରିଚାଳନା ସହ ସମ୍ପୃକ୍ତ ଜଣେ ଅଭିଭାବକ ନିଜ ନାଁକୁ  ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଡିଏମ ସ୍କୁଲ କିଛି ବି  ସରକାରୀ ନିୟମ ମାନୁନାହିଁ I ସ୍କୁଲ ପ୍ରାସାଦ ପାଇଁ ଆନୁସଙ୍ଗିକ ଅନୁମତି ନାହିଁ I ସ୍କୁଲରେ ‘ଫାୟାର ସେଫଟି’ ସରଞ୍ଜାମ ଲାଗିଥିଲେ ହେଁ କାର୍ଯ୍ୟ କରୁନାହିଁ I ସରକାରୀ ସାର୍ଟିଫିକେଟ ବି ନାହିଁ I ସ୍କୁଲରେ ଲିଫ୍ଟ ଓ ରାମ୍ପ ନ ଥାଇ ଦିବ୍ୟାଙ୍ଗ ପିଲାଙ୍କୁ ତିନି ମହଲାକୁ ଟେକି ଟେକି ନିଆଯାଉଛି I ପିଲା ଖେଳିବା ପାଇଁ ଥିବା ଖେଳ ପଡ଼ିଆରେ ଗାଇ ଗୋହାଲ ହୋଇଛି I ଶିକ୍ଷୟିତ୍ରୀଙ୍କୁ ବିନା ଦୋଷରେ ବିଦା କରାଯାଇଛି I ସରକାରୀ ଛୁଟିରେ ବି ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଉଛି I ସ୍କୁଲ ଉନ୍ନୟନ ନାଁରେ ପିଲାଙ୍କ ଠାରୁ ଅତ୍ୟଧିକ ଡୋନେସନ ଆଦାୟ ହେଉଛି I ତେଣୁ ରାଜ୍ୟ ସରକାର ଓ ସିବିଏସଇ ବୋର୍ଡଙ୍କୁ ମୋର ଅନୁରୋଧ, ଏସବୁ ଅଭିଯୋଗର ସତ୍ୟତା ଜାଣିବା ପାଇଁ ସିସିଟିଭି ଯାଞ୍ଚ ସହ ଉପଯୁକ୍ତ ତଦନ୍ତ କଲେ ସବୁ ଗୁମର ପଦାକୁ ଆସିବ I ଫଳରେ ଅଭିଭାବକ ଓ ଶିକ୍ଷୟିତ୍ରୀ ଅନ୍ୟାୟର ଶିକାର ହେବେ ନାହିଁ I “

ଯଦି ଏହି ଅଭିଯୋଗ ସତ୍ୟ, ତାହାଲେ ନିଶ୍ଚିତ ଭାବରେ ସାଙ୍ଘାତିକ I ତଦନ୍ତ ହେଲା ସବୁ ଗୁମର ଫିଟିବ I 

———–

(ସୁପ୍ରିମକୋର୍ଟ ନିୟମ ମୁତାବକ ପୀଡିତାଙ୍କ ନାଁ ଗୁପ୍ତ ରଖା ଯାଇଛି )

Leave A Reply

Your email address will not be published.