ଆଦାନୀ ଗ୍ରୁପ୍ – ଆଇଏଚ୍ସି ଓଡ଼ିଶାରେ ୨,୧୦,୫୦୦ କୋଟି କରିବେ ନିବେଶ : ଏମଓୟୁ
1 min read
ଭୁବନେଶ୍ୱର,//TATKAL ODISHA//
ଆଦାନୀ ଗ୍ରୁପ୍ ଓ ଆବୁଧାବିର କମ୍ପାନି ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କର୍ପୋରେସନ (ଆଇଏଚ୍ସି) ୨,୧୦,୫୦୦ କୋଟି ଟଙ୍କା ନିବେଶ କରିବାକୁ ମନ ବଳାଇଛନ୍ତି।
ବୁଧବାର ଏନେଇ ଆବୁଧାବିରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତରେ ଉଭୟ ସଂସ୍ଥା ୧୪ଟି ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଏହି ନିବେଶ ଦ୍ୱାରା ପ୍ରାୟ ୮.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଉଭୟ କମ୍ପାନୀ ଘୋଷଣା କରିଛନ୍ତି।
