୧୬ରେ ଘୋଷଯାତ୍ରା : ୨୫୦ ପ୍ଲାଟୁନ ଫୋର୍ସ, ୧୨ ହଜାର ପୋଲିସ କର୍ମଚାରୀ ମୁତୟନ
1 min read
ପୁରୀ, କଟକ, ଭୁବନେଶ୍ୱର//TATKAL ODISHA//
ଜୁଲାଇ ୧୬ ତାରିଖରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।
ରଥଯାତ୍ରାକୁ ଅଘଟଣ ମୁକ୍ତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
- ରଥଯାତ୍ରା ଡ୍ୟୁଟି ପାଇଁ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀ, ଟ୍ରାଫିକ କନଷ୍ଟେବଳ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ସିଆରପିଏଫ ଏବଂ ବିଏସଫ ମୁତୟନ ରହି ସୁରକ୍ଷା ଦାୟିତ୍ୱ ତୁଲାଇବେ।
- ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୫୦ ପ୍ଲାଟୁନ ଓଏସଏପି ,ଆଇଆରବିଏନ, ଏୟାରଏଫ ଓ ଟ୍ରାଫିକ ଫୋର୍ସ ମୁତୟନ କରାଯିବ।

ଶନିବାର ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ଖୁରାନିଆ I
ସେ କହିଛନ୍ତି ଯେ, ପୁରୀ ସହରର ବିଭିନ୍ନ ସ୍ଥାନରେ ୩,୦୦୦ ହୋମଗାର୍ଡଙ୍କୁ ମୁତୟନ କରାଯାଇ ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ ଓ ପାର୍କିଂରେ ପୋଲିସକୁ ସହଯୋଗ କରିବେ ।
