ଆଉ ତିନି ଦିନ ଅସହ୍ୟ ତାତି : ଏସଆରସି

0
  • ପାଗର ପରିବର୍ତ୍ତନ ଆସିବ

ଭୁବନେଶ୍ୱର// TATKAL ODISHA//

ପଶ୍ଚିମା ବାୟୁ ‘ଲୁ’ ପ୍ରବାହ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି I ତାହା ଆଗାମୀ ତିନି ଦିନ ଅର୍ଥାତ ମଇ 2 ଯାଏ ଅସହ୍ୟ ତାତି ବଳବତ୍ତର ରହିବ I

  • ପାଗର ସୁଧାର ଆସିବ : ସାହୁ

ଏହା ପରେ ପ୍ରାୟ ପାଞ୍ଚ ଦିନ ଯାଏ ପାଗର ପରିବର୍ତ୍ତନ ଆସିବ I କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି I

TATKAL ODISHAକୁ ଏହି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ I ପାଣିପାଗ ବିଭାଗର ରିପୋର୍ଟ ଭିତ୍ତିରେ ଶ୍ରୀ ସାହୁ କହିଛନ୍ତି ଯେ, ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଅବ୍ୟାହତ ରହିଛି I ଆଗାମୀ 48 ଘଣ୍ଟା ଯାଏ 17ଟି ଜିଲ୍ଲାରେ “ରେଡ ଆଲର୍ଟ” ଜାରି ରହିଥିଲା ବେଳେ କେବଳ କୋରାପୁଟକୁ ଛାଡ଼ି ବାକି ଜିଲ୍ଲାରେ “ୟେଲୋ ଆଲର୍ଟ” ଜାରି ହୋଇଛି I ତେଣୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି I ତେବେ ତିନି ଦିନ ପରେ ତାତି କମିବ ବୋଲି ଶ୍ରୀ ସାହି ପ୍ରକାଶ କରିଛନ୍ତି I

Leave A Reply

Your email address will not be published.