ଧୀର ଚଳନ କରୁଛି ବାତ୍ୟା ‘ଅର୍ଣ୍ଣବ’
1 min read
Oplus_16908288
- ଘଣ୍ଟାପ୍ରତି ୧୩ କିଲୋମିଟରେ ବଗରେ ଗତି କରୁଛି
- ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୫୬୦ କିମି ଦୁରରେ ଅଛି
- ଲ୍ୟାଣ୍ଡଫଲ ପରେ ଗତିପଥ ବଦଳାଇବା ସମ୍ଭାବନା : IMD
ଭୁବନେଶ୍ଵର://TATKAL ODISHA//
ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ବାତ୍ୟା ‘ଅର୍ଣ୍ଣବ’ ଧିରେ ଧିରେ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩ କିଲୋମିଟରେ ବଗରେ ଗତି କରୁଛି ।
ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ ଠାରୁ ଦକ୍ଷିଣପୂର୍ବରୁ ୫୪୦ କିଲୋମିଟର ଦୂରରେ ରହିଛି । ସେହିଭଳି ଓଡ଼ିଶାର ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୫୪୦ କିମି, ଗୋପାଳପୁର ଠାରୁ ଦକ୍ଷିଣ-ପୂର୍ବରେ ୫୫୦ କିମି, ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୫୬୦ କିମି ଓ କୋକୋ ଦ୍ଵୀପରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ୫୮୦ କିଲୋମିଟର ଦୂରରେ ରହିଛି ।
ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଉପକୂଳ ରେଡ୍ ଆଲର୍ଟରେ ରହିଛି ।


- ଓଡ଼ିଶାର ପାରାଦୀପ ଓ ଧାମରା ବନ୍ଦରରେ ଦୂରବର୍ତ୍ତୀ ସତର୍କ ସୂଚନା ସଂକେତ ନଂ-୨ ଦିଆଯାଇଥିବା ବେଳେ ପୁରୀ ଓ ଗୋପାଳପୁରରେ ସ୍ଥାନୀୟ ସତର୍କ ସୂଚନା ସଂକେତ ନଂ-୪ ଦିଆଯାଇଛି ।
- ଭାରତୀୟ ପାଣିପାଗ ବିଭାଗ(IMD) ରିପୋର୍ଟ ଅନୁସାରେ, ୨୮ ତାରିଖ ପୂର୍ବାହ୍ଣରେ ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବ । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ ।ବାତ୍ୟ ‘ଅର୍ଣ୍ଣବ’ ଉପକୂଳ ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।
- ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି ।
- ୨୬ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଭୀଷଣ ବାତ୍ୟାରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରିଣତ ହେବ ।
-୨୭ରେ ଅତି ଭୀଷଣ ବାତ୍ୟାର ରୂପ ନେପାଇରେ । ପରେ ‘ଅର୍ଣ୍ଣବ’ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳର ବାପଟଲା ଏବଂ ବିଶାଖାପାଟଣମ୍ ମଧ୍ୟରେ ୟାନାମ୍ ପାଖା ପାଖି ଅତି ଭୀଷଣ ବାତ୍ୟା ଭାବେ ଅତିକ୍ରମ କରିବ ।ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ପୁରୀ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । - ୨୮ରେ ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳୁ ଅତ୍ୟନ୍ତ ପ୍ରବଳ ବର୍ଷା ନେ ରେଡ୍ ଆଲର୍ଟ ଦିଆଯାଇଛି ।
- ପ୍ରବଳରୁ ଅତି ପ୍ରବଳ ବର୍ଷା ନେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।
