ବସ୍ତାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁବାସିନୀ ଜେନା
1 min read
ଭୁବନେଶ୍ୱର, ବାଲେଶ୍ୱର,//TATKAL ODISHA//
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବୁଧବାର ଏକ ସୌଜନ୍ୟମୂଳକ ସାକ୍ଷାତ କରି ବସ୍ତା ନିର୍ବାଚନ ମଣ୍ଡଳୀର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା।
ବସ୍ତା ନିର୍ବାଚନ ମଣ୍ଡଳୀର ଯୁବକ ଯୁବତୀମାନଙ୍କ ପାଇଁ ବ୍ୟାପକ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରିବା ସହିତ ଅଞ୍ଚଳର ଆର୍ଥିକ ବିକାଶ ଓ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ନିମନ୍ତେ ବସ୍ତା ନିର୍ବାଚନ ମଣ୍ଡଳୀରେ ଏକ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ପରେ ସାମାଜିକ ଗଣମାଧ୍ୟମ ଫଂସବୂକରେ ଶ୍ରୀମତୀ ଜେନା କହିଛନ୍ତି ଯେ,
“ମୁଖ୍ୟମନ୍ତ୍ରୀ ମୋର ଦାବିଗୁଡ଼ିକୁ ଧୈର୍ଯ୍ୟର ସହ ଶୁଣିବା ସହ ଏହି ଦିଗରେ ସକାରାତ୍ମକ ପଦକ୍ଷେପ ନେବା ପାଇଁ ଆଶ୍ୱାସନ ପ୍ରଦାନ କରିଥିବାରୁ ମୁଁ ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ବସ୍ତାର ଯୁବଶକ୍ତି ପାଇଁ ରୋଜଗାର, ଶିଳ୍ପାୟନ ଓ ଆର୍ଥିକ ସମୃଦ୍ଧିର ନୂଆ ସୁଯୋଗ ସୃଷ୍ଟି କରିବା ଦିଗରେ ମୋର ପ୍ରୟାସ ନିରନ୍ତର ଜାରି ରହିବ।”
