tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଶୋଭନୀୟ ଆନ୍ଦୋଳନ ସମାଜ ପାଇଁ ଏକ ଅନନ୍ୟ ବରଦାନ

1 min read

ପ୍ରେସ ବିଜ୍ଞପ୍ତି

ଶୋଭନୀୟ ସାଧିକା ଡଃ ବନଲତା ଦେବୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା

କଟକ,//TATKAL ODISHA//

ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ପକ୍ଷରୁ କଟକ ବିଡାନାସୀସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ତ୍ୟାଗୀ ଉତ୍ସର୍ଗୀକୃତ ସେବିକା ଗୁରୁମା ଡଃ ବନଲତା ଦେବୀଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳୀ ସଭା ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।


ମୁଖ୍ୟ ଅତିଥି ଭାବେ ସମାଜର ପୂର୍ବତନ କାର୍ଯ୍ୟନିର୍ବାହୀ ସଂପାଦକ ଡଃ ସତ୍ୟ ରାୟ ଯୋଗ ଦେଇ ଶୋଭନୀୟ ଶିକ୍ଷାଶ୍ରମ ଓ ଆନ୍ଦୋଳନ ଗୁରୁମା’ ମାନଙ୍କର ତ୍ୟାଗ,ତିତିକ୍ଷା ଓ ସାଧୁତା ସମାଜ କୁ ଦିଗଦର୍ଶନ ଦିଏ ବୋଲି କହି ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜ ବିଜ୍ଞାନୀ ନିରାକାର ବେଉରା ପ୍ରତିଷ୍ଠାତା ପୂଜ୍ୟ କୁମାର ଭାଇଙ୍କର ଏହି ଶୋଭନୀୟ ଆନ୍ଦୋଳନ ସମାଜ ପାଇଁ ଏକ ଅନନ୍ୟ ବରଦାନ ବୋଲି ଅଭିହିତ କରିଥିଲେ।


ମା’ ସାରଦା ଦେବୀ, ଗୁରୁମା’ ଉର୍ମିଳା ବେହେରା, ମନୋରମା ଦେବୀ ଓ ଗୀତାଞ୍ଜଳୀ ଦେବୀ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଅଧ୍ୟାପିକା ଜ୍ୟୋତିର୍ମୟୀ ଧନ୍ୟବାଦ ପ୍ରଦାନ କରିଥିଲେ।


ପ୍ରାରମ୍ଭରେ ସ୍ବର୍ଗତ ଡ ବନଲତା ଦେବୀଙ୍କ ପାଇଁ ଓ ଆଜୀବନ ସଭ୍ୟା ମନୋରମା ଦେବୀ ଙ୍କ ଦିବଂଗତ ପିତା ଅଜୟ କୁମାର ଶତପଥୀ ଙ୍କ ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।


ସଭା ଆରମ୍ଭରେ ଶୋଭନୀୟ ଛାତ୍ର ଛାତ୍ରୀ ମାନେ ମନଜୀବନ ଗଠନକାରୀ ପ୍ରାର୍ଥନା “ଦୁଃଖୀ ପାଇଁ କର ମୋତେ ସାନ୍ତ୍ଵନା ଝରଣା” ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଗୁରୁମା’ କାଦମ୍ବିନୀ ପାତ୍ର, ରାଜରାଣୀ ତ୍ରିପାଠୀ, ମଧୁସ୍ମିତା ପଣ୍ଡା ପ୍ରମୁଖ ସଭାରେ ସହଯୋଗ କରିଥିବା ବେଳେ ଶୋଭନୀୟ ସଭ୍ୟ ସଭ୍ୟା ଓ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

Share

Leave a Reply