tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଭର୍ତ୍ତୃହରି ମହତାବଙ୍କୁ ପୁଣି ଥରେ ‘ସଂସଦ ରତ୍ନ ପୁରସ୍କାର’ 

1 min read

ଭୁବନେଶ୍ୱର,//TATKAL ODISHA//

କଟକ ଲୋକସଭା କ୍ଷେତ୍ରରୁ ଲଗାତାର ସାତ ଥର ସାଂସଦ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଥିବା ଭର୍ତ୍ତୃହରି ମହତାବ ପୁଣି ଥରେ ‘ସଂସଦ ରତ୍ନ ପୁରସ୍କାର-୨୦୨୬’ ରେ ସମ୍ମାନିତ ହୋଇଛନ୍ତି।

 ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି  ଗଭରିଆ ଏବଂ କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡୀ ବୁଧବାର ସନ୍ଧ୍ୟାରେ ଡକ୍ଟର ଆମ୍ବେଦକର କନଭେନସନ ସେଣ୍ଟରରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଅର୍ଥ ବିଷୟକ ସ୍ଥାୟୀ କମିଟିର ଅନ୍ୟ ସାଂସଦମାନେ ପୁରସ୍କାର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

  ସଂସଦରେ ଏବେ ଶ୍ରୀ ମହତାବ ଓଡ଼ିଶାର ଏକ ପ୍ରମୁଖ ଚେହେରା ।ସଂସଦରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ବିତର୍କ ପାଇଁ ତାଙ୍କୁ ୨୦୧୭ରେ ମିଳିଥିଲା ‘ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍ ଆୱାର୍ଡ’

ଭର୍ତ୍ତୃହରି ମହତାବଙ୍କ ବ୍ୟକ୍ତିଗତ ଜୀବନ ଓ ପରିବାର:

    • ଜନ୍ମ: ସେ ୮ ସେପ୍ଟେମ୍ବର ୧୯୫୭ରେ ଭଦ୍ରକ ଜିଲ୍ଲାର ଅଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।
    • ପରିବାର: ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବଙ୍କ ପୁତ୍ର । 

ରାଜନୈତିକ ଜୀବନ:

    • ଦଳୀୟ ପରିବର୍ତ୍ତନ: ସେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ (BJD) ସହ ଜଡ଼ିତ ଥିଲେ । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଥିଲେ ଏବଂ ବିଜେପି ଟିକେଟରେ କଟକରୁ ପୁଣିଥରେ ସାଂସଦ ଭାବେ ବିଜୟୀ ହୋଇଥିଲେ । 
    • କାମଚଳା ବାଚସ୍ପତି (Pro-tem Speaker): ସେ ୧୮ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇ ନବନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇଥିଲେ । 
    • ସଂସଦୀୟ କମିଟି: ସଂସଦରେ ନିଜର ଦକ୍ଷତା ପାଇଁ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ସ୍ଥାୟୀ କମିଟି (ଯେପରିକି ଅର୍ଥ କମିଟି) ର ଅଧ୍ୟକ୍ଷ ଏବଂ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । 
Share

Leave a Reply