tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆଦିଲ୍ଲୀରେ ୯ମ ଭାରତ ଆନ୍ତର୍ଜାତୀୟ ଜଳ ସପ୍ତାହ, ଓଡ଼ିଶା ପୁରସ୍କୃତ

1 min read

ନୂଆଦିଲ୍ଲୀ,//TATKAL ODISHA//

ଭାରତ ମଣ୍ଡପମଠାରେ ୯ମ ଭାରତ ଆନ୍ତର୍ଜାତୀୟ ଜଳ ସପ୍ତାହ ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶା ପୁରସ୍କୃତ ହୋଇଛି I

ଚଳିତ ବର୍ଷର ଥିମ୍ ରହିଛି “ଜଳବାୟୁ ସହନଶୀଳ ଜଳ ପରିଚାଳନା”। ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ଚାଲିବ।

ଏଥିରେ ୧୧ଟି ଦେଶର ପ୍ରତିନିଧି, ୬ଟି କେନ୍ଦ୍ର ମନ୍ତ୍ରଣାଳୟ ଏବଂ ୧୪ଟି ରାଜ୍ୟ ଯୋଗ ଦେଇଛନ୍ତି। ନେଦରଲ୍ୟାଣ୍ଡ ଏବଂ ଜର୍ମାନୀ ପାର୍ଟନର ଦେଶ ଭାବେ ରହିଛନ୍ତି।

କାର୍ଯ୍ୟକ୍ରମରେ ମୋଟ ୪୯ଟି ଅଧିବେଶନ ହେବ। ଗ୍ଲୋବାଲ ୱାଟର ଲିଡର୍ସ ଫୋରମ, ବିଜନେସ ଫୋରମ, ଯୁବ ଫୋରମ ଓ ଷ୍ଟାର୍ଟଅପ ଫୋରମ ଭଳି ୧୦ଟି ଫୋରମ ଆୟୋଜିତ ହେବ।

ଏହି ଅବସରରେ ଜଳବାୟୁ ସହନଶୀଳ ଜଳ ସମାଧାନ ଉପରେ ଏକ ବିଶେଷ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି।

TATKAL ODISHAକୁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା କହିଛନ୍ତି ଯେ, ୯ମ ଭାରତ ଆନ୍ତର୍ଜାତୀୟ ଜଳ ସପ୍ତାହ ମହୋତ୍ସବରେ ଓଡ଼ିଶା ପୁରସ୍କୃତ ହେବା ପରେ ମୁଁ ବହୁତ ଖୁସି I ଆମେ କିଛି ଜରୁରୀ କାର୍ଯ୍ୟକ୍ରମ ହାତକୁ ନେଇଛୁ I ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଅନେକ କାର୍ଯ୍ୟ ହାତକୁ ନିଆଯିବI “

Share

Leave a Reply