ଗଭୀର ଅବପାତରୁ ଅବପାତ : ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ
1 min read
ସମ୍ବଲପୁର, ଭୁବନେଶ୍ୱର, ରାୟପୁର //TATKAL ODISHA//
ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ଥିବା ଗଭୀର ଅବପାତ ଗତ ୦୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି I
ଆଜି ୨୫ ସେପ୍ଟେମ୍ବର ୨୦୨୬ ସକାଳ ୫ଟା ୩୦ ମିନିଟ୍ ସମୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଛତିଶଗଡ଼ ଉପରେ, ଅକ୍ଷାଂଶ ୨୦.୫° ଉତ୍ତର ଏବଂ ଦ୍ରାଘିମା ୮୨.୫° ପୂର୍ବ ନିକଟରେ, ନୂଆପଡ଼ା (ଓଡ଼ିଶା) ନିକଟରେ ଏବଂ ଟିଟିଲାଗଡ଼ (ଓଡ଼ିଶା) ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପ୍ରାୟ ୯୦ କିମି, ଭବାନୀପାଟଣା (ଓଡ଼ିଶା) ର ଉତ୍ତର-ପଶ୍ଚିମ ଦିଗରେ ୧୦୦ କିମି, କାଙ୍କେର (ଛତିଶଗଡ଼) ର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୧୦ କିମି ଏବଂ ରାୟପୁର (ଛତିଶଗଡ଼)ର ଦକ୍ଷିଣ-ପୂର୍ବ ଦିଗରେ ୧୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି।
ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ଏବଂ ପରବର୍ତୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପେ ରହିବାର ସମ୍ଭାବନା ରହିଛି ଏବଂ ତା’ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏକ ସୁସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଧିକ।
ସମ୍ବଲପୁର ଏବଂ ରାୟପୁର ସ୍ଥିତ ଡପଲର ପାଣିପାଗ ରାଡାର ଦ୍ୱାରା ଏହି ସିଷ୍ଟମ ଉପରେ ନିରନ୍ତର ନଜର ରଖାଯାଇଛି।
