tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବଲାଙ୍ଗୀରରେ ଚାଞ୍ଚଲ୍ୟ : ସରକାରୀ କ୍ୱାଟରରେ ଫରେଷ୍ଟରଙ୍କ ମୃତ ଦେହ

1 min read

Oplus_16908288

  • ଆତ୍ମହତ୍ୟା ନା’ ହତ୍ୟା?
  • ପିସି ଲାଳସାରେ ବଳି ପଡିଲେ କି ?

ବଲାଙ୍ଗୀର //TATKAL ODISHA//

ରିପୋର୍ଟ : ମଳୟ ମିଶ୍ର

ବଲାଙ୍ଗୀର ବନବିଭାଗ ରେଞ୍ଜ୍ ରେ କାର୍ଯ୍ୟରତ ଜଣେ ଫରେଷ୍ଟର ବ୍ୟାସଦେବ ସାହୁ ( ୫୯ ) ଅଫିସ୍ ମୃତ ଦେହ ରହସ୍ୟମୟ ଭାବେ ପଛପଟର ସରକାରୀ କ୍ବାର୍ଟରରେ ମିଳିଛି I

ବେକରେ ତାଙ୍କର ଫାଶୀ ଲଗାଇ ଝୁଲୁଥିବାବେଳେ ବିଭାଗୀୟ ଏତଲାକ୍ରମେ ପୁଲିସ ପହଁଞ୍ଚି ତାଙ୍କର ମୃତଦେହକୁ ଉଦ୍ଧାର କରିଛି ।

ସ୍ଥାନୀୟ ଲକ୍ଷ୍ମୀଯୋର ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ କରୁଛି ।

ଘଟଣାସ୍ଥଳରେ ବଲାଙ୍ଗୀର ଡି ଏଫ ଓ ଅଜିତ ବିଶି, ବଲାଙ୍ଗୀର ଏସିଏଫ୍ ଓ ମାନସ ରଞ୍ଜନ ବେହେରା, ରେଞ୍ଜର ନବୀନ ପଣ୍ଡା ପ୍ରମୁଖ ଅଧିକାରୀମାନଙ୍କ ସହ ତାଙ୍କ ପରିବାର ଲୋକେ ପହଞ୍ଚିଥିଲେ ।

  • ମିଳିଥିବା ସୂଚନାନୁସାରରେ, ଫରେଷ୍ଟର ଜଣକ ଦୀର୍ଘବର୍ଷ ଧରି ଏହି ବଲାଙ୍ଗୀର ବନ ଡିଭିଜନର ବଲାଙ୍ଗୀର ରେଞ୍ଜ୍ – ୧ ରେ ଅବସ୍ଥାପିତ ରହିଥିଲେ । ମଝିରେ ଥରେ କିଛିଦିନ ପାଇଁ ନିକଟତମ ଦେଓଗାଁ’ ରେଞ୍ଜ୍ କୁ ବଦଳି ହୋଇ ଯାଇଥିଲେ ହେଁ ପୁଣି ବଲାଙ୍ଗୀର ରେଞ୍ଜକୁ ଆସିଥିଲେ ।
  • ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟ ପୁରସ୍କାର ପାଇଛନ୍ତି ଓ ଗତ ଅଗଷ୍ଟ ପନ୍ଦରରେ ଜିଲ୍ଲାର ବେଷ୍ଟ ଫରେଷ୍ଟର ଭାବେ ମଧ୍ୟ ପୁରଷ୍କୃତ ହୋଇଥିଲେ ।
  • ତାଙ୍କ ଘର ବଲାଙ୍ଗୀର ସହରରୁ ମାତ୍ର ପ୍ରାୟ ୫ କିମି ଦୂରସ୍ଥ ଖଲିଆପାଲି ଗ୍ରାମରେ । ଘରେ ତାଙ୍କର ପତ୍ନୀଙ୍କ ସମେତ ଦୁଇପୁଅ ଅଛନ୍ତି ଓ ସେମାନେ ବିବାହିତ । ସାନପୁଅ ମୁନେଶ ସାହୁ ଉକ୍ତ ରେଞ୍ଜ୍ ରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ଓ ସେମାନେ ଉକ୍ତ କ୍ବାର୍ଟରରେ ଦିନବେଳା ରହୁଥିଲେ । ତାଙ୍କ ଦ୍ବାରା ବିଭାଗୀୟ ବିଭିନ୍ନ ଯୋଜନାର ସରକାରୀ କାମ ହେଉଥିଲା ।
  • ସେ ଖୋଲାବଜାରରୁ ଅନେକଙ୍କ ଠାରୁ ଟଙ୍କା କରଜ କରିଥିବା ଓ ସେଥିପାଇଁ ଚିନ୍ତିତ ରହୁଥିବା ଚର୍ଚ୍ଚା ହେଉଛି । ଏପରିକି ସେ ଜଣକ ଠାରୁ ୩ ଲକ୍ଷ ଟଙ୍କା ଆଣି ନ ସୁଝିବାରୁ ତାଙ୍କ ବିରୋଧରେ ଏକ ଓକିଲ ନୋଟିସ ପଠାଯାଇଥିବା ଓ ଏହାର ଏକ କପି ଡିଏଫଓଙ୍କ ପାଖକୁ ଯିବାରୁ ସେ ତାହାକୁ ମୃତ ଫରେଷ୍ଟରଙ୍କ ରେଞ୍ଜରଙ୍କୁ ପଠାଇଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିବା ଚର୍ଚ୍ଚା ଜୋର ଧରିଛି । ଏହା ସହ ସେ ଅନେକଙ୍କ ପାଖରୁ ଟଙ୍କା ଆଣି ଦେଇଥିବା ଚେକ୍ ବା ଉ ନ୍ ସ ହେଇଥିବା ମଧ୍ୟ ଶୁଣାଯାଉଛି । ତେବେ ଏହିସବୁ ଏତେ ପରିମାଣର ଟଙ୍କା ସେ କେଉଁଥିପାଇଁ ଧାରକରଜ କରୁଥିଲେର କାରଣ ସ୍ବରୂପ କୁହାଯାଉଛି ଯେ ତାଙ୍କ ଜରିଆରେ କରାଯାଇଥିବା ବିଭାଗୀୟ କାମର ବିଲ୍ ଠିକ୍ ସମୟରେ ମିଳୁ ନ ଥିବାରୁ ସେ ବାଧ୍ୟହୋଇ ବାହାରଲୋକଙ୍କ ଠାରୁ ଏପରିକି ସୁଧରେ ଆଣି କୁଲିମଜୁରିଆଙ୍କୁ ପେମେଣ୍ଟ କରୁଥିଲେ ।
  • ବିଭାଗରୁ ଠିକ୍ ସମୟରେ ବିଲ୍ ନ ମିଳିବା ଓ ବିଳମ୍ବ ହେବାର କାରଣ ସ୍ବରୂପ ପିସି ବୋଲି ଚର୍ଚ୍ଚା ହେଉଛି ।
  • ଆତ୍ମହତ୍ୟା ଘଟଣାପରେ ଗଣମାଧ୍ୟମ ଆଗରେ ତାଙ୍କ ଭାଇ ଓ ପରିବାର ପକ୍ଷରୁ ତାଙ୍କ ଉପରେ ଉପରିସ୍ଥ ଅଧିକାରୀଙ୍କ ଚାପ ରହୁଥିବା ଓ ସେଥିପାଇଁ ଘରଲୋକେ ତାଙ୍କୁ ଏପରିକି ଚାକିରୀ ଛାଡିଦେବାକୁ ପରାମର୍ଶ ଦେଇଥିବା ପ୍ରକାଶ କରିଛନ୍ତି । ପିସି ପାଇଁ ଏପରି ହୋଇଥିବା ଅଭିଯୋଗ ହୋଇଛି I ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ତାଙ୍କ ପୁଅ ମିଡିଆ ଆଗରେ ଅଭିଯୋଗ କରିଛନ୍ତି ।
Share

Leave a Reply