tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆ ରାଜ୍ୟପାଳ ୧୮ରେ ଶପଥ ଗ୍ରହଣ କରିବେ

1 min read

  • ସମାରୋହରେ ଯୋଗଦେବେ ୩୦୦ରୁ ଅଧିକ ଅତିଥି
    ଭୁବନେଶ୍ୱର,//TATKAL ODISHA//
    ଆସନ୍ତା ୧୮ତାରିଖରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଓଡ଼ିଶାରେ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ତାହା ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍‌ରେ ହେବ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ।
  • ଓଡ଼ିଶା ତଥା ବାହାରୁ ପ୍ରାୟ ୩ଶହ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଓଡ଼ିଶା ଲୋକଭବନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
  • ଗତ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ସମେତ ୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିଲେ। କେରଳମ୍‌ରେ ଓମ୍‌ପ୍ରକାଶ ମାଥୁର ନୂଆ ରାଜ୍ୟପାଳ ହୋଇଥିଲାବଳେ ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଅରଲେକର, କର୍ଣ୍ଣାଟକ- ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ, ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ ଏବଂ ଓଡ଼ିଶାରେ ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି।
Share

Leave a Reply