tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଆରପାରିରେ ବରିଷ୍ଠ ସାମ୍ବାଦିକ ଶରତ ଦାଶ : ଶୋକର ଛାୟା

1 min read

ଭୁବନେଶ୍ୱର//TATKAL ODISHA//
ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କର ୮୩ ବର୍ଷ ବୟସରେ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି I ଶାରୀରିକ ଅସୁସ୍ଥତା ଲାଗି ଗୁରୁବାରଠାରୁ ସେ ସମ ଅଲ୍ଟିମେଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ I ହୃଦଘାତରେ ତାଙ୍କର ପରଲୋକ ଘଟିଥÒବା ପରିବାର ସୂତ୍ରରୁ ଜଣାପଡ଼ିଛି I


ସ୍ବର୍ଗତ ଦାଶ ଦୀର୍ଘ ୩୭ ବର୍ଷ କାଳ ସାମ୍ବାଦିକତାରେ ରହିଥିଲେ I ସେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)ର ସମ୍ବାଦଦାତା ଭାବରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଦୀର୍ଘବର୍ଷ କାର୍ଯ୍ୟ କରି ପରେ କଟକ ଓ ଭୁବନେଶ୍ବରରେ ପିଟିଆଇର ପ୍ରମୁଖ ସମ୍ବାଦଦାତା ତଥା ମ୍ୟାନେଜର ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ I


ସାମାଜିକ ଓ ରାଜନୈତିକ ସାମ୍ବାଦିକତାରେ ସେ ବେଶ ସକ୍ରିୟ ଥÒଲେ୤ ଜଣେ ସୁନାମଧନ୍ୟ ଓ ଦକ୍ଷ ସାମ୍ବାଦିକ ଭାବରେ ସେ ପରିଚିତ ରହିଥିଲେ I ଓଡ଼ିଶାର ରାଜନୈତିକ ଜଗତ ସହ ଅତି ନିବିଡ଼ ଭାବରେ ସଂଶ୍ଳିଷ୍ଟ ରହି ଖବର ସଂଗ୍ରହରେ ସେ ସବୁବେଳେ ଆଗୁଆ ରହୁଥିଲେ ଏବଂ ଜାତୀୟ ସ୍ତରରେ ମଧ୍ୟ ପିଟିଆଇର ଜଣେ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ I


ସ୍ବର୍ଗତଃ ଶରତ ଦାଶ କଟକ ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ନିମେଇସାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ I ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି୤ କନିଷ୍ଠ ପୁତ୍ର ଅଜିତ କୁମାର ଦାଶ ଜଣେ ବରିଷ୍ଠ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଦୈନିକ ‘ସଂଚାର’ର ମୁଖ୍ୟ ସମ୍ପାଦକ ଅଛନ୍ତି I


ଶୁକ୍ରବାର ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ଉଭୟ ରାଜନୈତିକ ଓ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି I ବହୁ ରାଜନେତା, ସାମ୍ବାଦିକ ଏବଂ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ବର ନୂଆପଲ୍ଲୀସ୍ଥ ତାଙ୍କ ବାସଭବନରେ ତାଙ୍କୁ ଶେଷ ଦର୍ଶନ କରିଥିଲେ I ପରେ ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି୤ ପୁତ୍ର ଅଜିତ କୁମାର ଦାଶ ମୁଖାଗ୍ନି ଦେଇଥିଲେ I

ଜ୍ୟେଷ୍ଠପୁତ୍ର ଅଶୋକ କୁମାର ଦାଶ, କନ୍ୟା ଡାକ୍ତର ରୀତା ଦାଶ ଓ ରେଖା ଦାଶ, ଜ୍ବାଇଁ ଡାକ୍ତର ନୟନ ରଞ୍ଜନ ନନ୍ଦ ଏବଂ ଜିବିତେଶ ମିଶ୍ର ଏବଂ ପରିବାର ସ୍ବଜନ ଉପସ୍ଥ଄ତ ରହିଥିଲେ I

Share

Leave a Reply